www.samajalive.in
Monday, December 8, 2025
27.1 C
Bhubaneswar

ମୋଦୀଙ୍କ ବଡ଼ ଉପହାର; କ୍ଷୁଦ୍ର ଅସହାୟ ଋଣଗ୍ରହିତାଙ୍କ ଋଣ ଛାଡ଼ ହେବ

ନୂଆଦିଲ୍ଲୀ: ଅସହାୟ ଅବସ୍ଥାରେ ରହୁଥିବା କ୍ଷୁଦ୍ର ଋଣଗ୍ରହିତାମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରର ବଡ଼ ଉପହାର। ଏଣିକି ଏହି ଋଣଗ୍ରହିତାମାନେ ନେଇଥିବା ଋଣ ପରିଶୋଧ କରିବାରୁ ମୁକ୍ତି ପାଇବେ। ଦେବାଳିଆ ଆଇନ ଅଧୀନରେ ‘ନୂଆ ଆରମ୍ଭ’ ନାମରେ ଏକ ବ୍ୟବସ୍ଥା ଆଣି ଛୋଟ ଋଣଗ୍ରହିତାଙ୍କୁ ଅଶ୍ଵସ୍ତି ଦେବା ଲାଗି କେନ୍ଦ୍ର ସରକାର ସେମାନଙ୍କ ଋଣ ଛାଡ଼ କରିବାକୁ ଯୋଜନା କରିଛନ୍ତି।

କମ୍ପାନୀ ବ୍ୟାପାର ସଚିବ ଇଞ୍ଜେତି ଶ୍ରୀନିବାସ କହିଛନ୍ତି, ଦେଶରେ ଆର୍ଥିକ ଦୁର୍ବଳ ଶ୍ରେଣୀର ଛୋଟ ଅସହାୟ ଋଣଗ୍ରହିତାମାନଙ୍କୁ ପ୍ରସ୍ତାବିତ ବ୍ୟବସ୍ଥାର ସୁବିଧା ଦେବା ଲାଗି ମାନଦଣ୍ଡ ପ୍ରସ୍ତୁତ କରିବା ପାଇଁ ମାଇକ୍ରୋଫାଇନାନ୍ସ ଉଦ୍ୟୋଗ ସହିତ ବିଚାରବିମର୍ଶ କରାଯାଇଛି। ଯଦି ଜଣେ ବ୍ୟକ୍ତି ‘ନୂଆ ଆରମ୍ଭ’ ବ୍ୟବସ୍ଥାର ଲାଭ ଉଠାଉଛନ୍ତି, ତେବେ ତାଙ୍କୁ ଆଗାମୀ ୫ବର୍ଷ ପାଇଁ ଏହାର ସୁବିଧା ମିଳିବ ନାହିଁ। ଆମେ ମାଇକ୍ରୋଫାଇନାନ୍ସ ଉଦ୍ୟୋଗର ସମସ୍ତ ସର୍ତ୍ତ ଅନୁସାରେ କାମ କରିବା ଆରମ୍ଭ କରିଛୁ। ମାନଦଣ୍ଡକୁ ନେଇ ମାଇକ୍ରୋଫାଇନାନ୍ସ ଉଦ୍ୟୋଗ ସହିତ ଆଲୋଚନା ହୋଇସାରିଛି।

- Advertisement -

‘ନୂଆ ଆରମ୍ଭ’ ବ୍ୟବସ୍ଥାରେ ସାମିଲ ହେବା ଲାଗି ଅନେକ ସର୍ତ୍ତ ରହିଛି। ସର୍ତ୍ତ ଅନୁସାରେ ଋଣଗ୍ରହିତାଙ୍କ ବାର୍ଷିକ ଆୟ ୬୦ ହଜାର ଟଙ୍କାରୁ ଅଧିକ ହୋଇ ନ ଥିବ। ସେମାନଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୨୦ ହଜାର ଟଙ୍କା ହୋଇଥିବ ଏବଂ ଛାଡ଼ ହେବାକୁ ଥିବା ଋଣର ପରିମାଣ ୩୫ ହଜାର ଟଙ୍କାରୁ ଅଧିକ ହୋଇ ନ ଥିବ। ଏହା ସହିତ ଏଭଳି ବ୍ୟକ୍ତିଙ୍କ ନିକଟରେ ନିଜର ଆବାସ ନ ଥିବ।

Hot this week

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

Related Articles

Popular Categories