www.samajalive.in
Tuesday, December 9, 2025
16.1 C
Bhubaneswar

ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ଉପରେ ନିର୍ମାଣ ହେବ ବଲିଉଡ଼୍ ଚଳଚ୍ଚିତ୍ର

ନୂଆଦିଲ୍ଲୀ : ଭାରତୀୟ ବାୟୁସେନାର ୱିଙ୍ଗ୍ କମାଣ୍ଡର ଅଭିନନ୍ଦନଙ୍କ ଉପରେ ବଲିଉଡ଼ ଚଳଚ୍ଚିତ୍ର ନିର୍ମାଣ ହେବ। ବଲିଉଡ ଅଭିନେତା ବିବେକ ଓବରୟଙ୍କୁ ଏହି ଚଳଚ୍ଚିତ୍ର ନିର୍ମାଣ କରିବାକୁ ଅନୁମତି ମିଳିଛି। ଜମ୍ମୁ-କାଶ୍ମୀର, ଦିଲ୍ଲୀ ଏବଂ ଆଗ୍ରାରେ ୨୦୨୦ରୁ ସିନେମାର ଶୁଟିଂ ଆରମ୍ଭ ହେବ। ହିନ୍ଦୀ, ତେଲଗୁ ଏବଂ ତାମିଲ ଭଳି ତିନୋଟି ଭାଷାରେ ଚଳଚ୍ଚିତ୍ରଟି ନିର୍ମାଣ କରାଯିବ।
ରିପୋର୍ଟ ଅନୁସାରେ, ନିକଟରେ ସରକାର ଅଭିନନ୍ଦନଙ୍କୁ ବୀର ଚକ୍ର ପ୍ରଦାନ କରିଥିଲେ। ଅଭିନନ୍ଦନ ଫେବୃୟାରୀ ୨୭ରେ ନିୟନ୍ତ୍ରଣ ରେଖା ନିକଟରେ ପାକିସ୍ତାନର ଏଫ-୧୬ ଯୁଦ୍ଧ ବିମାନ ଖସାଇ ଦେଇଥିଲେ। ଏହା ପୂର୍ବ ରାତିରେ ବାୟୁସେନା ପକ୍ଷରୁ ପାକ୍ ଅଧିକୃତ କାଶ୍ମୀର(ପିଓକେ)ର ବାଲାକୋଟରେ ବିମାନ ଆକ୍ରମଣ କରାଯାଇଥିଲା। ଏହା ପରେ ପାକିସ୍ତାନ ପକ୍ଷରୁ ଯୁଦ୍ଧ ବିମାନ ଜରିଆରେ ଭାରତୀୟ ସେନା ଶିବିରକୁ ଟାର୍ଗେଟ କରି ଆକ୍ରମଣ କରିଥିଲା। ବାୟୁସେନା ଏହାର କଡ଼ା ଜବାବ ଦେବା ସହିତ ପାକ୍ ଯୁଦ୍ଧ ବିମାନକୁ ଘଉଡ଼ାଇ ଦେଇଥିଲା, ଯେଉଁଥିରେ ଅଭିନନ୍ଦନ ପାକିସ୍ତାନର ଏକ ଏଫ୍-୧୬ ଯୁଦ୍ଧ ବିମାନକୁ ଖସାଇ ଦେଇଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories