www.samajalive.in
Wednesday, December 10, 2025
18.1 C
Bhubaneswar

ଭାରତ ସହ ସମ୍ପର୍କ କାଟିବା ପଡ଼ିଲା ମହଙ୍ଗା, ପାକିସ୍ତାନରେ ଔଷଧ ଓ କଞ୍ଚାମାଲ ସଂକଟ

ନୂଆଦିଲ୍ଲୀ : ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ ବିରୋଧ କରି ଭାରତ ସହ ଦ୍ୱିପାକ୍ଷିକ ବାଣିଜ୍ୟ ସମ୍ପର୍କ କାଟିବା ନିଷ୍ପତ୍ତି ପାକିସ୍ତାନକୁ ମହଙ୍ଗା ପଡ଼ିଛି। ଏବେ ପାକିସ୍ତାନରେ ଜୀବନରକ୍ଷକ ଔଷଧ ତଥା ଅନ୍ୟ ଆବଶ୍ୟକ ସାମଗ୍ରୀର ସଂକଟ ଦେଖାଦେଇଛି। ଫଳରେ ପାକିସ୍ତାନର ଏକ ଉଦ୍ୟୋଗ ସଂଗଠନ ସରକାରଙ୍କୁ ଆମଦାନୀ ନିୟମକୁ କୋହଳ କରିବା ପାଇଁ ନବେଦନ କରିଛି।

ପାକିସ୍ତାନର ଖବରକାଗଜ ‘ଡନ’ ଅନୁସାରେ ଉଦ୍ୟୋଗ ସଂଗଠନ ଏମ୍ପଲାୟର୍ସ ଫେଡେରସନ ଅଫ ପାକିସ୍ତାନ (ଇଏଫପି) ଭାରତ ସହ ଦ୍ୱିପାକ୍ଷିକ ବାଣିଜ୍ୟ ସମ୍ପର୍କ ଚ୍ଛିନ୍ନ ନିଷ୍ପତ୍ତିକୁ ସମାଲୋଚନା କରିଛି। ଇଏଫପି ପକ୍ଷରୁ କୁହାଯାଇଛି ଯେ ବିକଳ୍ପ ବ୍ୟବସ୍ଥା ନକରି ଏଭଳି ନିଷ୍ପତ୍ତି ଦ୍ୱାରା ପାକିସ୍ତାନର କ୍ଷତି ହେବ। ଆଉ କିଛି ଦିନ ପରେ ପାକିସ୍ତାନ ବଜାରରେ ଜୀବନ ରକ୍ଷକ ଔଷଧ ମିଳିବ ନାହିଁ। ତେଣୁ ତୁରନ୍ତ ବିକଳ୍ପ ବ୍ୟବସ୍ଥା କରାଯାଉ। ନଚେତ ଆମଦାନୀ ନିୟମରେ କୋହଳ କରାଯିବା ଆବଶ୍ୟକ। ଇଏଫପି ଉପାଧ୍ୟକ୍ଷ ଜାକି ଅହମଦ ଖାନ କହିଛନ୍ତି ଯେ ଜୀବନରକ୍ଷକ ଔଷଧ ତିଆରି କରିବା ପାଇଁ ପାକିସ୍ତାନର ଔଷଧ କମ୍ପାନୀ ଭାରତରୁ କେତେକ ସାମଗ୍ରୀ ଆମଦାନୀ କରିଥାନ୍ତି। ଏବେ ବାଣିଜ୍ୟ ସମ୍ପର୍କ କଟିଯାଇଥିବାରୁ ଔଷଧ ତିଆରି ପାଇଁ କଞ୍ଚାମାଲ ମିଳୁନାହିଁ। ଅଳ୍ପଦିନରେ ବଜାରରେ ଥିବା ଜୀବନ ରକ୍ଷକ ଔଷଧ ସରିଯିବ। ଏହାପରେ ଦେଶରେ ଔଷଧର ସଂକଟ ଦେଖାଯିବ ଓ ଜୀବନ ହାନି ଘଟିବ। ବିକଳ୍ପ ବ୍ୟବସ୍ଥା ନକରିବା ପର୍ଯ୍ୟନ୍ତ ଆମଦାନୀ ନିୟମ କୋହଳ କରାଯାଉ।

Hot this week

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

Related Articles

Popular Categories