www.samajalive.in
Wednesday, December 10, 2025
26.1 C
Bhubaneswar

ଦୁର୍ଘଟଣାରେ ଆହତ ଯବାନ ଆଜି ଅଲୋଡା

ମାଲକାନଗିରି :ଦେଶର ତଥା ଦେଶବାସୀଙ୍କ ସୁରକ୍ଷା ପାଇଁ ନିଜ ଜୀବନକୁ ବାଜିରେ ଲଗାଇ ଲଢେଇ କରୁଥିବା ଯବାନ ଆଜି ଅଲୋଡା ହୋଇପଡିଛନ୍ତି । ସୁସ୍ଥ ଥିବା ସମୟରେ ଜଣେ ଦେଶ ମାତୃକାର ସେବାରେ ନିଜକୁ ସମର୍ପୀତ କରିଥିବା ଯବାନ ଜଣଙ୍କ ଦୁର୍ଘଟଣାରେ ଆହତ ହୋଇ ଅକର୍ମଣ୍ୟ ହୋଇ ଘରେ ରହିଥିବା ବେଳେ ତାଙ୍କୁ ନା ସରକାର ନା ଜିଲ୍ଲା ପ୍ରଶାସନ କେହି ମଧ୍ୟ ସହାୟତାର ହାତ ବଢାଇ ନାହାନ୍ତିା ଏଭଳିକି ତାଙ୍କର ଦରମା ପ୍ରାପ୍ୟ ମଧ୍ୟ ମିଳି ପାରିନାହିଁ । ଜଣେ ଗରୀବ ଆଦିବାସୀ ପରିବାରର ଏହି ଜବାନ ଦୁର୍ଘଟଣାରେ ଆହତ ହୋଇ ଆଜି ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତିା ଏଭଳି ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ସଦର ବ୍ଲକ ଗୁଦୁନାଡ ଗ୍ରାମରେ । ମାଲକାନଗିରିର ରାମସିଂ ବୁରୁଦା ୨୦୦୯ ମସିହାରେ ନକ୍ସଲ ଦମନ ନିମନ୍ତେ ନିର୍ମାଣ ହୋଇଥିବା ସ୍ୱତନ୍ତ୍ର ଏସ୍.ଓ.ଜି. ବାହିନୀରେ ଯବାନ ଭାବେ ଯୋଗ ଦେଇଥିଲେ । ଉଲ୍ଲେଖନୀୟ ସେବା ପାଇଁ ପୁଲିସ ବିଭାଗ ତାଙ୍କର ପଦୋନ୍ନତି କରି ୨୦୧୧ ମସିହାରେ ଓଡିଶା ଆର୍ମଡ ପୋଲିସ ଫୋର୍ସରେ ନିଯୁକ୍ତି ଦେଇଥିଲେ । ଭୁବନେଶ୍ୱରରେ ତାଲିମ ନେଲାପରେ ଗରିଲା ବାହିନୀକୁ ମୁକାବିଲା କରିବା ସିଦ୍ଧିହସ୍ତ ଥିବା ରାମସିଂ ଙ୍କୁ ୨୦୧୩ ମସିହାରେ ବରଗଡ ଜିଲ୍ଲାକୁ ପଠା ଯାଇଥିଲ । ଏହାପରେ ଛତିଶଗଡରେ ମାଓବାଦୀଙ୍କ ହିଂସା ବଢିବାରୁ ଜଗଦଲପୁରର ବିଏସ୍.ଏଫ୍ ଓଡିଶାର ଏହିପରି ଯବାନ ମାନଙ୍କୁ ତାଙ୍କ ସହ ମିଳିତ ଭାବେ କୁମ୍ବିଂ ଅପରେସନ କରିବା ପାଇଁ ରାଜ୍ୟ ସରକାରଙ୍କ ଜରିଆରେ ଡାକିଥିଲେ । ରାମସିଂ ୨୦୧୮ ଅଗଷ୍ଟ ୧୫  ତାରିଖରେ ଜଗଦଲପୁରରୁ କର୍ମ କ୍ଷେତ୍ରରୁ ଫେରିବା ସମୟରେ ସଡକ ଦୁର୍ଘଟଣାରେ ଶିକାର ହୋଇଥିଲେ । ସେହିଦିନ ଠାରୁ ରାମସିଂ ଶଯ୍ୟାସାୟୀ ଅବସ୍ଥାରେ ଅଛନ୍ତି । ପରିବାର ରାମସିଂଙ୍କ ଚିକିତ୍ସା ନିମନ୍ତେ ବିଭାଗ କିମ୍ବା ସରକାରୀ ସହାୟତା ଆଜି ପର‌୍ୟ୍ୟନ୍ତ ପାଇ ନାହାନ୍ତିା ଆଦିବାସୀ ପରିବାର ହୋଇଥିବାରୁ ବାପା ମା ତାଙ୍କର ଚିକିତ୍ସା ପାଇଁ ଅର୍ଥ ଯୋଗାଡ କରି ପାରୁନାହାନ୍ତିା ବାପା ପାଣ୍ଡୁ ବୁରୁଦା ଏବଂ ସ୍ତ୍ରୀ ସମାରୀ ବୁରୁଦା ରାମସିଂଙ୍କ ଏ ଅବସ୍ଥା ଦେଖି ଭାଙ୍ଗି ପଡିଛନ୍ତି । ପରିବାର ପକ୍ଷରୁ ବାରମ୍ବାର ସରକାରଙ୍କୁ ସହାୟତା ନିମନ୍ତେ ଗୁହାରି କଲେ ସୁଦ୍ଧା କେହି ମଧ୍ୟ ଏହି ଗରୀବ ଆଦିବାସୀର ସାହାର‌୍ୟ୍ୟ ପାଇଁ ହାତ ବଢାଉ ନଥିବା ବେଳେ ତାଙ୍କର ପ୍ରାପ୍ୟ ମଧ୍ୟ ଦିଆ ଯାଉ ନଥିବା ଅଭି ଯୋଗ ହୋଇଛିା ସରକାର ମାଓ ଦମନ ପାଇଁ ବହୁ ପ୍ରୋତ୍ସାହନ ଜବାନ ମାନଙ୍କୁ ଦିଆ ଯାଉଥିବା କହୁଥିବା ବେଳେ ପ୍ରକୃତ ପକ୍ଷେ ଏହି ବୀର ଯବାନଙ୍କ ପ୍ରତି କାହାର ବି ଦରଦ ନାହିଁ ।

Hot this week

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

Related Articles

Popular Categories