www.samajalive.in
Monday, December 8, 2025
24.1 C
Bhubaneswar

ତାମିଲନାଡୁରେ ୮୦ ଫୁଟ ଗଭୀର ଖାଇକୁ ଖସିଲା କାର, ୮ ମୃତ

ଚେନ୍ନଇ : ତାମିଲନାଡୁ ତିରୁଚିରାପାଲ୍ଲି ଜିଲାରେ ରବିବାର ଏକ ମିନିଭ୍ୟାନ ରାସ୍ତାରେ ଭାରସାମ୍ୟ ହରାଇ ୮୦ ଫୁଟ ଗଭୀର ଖାଇକୁ ଖସିପଡିଛି। ଏଥିରେ କାରରେ ଥିବା ୩ ଶୁଶୁଙ୍କ ସମେତ ୮ ଜଣଙ୍କ ମୃତ୍ୟୁ ଘଟିଛି। ସନ୍ଧ୍ୟା ପ୍ରାୟ ୫ଟା ବେଳେ କାରଟି ତ୍ରିଚି-ତିରେୟୁର ରୋଡ଼ ପାର୍ଶ୍ବରେ ଥିବା ଖାଇକୁ ଖସିପଡିଥିଲା।

ପୁଲିସ ସୂଚନା ଅନୁସାରେ ଗାଡ଼ିରେ ୨୨ ଜଣ ଯାତ୍ରୀ ଥିଲେ। ସେମାନେ ଏକ ଉତ୍ସବରେ ଯୋଗଦେବାକୁ ଯାଉଥିଲେ। ରାସ୍ତାରେ ତିରେୟୁର ନିକଟ ପୁଥୁରରେ ଚାଳକ ଜଣ ଗାଡ଼ିରୁ ନିୟନ୍ତ୍ରଣ ହରାଇ ବସିଥିଲେ। ଫଳରେ ଦୁର୍ଘଟଣା ଘଟିଥିଲା। ଏଥିରେ ୩ ଶିଶୁ ଓ ୫ ଯୁବକଙ୍କ ମୃତ୍ୟୁ ଘଟିଛି। ୫ ମୃତକଙ୍କ ବୟସ ୨୦ରୁ ୩୦ ମଧ୍ୟରେ ହେବ। ୧୪ ଜଣଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ଗୁରୁତର ରହିଛି।

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories