www.samajalive.in
Monday, December 8, 2025
17.1 C
Bhubaneswar

ଅଲ୍ଟ୍ରା ୱାଇଡ଼୍ ଆଙ୍ଗଲ କ୍ୟାମେରା ସହ ମୋଟୋ​‌ରୋଲା ୱାନ୍ ଆକ୍ସନର ବଜାର ପ୍ରବେଶ​‌

ନୂଆଦିଲ୍ଲୀ : ମୋଟୋରୋଲା ଭାରତରେ ତାର ନୂଆ ସ୍କାର୍ଟଫୋନ ମୋଟୋରୋଲା ୱାନ୍ ଆକ୍ସନ ଲଞ୍ଚ କରିଛି। ଅଗଷ୍ଟ ୩୦ରୁ ଏହା ଭାରତୀୟ ବଜାରରେ ଉପଲବ୍ଧ ହେବ। ଏଥିରେ ଅଲଟ୍ରା ୱାଇଣ୍ଡ କ୍ୟାମେରା ଦିଆଯାଇଛି। ଏହାର ୪ଜିବି ରାମ ସହିତ ୧୨୮ଜିବି ଫୋନର ମୂଲ୍ୟ ୧୩ହଜାର ୯୯୯ଟଙ୍କା। ଏହି ଫୋନର ବିକ୍ରି ଅନଲାଇନ୍ ଷ୍ଟୋର ଫ୍ଲିପକାର୍ଟରୁ ହେବ। ଏହି ଫୋନ ସହିତ ଜିଓ ତରଫରୁ ଦୁଇ ହଜାର ୨୦୦ଟଙ୍କାର କ୍ୟାଶବ୍ୟାକ୍ ମିଳିବ। ଏହାବ୍ୟତୀତ ୧୨୫ଜିବିର ଏକ୍ସଟ୍ରା ଡ଼ାଟା ମଧ୍ୟ ମିଳିବ।

ଫୋନରେ ଡୁଆଲ ସିମ ସପୋର୍ଟ ସହିତ ଆଣ୍ଡ୍ରଏଡ ପାଇ ୯.୦ରହିଛି। ଏହାବ୍ୟତୀତ ଏହି ଫୋନକୁ ଆଣ୍ଡ୍ରଏଡ୍ କ୍ୟୁ ଏବଂ ଆରର ଅପଡ଼େଟ୍ ମିଳିବ। ଫୋନରେ ୬.୩ଇଞ୍ଚର ଫୁଲ ଏଚଡି ପ୍ଲସ୍ ଆଇପିଏସ୍ ଡ଼ିସପ୍ଲେ ରହିଛି। ଯାହାର ରିଜୋଲ୍ୟୁସନ୍  ୧୦୮୦/୨୫୨୦ପିକ୍ସଲ । ଏହାବ୍ୟତୀତ ଏହି ଫୋନରେ ସାମସଙ୍ଗର ଏକ୍ସିନଜ୍ ୯୬୦୯ପ୍ରୋସେସର ରହିଛି। ଏହି ଫୋନରେ ଗ୍ରାଫିକ୍ସ ପାଇଁ ମାଲି ଜି୭୨ ଏମପି୩ ଜିପିୟୁ ଏବଂ ୪ଜିବି ରାମ ଓ ୧୨୮ ଜିବିର ଷ୍ଟୋରେଜ ରହିଛି। ଯାହାକୁ ମେମୋରୀ କାର୍ଡ଼ ସାହାଯ୍ୟରେ ବଢାଇପାରିବେ।

- Advertisement -

ମୋଟୋରୋଲା ୱାନ ଆକ୍ସନର କ୍ୟାମେରା

ଏହାର କ୍ୟାମେରା ବିଷୟରେ କହିଲେ, ଏଥିରେ ଟ୍ରିପଲ ରିୟର କ୍ୟାମେରା ସେଟଅପ୍ ରହିଛି। ଯେଉଁଥିରେ ଗୋଟିଏ କ୍ୟାମେରା ୧୨ମୋଗାପିକ୍ସେଲ, ଦ୍ବିତୀୟଟି ୨ମେଗାପିକ୍ସେଲ ଏବଂ ତୃତୀୟ କ୍ୟାମେରାଟି ୫ମେଗାପିକ୍ସେଲର ରହିଛି। କ୍ୟାମେରା ସହିତ ଭିଡ଼ିଓ ଷ୍ଟାବଲାଇଜର ପାଇପାରିବେ। ଫୋନରେ ସଂଯୋଗ ପାଇଁ ୪ଜି ଭିଓଏଲଟିଇ, ୱାଇ-ଫାଇ, ବ୍ଲୁଟୁଥ ଭି୫.୦, ଜିପିଏସ୍/ଏ ଜିପିଏସ୍, ଏନଏଫସି, ୟୁଏସବି ଟାଇପ୍ ସି ଏବଂ ୩.୫ଏମଏମର ହେଡଫୋନ ଜ୍ୟାକ୍ ରହିଛି। ଏହି ଫୋନରେ ଟିପଚିହ୍ନ ସେନସର ଓ ୩ହଜାର ୫୦୦ଏମ୍ଏଚର ବ୍ୟାଟେରୀ ରହିଛି। ଯାହା ଫାଷ୍ଟ ଚାର୍ଜିଙ୍ଗକୁ ସପୋର୍ଟ କରିଥାଏ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories