www.samajalive.in
Tuesday, December 9, 2025
16.1 C
Bhubaneswar

ସହରାଞ୍ଚଳ ଆବାସ ଯୋଜନାରେ ୮୫ ଲକ୍ଷ ଗୃହ ନିର୍ମାଣକୁ ମଞ୍ଜୁରି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରାଞ୍ଚଳ)ରେ ୧୧୨ ଲକ୍ଷ ଆବାସ ନିର୍ମାଣ ଲାଗି ଚାହିଦା ରହିଥିବା ବେଳେ ବର୍ତମାନ ସୁଦ୍ଧା ୮୫ ଲକ୍ଷ ଗୃହ ନିର୍ମାଣକୁ ମଞ୍ଜୁରି ମିଳିଛି। ଏଥିମଧ୍ୟରୁ ୫୧ ଲକ୍ଷ ଆବାସ ନିର୍ମାଣର ବିଭିନ୍ନ ପର୍ଯ୍ୟାୟରେ ଥିବା ବେଳେ ୨୭ ଲକ୍ଷ ଆବାସ ନିର୍ମାଣ ସମ୍ପୂର୍ଣ୍ଣ ହୋଇସାରିଛି। ପ୍ରଥମ ଥର ଏହି ଯୋଜନାରେ ହିତାଧିକାରୀମାନଙ୍କ ପାଇଁ “ଶ୍ରେଷ୍ଠ ଆବାସ ନିର୍ମାଣ” ନିମନ୍ତେ ପୁରସ୍କୃତ କରାଯିବ।

ଗତ ଫେବୃଆରୀ ୨୦୧୯ରେ ଆବାସ ଏବଂ ସହରାଞ୍ଚଳ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ହରଦୀପ ସିଂ ପୁରୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ପିଏମଏୱାଇ-ୟୁ ମୋବାଇଲ ଆପରେ ହିତାଧିକାରୀମାନଙ୍କ ଅଂଶଗ୍ରହଣ ଉତ୍ସାହଜନକ ରହିଛି। ଏହାଦ୍ୱାରା ଅଭିଯାନ ସହିତ ହିତାଧିକାରୀମାନେ ସିଧାସଳଖ ଯୋଡ଼ି ହୋଇପାରିଛନ୍ତି। ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶରେ ଥିବା ପାଖାପାଖି ୮୫ ହଜାର ହିତାଧିକାରୀ ଏହା ସହ ଯୋଡ଼ି ହୋଇଛନ୍ତି ଏବଂ ୨ଲକ୍ଷରୁ ଊର୍ଦ୍ଧ୍ବ ଫଟୋ ମିଳିସାରିଛି। ଏହି କାରଣରୁ ପିଏମଏୱାଇ-ୟୁ ପୁରସ୍କାର-୨୦୧୯ରେ ଅଂଶଗ୍ରହଣ କରିବାର ତାରିଖ ୩୧ ଅଗଷ୍ଟ ୨୦୧୯କୁ ବୃଦ୍ଧି କରାଯିବା ଲାଗି ନିଷ୍ପତି ନିଆଯାଇଛି।

- Advertisement -

ପିଏମଏୱାଇ-ୟୁ ମୋବାଇଲ ଆପ ହିତାଧିକାରୀଙ୍କ ପାଇଁ ଡିଜାଇନ କରାଯାଇଛି। ଏଥିରେ ସେମାନେ ନିଜ ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ସହରାଂଚଳ ବାସଗୃହର ଉଚ୍ଚମାନର ଫଟୋ ଅପଲୋଡ୍‍ କରିବା ସହିତ ସଫଳ ଘର ମାଲିକ ହେବାର କାହାଣୀ ଅପଲୋଡ କରିପାରିବେ। ଏଥିରେ ସେମାନଙ୍କ ଆତ୍ମସମ୍ମାନ ବୃଦ୍ଧି, ସାମାଜିକ ଉନ୍ନତି, ପରିବାରର ସୁରକ୍ଷା ଏବଂ ନିରାପତା, ନାବାଳିକାଙ୍କ ପାଇଁ ସୁରକ୍ଷିତ ପରିବେଶ ଏବଂ ପିଲାମାନଙ୍କ ଶିକ୍ଷା ପାଇଁ ଉନ୍ନତ ପରିବେଶ ଆଦିର ଭାବନାତ୍ମକ କାହାଣୀ ରହିବ। ଏହି ପୁରସ୍କାର ପାଇଁ ଚୟନ ପ୍ରକ୍ରିୟାକୁ ଅତ୍ୟନ୍ତ ପାରଦର୍ଶୀ କରାଯାଇଛି। ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକ ଦ୍ୱାରା ଏମଆଇଏସ ବ୍ୟବସ୍ଥାରେ କରାଯାଉଥିବା ଅପଲୋଡର ଅଗ୍ରଗତି ସହିତ ଏହାକୁ ଯୋଡ଼ାଯାଇଛି। ଏକ ଜାତୀୟ ସ୍ତରର କାର୍ଯ୍ୟକ୍ରମରେ ବିଜେତାମାନଙ୍କୁ ପୁରସ୍କୃତ କରାଯିବ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories