www.samajalive.in
Thursday, December 11, 2025
13.1 C
Bhubaneswar

୪୨ ଲିଟର ମଦ ସହ ଦୁଇ ଜଣଙ୍କୁ ଗିରଫ କଲା ଅବକାରୀ ବିଭାଗ

ତୁଷୁରା:ତୁଷୁରା ଅବକାରୀ ବିଭାଗ ପକ୍ଷରୁ ଶୁକ୍ରବାର ଚଢ଼ାଉ କରାଯାଇ ୪୨ ଲିଟର ମଦ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ଗୁଡ଼ଭେଲା ବ୍ଳକ ସମରା ଗାଁର ମନୁ ଭୁଏଙ୍କ ଠାରୁ ୨୦ ଲିଟର ଓ ତ୍ରିଲୋଚନ ଭୋଇଙ୍କ ଠାରୁ ୨୨ ଲିଟର ଦେଶୀ ହାତ ରନ୍ଧା ମଦ ଜବତ କରିବା ସହ ଉକ୍ତ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଳାନ କରାଯାଇଛି । ଏହି ଚଢ଼ାଉରେ ବଲାଙ୍ଗିର ସଦର ଅବକାରୀ ଥାନା ଅଧିକ୍ଷକ ଶ୍ରୀକର ମାଝୀଙ୍କ ନିର୍ଦ୍ଧେଶ କ୍ରମେ ତୁଷୁରା ଅବକାରୀ ଏସଆଇ ଶଶିକାନ୍ତ ଦତ୍ତଙ୍କ ନେତୃତ୍ୱରେ ଜିଲା ମୋବାଇଲ ୟୁନିଟ ଓ ପାଟଣାଗଡ଼ ଅବକାରୀ ଥାନାଧିକାରୀ ଓ କର୍ମଚାରୀମାନଙ୍କ ସାହାଯ୍ୟରେ ତୁଷୁରା ଅଧିନସ୍ଥ ଉପରୋକ୍ତ ଗ୍ରାମରେ ଚଢ଼ାଉ କରିଥିଲେ । ଏହି ଚଢ଼ାଉରେ ଅବକାରୀ ନିରୀକ୍ଷକ ପ୍ରଶାନ୍ତ ନାଏକ,ପାଟଣାଗଡ଼ ଅବକାରୀ ଥାନାଧିକାରୀ ଅନ୍ନପୂର୍ଣ୍ଣା ରଥ,ବଲାଙ୍ଗିର ମୋବାଇଲ ୟୁନିଟ ଗିରିଜା ଶଙ୍କର ପାଣିଗ୍ରାହୀ,ପଦ୍ମଲୋଚନ ନାଏକ ଆଦି ସମସ୍ତ କର୍ମଚାରୀ ଚଢ଼ାଉରେ ସାମିଲ ଥିଲେ ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories