www.samajalive.in
Friday, December 12, 2025
26.1 C
Bhubaneswar

ଡାକ୍ତରୀ ଛାତ୍ରଙ୍କ ପାଇଁ ସରକାରୀ ଅଙ୍କୁଶ ; ଦୁଇ ବର୍ଷ ସେବା ନ କଲେ ୨ କୋଟି ଜୋରିମାନା

ଭୁବନେଶ୍ୱର : ଓଡିଶାର ଜନସାଧାରଣ କିଭଳି ଉତ୍ତମ ସ୍ବାସ୍ଥ୍ୟସେବା ପାଇବେ ତାକୁ ରାଜ୍ୟ ସରକାର ଗୁରୁତ୍ବ ଦେଇଛନ୍ତି। ଏଣିକି ସରକାରୀ ମେଡିକାଲ କଲେଜରେ ଏମ୍‍ବିବିଏସ୍‍, ପିଜି ଓ ସୁପର ସ୍ପେଶିଆଲିଷ୍ଟ ପାଠ ପଢ଼ୁଥିବା ଡାକ୍ତରୀ ଛାତ୍ରଛାତ୍ରୀମାନେ ମନଇଚ୍ଛା ବାହାର ରାଜ୍ୟକୁ ଯାଇ ପାରିବେ ନାହିଁ। ଡାକ୍ତରୀ ଛାତ୍ରଛାତ୍ରୀ ଓଡ଼ିଶାବାସୀଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇ ଦେବାପାଇଁ ସ୍ବାସ୍ଥ୍ୟବିଭାଗ ପକ୍ଷରୁ ସେମାନଙ୍କ ଉପରେ ଅଙ୍କୁଶ ଲଗାଯାଇଛି। ଏହି ତିନି ବର୍ଗର ଡାକ୍ତରୀ ଛାତ୍ରଛାତ୍ରୀ ରାଜ୍ୟ ସରକାରଙ୍କ ଅଧୀନରେ ଦୁଇବର୍ଷ କାର୍ଯ୍ୟ କରିବାକୁ ବାଧ୍ୟ। ଯଦି ସେମାନେ ଦୁଇବର୍ଷ କାର୍ଯ୍ୟ ନକରିବେ ତେବେ ସେମାନଙ୍କୁ ଯଥାକ୍ରମେ ସରକାରଙ୍କୁ ୫୦ଲକ୍ଷ, ଦେଢ କୋଟି ଓ ଦୁଇକୋଟି ଟଙ୍କା ଦେବାକୁ ପଡିବ। ଏଥିପାଇଁ ରାଜ୍ୟ ସରକାର ସ୍ବତନ୍ତ୍ର ଭାବେ ବଣ୍ଡ ବ୍ୟବସ୍ଥା କରିଛନ୍ତି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ କହିଛନ୍ତି।
ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି ଯେ ରାଜ୍ୟରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବିକାଶ ପାଇଁ ସରକାର ଆଣିବାକୁ ଥିବା ନୂତନ ସ୍ୱାସ୍ଥ୍ୟ ନୀତିର ଏହା ଏକ ଅଂଶବିଶେଷ। ରାଜ୍ୟରେ ଡାକ୍ତର ଅଭାବକୁ ପୂରଣ କରିବାପାଇଁ ସରକାର ସମସ୍ତ ଉଦ୍ୟମ ଜାରି ରଖିଛନ୍ତି। ଡାକ୍ତରୀ ପାଠ ସାରି ଛାତ୍ରଛାତ୍ରୀମାନେ ରାଜ୍ୟ ବାହାକୁ ପଳାଉଥିବାରୁ ଏହାକୁ ଦୃଷ୍ଟିରେ ରଖି ସରକାର ଏଭଳି କଠୋର ନିଷ୍ପତ୍ତି ନେଇଛନ୍ତି। ତଦନୁଯାୟୀ ଏମ୍‍ବିବିଏସ୍‍, ପିଜି ଓ ସୁପର ସ୍ପେଶିଆଲିଷ୍ଟ ପାଠ୍ୟକ୍ରମରେ ନାମ ଲେଖାଇବା ସମୟରେ ଛାତ୍ରଛାତ୍ରୀମାନଙ୍କୁ ବଣ୍ଡ ରାଜିନାମା କରିବାକୁ ପଡିବ। ଏଥିରେ ଛାତ୍ରଛାତ୍ରୀଙ୍କର ଦୁଇ ଜଣ ଅଭିଭାବକ ବନ୍ଧକ (ସିଓରିଟିଜ୍‍) ରହିବେ। ରାଜ୍ୟ ଓ ରାଜ୍ୟ ବାହାରର ଛାତ୍ରଛାତ୍ରୀଙ୍କ ପାଇଁ ଏହା ଲାଗୁ ହେବ। ବିନା ବଣ୍ଡରେ କେହି ନାମ ଲେଖାଇ ପାରିବେ ନାହିଁ। ଫଳରେ ଶିକ୍ଷା ସମାପ୍ତି ପରେ ଛାତ୍ରଛାତ୍ରୀମାନେ ରାଜ୍ୟ ସରକାରଙ୍କ ଅଧୀନରେ ଅତି କମରେ ଦୁଇବର୍ଷ କାର୍ଯ୍ୟ କରିବାକୁ ବାଧ୍ୟ ହେବେ। ଯଦି ଏଥିରେ ସେମାନେ ଖିଲାପ କରନ୍ତି ତେବେ ଏମ୍‍ବିବିଏସ୍‍ ଉତ୍ତୀର୍ଣ୍ଣ ଡାକ୍ତର ସରକାରଙ୍କ ନିକଟରେ ୫୦ଲକ୍ଷ ଟଙ୍କା, ପିଜି ଉତ୍ତୀର୍ଣ୍ଣ ଡାକ୍ତର ଦେଢ କୋଟି ଓ ସୁପରସ୍ପେଶିଆଲିଷ୍ଟ ପାଠ ସାରିଥିବା ଛାତ୍ରଛାତ୍ରୀ ୨କୋଟି ଟଙ୍କାର ଜୋରିମାନା ଦେବାକୁ ପଡ଼ିବ ବୋଲି ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି।

Hot this week

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

Related Articles

Popular Categories