www.samajalive.in
Thursday, December 11, 2025
23.1 C
Bhubaneswar

ଜାତିସଙ୍ଘରେ ପାକିସ୍ତାନ ଓ ଚୀନ୍‌ ପୁଣି ହଟହଟା

ଜାତିସଙ୍ଘ : ନିରାପତ୍ତା ପରିଷଦରୁ ଧକ୍କାଖାଇବା ପରେ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗକୁ ଜାତିସଙ୍ଘ ମାନବାଧିକାରୀ ସଂଗଠନକୁ ନେବା ପାଇଁ ପ୍ରୟାସ ଚଳାଇଥିବା ପାକିସ୍ତାନ ଓ ଏହାର ସବୁଦିନିଆ ସାଥୀ ଚିନ୍‌କୁ ପୁନର୍ବାର ଜାତିସଙ୍ଘ ମଞ୍ଚରେ ହଟହଟା ହେବାକୁ ପଡ଼ିଛି। ଦେଶର ସଂଖ୍ୟାଲଘୁଙ୍କ ଧାର୍ମିକ ଅଧିକାର ସୁରକ୍ଷା ପ୍ରସଙ୍ଗରେ ପାକିସ୍ତାନୀ ସ୍ବେଚ୍ଛାସେବୀ ସଂସ୍ଥା ‘ହ୍ୟୁମାନ୍‌ ରାଇଟ୍ସ ଫୋକସ୍‌’ ସରକାରଙ୍କ ମୁଖା ଖୋଲି ଦେଇଛି।

ଏ କ୍ଷେତ୍ରରେ ପାକ୍‌ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଥିବା ଓ ଧାର୍ମିକ ସଂଖ୍ୟାଲଘୁଙ୍କ ପ୍ରତି ସରକାରଙ୍କ ଆଭିମୁଖ୍ୟ ସକାରାତ୍ମକ ନ ଥିବା ଏହି ସଂସ୍ଥାର ସଭାପତି ନାଭିଦ ୱାଲଟର ଶୁକ୍ରବାର ଜାତିସଙ୍ଘରେ ଅନୁଷ୍ଠିତ ‘ଧାର୍ମିକ ସଂଖ୍ୟାଲଘୁଙ୍କ ସୁରକ୍ଷା’ ସମ୍ପର୍କିତ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ପାକିସ୍ତାନରେ ଧର୍ମ ଆଧାରରେ ଲୋକଙ୍କୁ ଫାଶୀ ଦିଆଯାଏ ବୋଲି ଅଭିହିତ କରି ସେ ଦେଶର ଧାର୍ମିକ ସଂଖ୍ୟାଲଘୁଙ୍କ ଦୁଃସ୍ଥିତି ତଥା ସେମାନଙ୍କୁ ସୁରକ୍ଷା ଦେବାରେ ସରକାରଙ୍କ ବିଫଳତାର ରେକର୍ଡ ଉପସ୍ଥାପନ କରିଛନ୍ତି। ଏହି ପ୍ରସଙ୍ଗରେ ସେ ଚୀନ୍‌କୁ ସମାଲୋଚନା କରିବାକୁ ମଧ୍ୟ ପଛାଇ ନାହାନ୍ତି।

- Advertisement -

ଅହମ୍ମଦୀ ସମ୍ପ୍ରଦାୟଙ୍କ କଥା ଉଠାଇ ସେ କହିଛନ୍ତି ଯେ ଏମାନଙ୍କୁ ନିଜ ସମାଜରେ ସରକାର ନ୍ୟୂନ କରି ରଖିଛନ୍ତି। ସେମାନଙ୍କୁ ସମସ୍ତ ସୁବିଧା ସୁଯୋଗରୁ ସରକାର ବଞ୍ଚିତ କରୁଛନ୍ତି। ଏହି ସମ୍ପ୍ରଦାୟର ସଂଖ୍ୟା ବେଶ୍‌ ଅଧିକ ଥିଲେ ମଧ୍ୟ ସେମାନେ ସାମାଜିକ ନିର୍ଯାତନାର ଶିକାର ହେଉଥିଲାବେଳେ ସରକାର ନିରବତା ଅବଲମ୍ବନ କରୁଛନ୍ତି। ସେହିପରି ହିନ୍ଦୁମାନେ ନାହିଁ ନ ଥିବା ନିର୍ଯାତନାର ଶିକାର ହେଉଛନ୍ତି। ଖ୍ରିଷ୍ଟିଆନ୍‌ ଓ ଶିଖ ସମ୍ପ୍ରଦାୟ ମଧ୍ୟ ସମାନ ଦଶା ଭୋଗୁଛନ୍ତି। ଅପରପକ୍ଷରେ ଚୀନ୍‌ ରାଷ୍ଟ୍ରୀୟ ସୁରକ୍ଷା ଆଳରେ ଉଇଘୁର, କାଝାକ୍‌ ତଥା ଅନ୍ୟ ମୁସଲମାନଙ୍କ ଉପରେ ନିରନ୍ତର ନିର୍ଯାତନା ଚଳାଇଛି। ଏତଦ୍‌ବ୍ୟତୀତ ତିବ୍ଦତୀୟ ବୌଦ୍ଧ, ଖ୍ରିଷ୍ଟିଆନ୍‌ ଏବଂ ଫଲୁନ୍‌ଗଙ୍ଗ ମଧ୍ୟ ନିର୍ଯାତନା ଭୋଗୁଛନ୍ତି। ସେମାନଙ୍କୁ ଆତଙ୍କବାଦୀ ଭଳି ଦମନ କରାଯାଉଛି ଓ ସେମାନଙ୍କ ପ୍ରତି ନାନା କଟକଣା ମଧ୍ୟ ଜାରି କରାଯାଇଛି।

ୱାଲଟର ହେଉଛନ୍ତି ପାକିସ୍ତାନର ଜଣେ ମାନବାଧିକାର ପ୍ରବକ୍ତା। ସେ ୧୯୯୪ରୁ ଏ କ୍ଷେତ୍ରରେ କାର୍ଯ୍ୟ କରିଆସୁଛନ୍ତି। ୱାଲଟରଙ୍କ ତଥ୍ୟ ଆଧାରିତ ବକ୍ତବ୍ୟ ପରେ ଆମେରିକା, ବ୍ରିଟେନ୍‌ ଓ କାନାଡ଼ା ଭଳି ରାଷ୍ଟ୍ରର ପ୍ରତିନିଧିମାନେ ଚିନ୍ତାପ୍ରକଟ କରିବା ସହ ପାକିସ୍ତାନ ଓ ଚୀନ୍‌କୁ ଘୋର ସମାଲୋଚନା କରିଥିଲେ। ଏଥିସହିତ ୱାଲଟରଙ୍କ ସାହସକୁ ସମସ୍ତେ ପ୍ରଶଂସା କରିଥିଲେ। ଆମେରିକୀୟ ଦୂତ ସାମ୍ ବ୍ରାଉନ୍‌ବ୍ୟାକ୍‌ ଚୀନ୍‌ ସରକାରଙ୍କୁ ସମାଲୋଚନା କରି କହିଥିଲେ ଯେ ଧାର୍ମିକ ସଂଖ୍ୟାଲଘୁଙ୍କ ପ୍ରତି କଟକଣା ଜାରି କରିବା ଅର୍ଥ ସେମାନଙ୍କ ମାନବାଧିକାର କ୍ଷୁଣ୍ଣ କରିବା। ଚୀନ୍‌ ସରକାର ​‌େ​‌ସମାନଙ୍କୁ ସ୍ବାଧୀନତା ଓ ମୌଳିକ ଅଧିକାର ପ୍ରଦାନ କରିବା ଆବଶ୍ୟକ। ସେହିଭଳି ପାକିସ୍ତାନରେ ସରକାରୀ ଓ ବେସରକାରୀ କ୍ଷେତ୍ରରେ ଧାର୍ମିକ ସଂଖ୍ୟାଲଘୁଙ୍କୁ ନିର୍ଯାତନା ଦିଆଯାଉଛି। ଏହି ବର୍ଗର ଲୋକଙ୍କୁ ହତ୍ୟା, ଅପହରଣ, ବଳାତ୍କାର ଓ ବଳପୂର୍ବକ ଧର୍ମ ପରିବର୍ତ୍ତନ ସମ୍ପର୍କିତ ଖବର ବାରମ୍ବାର ପ୍ରକାଶ ପାଉଛି। ଏସବୁ ତୁରନ୍ତ ବନ୍ଦ ହେବା ଆବଶ୍ୟକ ବୋଲି ସାମ୍ କହିଥିଲେ।

Hot this week

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

Related Articles

Popular Categories