www.samajalive.in
Saturday, December 13, 2025
26.1 C
Bhubaneswar

କାଶ୍ମୀର ହେଉଛି ଭାରତ ଓ ପାକିସ୍ତାନ ମଧ୍ୟରେ ଏକ ଦ୍ୱିପକ୍ଷିୟ ପ୍ରସଙ୍ଗ : ଫ୍ରାନ୍ସ

ପ୍ୟାରିସ : କାଶ୍ମୀର ହେଉଛି ଭାରତ ଓ ପାକିସ୍ତାନ ମଧ୍ୟରେ ଏକ ଦ୍ୱିପାକ୍ଷିୟ ପ୍ରସଙ୍ଗ ଏବଂ ଉଭୟ ଦେଶ ଆପୋଷ ଆଲୋଚନା ମାଧ୍ୟମରେ ସମସ୍ତ ମତପାର୍ଥକ୍ୟ ଦୂର କରିବା ଉଚିତ୍‍ । ଫ୍ରାନ୍ସର ବୈଦେଶିକ ମନ୍ତ୍ରୀ ଜିନ୍‍-ୟେଭେସ୍‍ ଲି ଡ୍ରିୟାନ୍‍ ଏକ ବିବୃତ୍ତିରେ କହିଛନ୍ତି, ଦୀର୍ଘସ୍ଥାୟୀ ଶାନ୍ତି ପ୍ରତିଷ୍ଠା ପାଇଁ ଉଭୟ ଭାରତ ଓ ପାକିସ୍ତାନ ଦ୍ୱିପକ୍ଷିୟ କଥାବାର୍ତ୍ତା ମାଧ୍ୟମରେ ସବୁ ସମସ୍ୟାର ସମାଧାନ କରିବା ଉଚିତ୍‍ ବୋଲି ତାଙ୍କ ଦେଶ ସବୁବେଳେ ମତ ଦେଇ ଆସିଛି । ଉଭୟ ଦେଶ ପରିସ୍ଥିତିକୁ ଶାନ୍ତ ରଖିବା ପାଇଁ ଉଦ୍ୟମ ଜାରି ରଖିବାକୁ ଫ୍ରାନ୍ସ ମତ ଦେଇଛି। ଦୁଇ ଦେଶ ଏଭଳି କାର୍ଯ୍ୟାନୁଷ୍ଠାନରୁ ନିବୃତ୍ତ ରହିବା ଆବଶ୍ୟକ ଯାହା ପରିସ୍ଥିତିକୁ ଅଧିକ ଗମ୍ଭୀର କରିବ ବୋଲି ବିବୃତ୍ତିରେ କୁହାଯାଇଛି ।

ସେହିପରି ବାଙ୍ଗଲାଦେଶ ମଧ୍ୟ କହିଛି ଯେ ନୂଆଦିଲ୍ଲୀ ଦ୍ୱାରା ଧାରା ୩୭୦ର ଉଚ୍ଛେଦ ଭାରତର ଆଭ୍ୟନ୍ତରୀଣ ବ୍ୟାପାର। ଭାରତ ଆନ୍ତର୍ଜାତିକ ସମୁଦାୟକୁ ନିର୍ଦ୍ଦିଷ୍ଟ ଭାବେ କହିଛି ଯେ ଜାମ୍ମୁ କାଶ୍ମୀରକୁ ସ୍ୱତନ୍ତ୍ର ମାନ୍ୟତା ପ୍ରଦାନ କରୁଥିବା ସମ୍ବିଧାନର ଧାରା ୩୭୦ର ଉଚ୍ଛେଦ ଦେଶର ଆଭ୍ୟନ୍ତରୀଣ ବ୍ୟାପାର ଏବଂ ଏହି ବାସ୍ତବତାକୁ ଆଦରି ନେବା ପାଇଁ ଭାରତ ପାକିସ୍ତାନକୁ ମଧ୍ୟ ପରାମର୍ଶ
ଦେଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories