www.samajalive.in
Thursday, December 11, 2025
16.1 C
Bhubaneswar

ଆସାମରେ ବିଏସ୍‌ଏଫ ଅଧିକାରୀ ଓ ପତ୍ନୀ ବିଦେଶୀ ଘୋଷିତ

ଗୁଆହାଟୀ : ଆସାମରେ ପ୍ରସ୍ତୁତ ରାଷ୍ଟ୍ରୀୟ ନାଗରିକ ପଞ୍ଜିକା (ଏନ୍‌ଆରସି) ଅନୁସାରେ ଜଣେ ସୀମାସୁରକ୍ଷା ବଳ (ବିଏସ୍‌ଏଫ) ଅଧିକାରୀ ଓ ତାଙ୍କ ପତ୍ନୀଙ୍କୁ ‘ବିଦେଶୀ’ ଘୋଷଣା କରାଯାଇଛି। ଜୋରହାଟସ୍ଥିତ ବିଦେଶୀ ନାଗରିକ ଚିହ୍ନଟ ଟ୍ରାଇବୁନାଲ ପକ୍ଷରୁ ଏ ସମ୍ପର୍କିତ ରାୟ ପ୍ରକାଶ ପାଇଛି। ସମ୍ପୃକ୍ତ ବିଏସ୍‌ଏଫ ଅଧିକାରୀଙ୍କ ନାମ ମୁଜିବୁର ରହମାନ ଓ ସମ୍ପ୍ରତି ସେ ପଞ୍ଜାବରେ ସବ୍‌-ଇନ୍ସପେକ୍ଟର ପଦରେ କାର୍ଯ୍ୟରତ। ତେବେ ଆସାମ-ନାଗାଲାଣ୍ଡ ସୀମାନ୍ତ ଗୋଲଘାଟ ଜିଲାର ଉଦୟପୁର-ମିକରପଟ୍ଟି ଅଞ୍ଚଳରେ ବସବାସ କରୁଥିବା ମୁଜିବୁରଙ୍କ ପିତା-ମାତା ଓ ଭାଇ-ଭଉଣୀଙ୍କ ନାଗରିକତା ନେଇ ଟ୍ରାଇବୁନାଲ ସନ୍ଦେହ ପ୍ରକଟ କରି ନାହିଁ। ଗତ ଜୁଲାଇରେ ଟ୍ରାଇବୁନାଲ ରାୟ ପ୍ରକାଶ ପାଇଥିଲାବେଳେ ସମ୍ପ୍ରତି ଛୁଟିରେ ଘରକୁ ଆସିଥିବା ମୁଜିବୁର ଏହା ଜାଣିବାକୁ ପାଇଛନ୍ତି।

ଏଥିନେଇ ମୁଜିବୁର ଆଶ୍ଚର୍ଯ୍ୟ ହେବା ସହ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଆସାମ ପୁଲିସ ନିଶାଷକ୍ତ ଅବସ୍ଥାରେ ତାଙ୍କ ନାଗରିକତା ନେଇ ରିପୋର୍ଟ ଦାଖଲ କରିଥିବା ସେ କହିଛନ୍ତି। ମୁଜିବୁରଙ୍କ କହିବାନୁସାରେ ସେ ବାସ୍ତବ ଭାରତୀୟ ନାଗରିକ। ତାଙ୍କ ପାଖରେ ୧୯୩୨ର ଜମିଜମା ରେକର୍ଡ ରହିଛି। ଟ୍ରାଇବୁନାଲର କୌଣସି ନୋଟିସ ତାଙ୍କର କିମ୍ବା ତାଙ୍କ ପରିବାରର ହସ୍ତଗତ ହୋଇ ନାହିଁ। ଗାଁ ମୁଖିଆଙ୍କୁ ମଧ୍ୟ ଏ ସମ୍ପର୍କରେ କେହି ପଚାରି ନାହାନ୍ତି। କେଉଁ ଆଧାରରେ ତାଙ୍କ ନାଗରିକତା ନେଇ ବିଚାର ହେଲା ତାହା ମଧ୍ୟ କାହାକୁ ଜଣା ନାହିଁ। ଏଭଳି ଏକପାଖିଆ ରାୟ ବିରୋଧରେ ସେ ହାଇକୋର୍ଟର ଆଶ୍ରୟ ନେବେ ବୋଲି କହିଛନ୍ତି।
ପୂର୍ବରୁ ଜୁନ୍‌ ମାସରେ ଅବସରପ୍ରାପ୍ତ ସେନା ଅଧିକାରୀ ମହମ୍ମଦ ସନାଉଲ୍ଲା ଏଭଳି ଘଟଣାରେ ବିବାଦରେ ପଡ଼ିଥିଲେ। ତାଙ୍କୁ ମଧ୍ୟ ଟ୍ରାଇବୁନାଲ ବିଦେଶୀ ଘୋଷଣା କରିଥିଲେ। ଏହି ଘଟଣାରେ ତାଙ୍କୁ ପ୍ରାୟ ସପ୍ତାହେ କାଳ ପଶ୍ଚିମ ଆସାମର ଗୋଲପଡ଼ା ଶରଣାର୍ଥୀ ଶିବିରରେ ରହିବାକୁ ପଡ଼ିଥିଲା। ଉଲ୍ଲେଖଯୋଗ୍ୟ ଯେ ୧୯୬୨ରେ ପାକିସ୍ତାନ ପଟୁ ଅନୁପ୍ରବେଶ ରୋକିବା ଉଦ୍ଦେଶ୍ୟରେ ପ୍ରତିଷ୍ଠିତ ସୀମା ବିଭାଗକୁ ବିଦେଶୀଙ୍କୁ ଅଟକ ରଖିବା ଓ ଚିହ୍ନଟ ପୂର୍ବକ ନିଜ ଦେଶକୁ ଫେରାଇଦେବା ଅଧିକାର ଦିଆଯାଇଥିଲା। ଏଥିପାଇଁ ସ୍ବତନ୍ତ୍ର ଭାବେ ବିଦେଶୀ ଚିହ୍ନଟ ଟ୍ରାଇବୁନାଲ ସ୍ଥାପନ କରାଯାଇଥିଲା। ସମ୍ପ୍ରତି ରାଜ୍ୟରେ ୧୦୦ ଟ୍ରାଇବୁନାଲ କାର୍ଯ୍ୟ କରୁଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories