www.samajalive.in
Tuesday, December 9, 2025
17.1 C
Bhubaneswar

ବିଶ୍ୱନାଥପୁରରେ ମାଓ ପୋଷ୍ଟର : ଏଥର ଲାଲବାହିନୀ ଟାର୍ଗେଟରେ କୁଜିନେତା

ଲାଞ୍ଜିଗଡ଼ : କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ମୁଖ୍ୟାଳୟ ବିଶ୍ୱନାଥପୁରଠାରେ ଶୁକ୍ରବାର ମାଓପୋଷ୍ଟର ଦେଖିବାକୁ ମିଳିଛି। ବିଶ୍ୱନାଥପୁର ବସ୍ତିର ବିଜେପୁର ଛକଠାରେ ଏହି ପୋଷ୍ଟର ଏକ କାନ୍ଥରେ ଲଗାଯାଇଥିବା ଜନସାଧାରଣ ଦେଖିବାକୁ ପାଇଥିଲେ। ଏହାକୁ ନେଇ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ସୂଚନାଯୋଗ୍ୟ, ଜୁଲାଇ ୨୧ତାରିଖରେ ପାହାଡ଼ପଦର ସାପ୍ତାହିକ ବଜାରରେ ଦିନ ଦ୍ୱିପହରରେ ଠିକାଦାର ରାଜେନ୍ଦ୍ର ସାହୁକୁ ଗୁଳିକରି ହତ୍ୟା କରିଥିବା ବେଳେ ସେହିଦିନ ରାତିରେ ବାବୁପଦର ଗାଁର ଭୀମ ଦୋରାକୁ ମାଓବାଦି ଗୁଳିକରି ହତ୍ୟା କରିଥିଲେ। ଏହି ଘଟଣା ସେହି ସମୟରେ ସାରା ଜିଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ପୁଲିସର ମୁଣ୍ଡବିନ୍ଧାର କାରଣ ସାଜିଥିଲା। ପୁଲିସ ପକ୍ଷରୁ କୁମ୍ବିଙ୍ଗ ଅପରେସକୁ ମଧ୍ୟ ଜୋରଦାର କରାଯାଇଥିଲା। ଜୁଲାଇ ୨୩ତାରିଖରେ ପୁଲିସ ଓ ମାଓବାଦିଙ୍କ ମଧ୍ୟରେ ଗୁଳି ବିନିମୟ ହୋଇ କୋଟବୁଣ୍ଡେଲ ନିକଟରେ ଯବାନଙ୍କ ଗୁଳିରେ ଜଣେ ମାଓବାଦି ନିହତ ହୋଇଥିଲା। ଜନସାଧାରଣଙ୍କ ଏସବୁ ଘଟଣା ମନରୁ ନ ଲିଭୁଣୁ ଆଜି ପୁଣି ଦେଖାଦେଇଛି ଆଉ ଗୋଟିଏ ମାଓପୋଷ୍ଟର। ଏହି ପୋଷ୍ଟରରେ ବିଜେପୁର, ଲାଖବାହାଲି, ମାଳିପଡା, ବେନଗାଁ, ମୁଷାନାଳ ଆଦି ଅଞ୍ଚଳର କୁଜିନେତାମାନଙ୍କୁ ଚେତାବନି ଦିଆଯାଇଛି। ଏହି କୁଜିନେତାମାନେ ଗରିବ ନିରୀହ ଜନସାଧାରଣଙ୍କ ଉପରେ ଅନ୍ୟାୟ ଅତ୍ୟାଚାର କରୁଛନ୍ତି। ସେଥିପାଇଁ ସେମାନଙ୍କୁ ଦଣ୍ଡ ଦିଆଯିବ ବୋଲି ପୋଷ୍ଟରରେ ଉଲ୍ଲେଖ ରହିଛି। ଏହି ଅଞ୍ଚଳକୁ ୧୬୦ଜଣ ମାଓବାଦି ପ୍ରବେଶ କରିଥିବା ସୂଚନା ମିଳିଛି। ଏହି ପୋଷ୍ଟରରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ବଂଶଧାରା ଘୁମସର ନାଗାବଳି ଡିଭିଜନ ପକ୍ଷରୁ ଜାରି କରାଯାଇଥିବା ଉଲ୍ଲେଖ ରହିଛି ଏବଂ ପୋଷ୍ଟର ତଳେ ସମ୍ପାଦକ ଉମାକାନ୍ତଙ୍କ ନାଁ ମଧ୍ୟ ରହିଛି। ବିଶ୍ୱନାଥପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ପୋଷ୍ଟର ଜବତ କରିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories