ବାସ୍ତୁ ଶାସ୍ତ୍ର ଅନୁଯାୟୀ କିଛି ଏପରି ଜିନିଷ ଅଛି ଯାହା ଘରେ ଥିଲେ ଗୃହରେ ନକରାତ୍ମକ ଶକ୍ତି ପ୍ରବେଶ କରିଥାଏ। ଫଳରେ ବ୍ୟକ୍ତିର ଜୀବନରେ ବିଭିନ୍ନ ସମସ୍ୟା ସୃଷ୍ଟି ହୋଇଥାଏ। ଜାଣନ୍ତୁ କେଉଁ ଜିନିଷ ଘରେ ଥିଲେ ନକରାତ୍ମକ ଶକ୍ତି ପ୍ରବେଶ କରେ….
ବହୁ ଲୋକେ ଘରେ ଅବ୍ୟବହୃତ ଓ ଚିରାଫଟା ବସ୍ତ୍ର, ଚାଦର ଆଦିକୁ ଏକ ପୁଟୁଳି କରି ଘରେ ରଖିଥାଆନ୍ତି। ଏପରି କରିବା ଦ୍ୱାରା ଘରେ ନକରାତ୍ମକ ଶକ୍ତି ଆସିଥାଏ।
ଯେଉଁ ଜିନିଷ କୌଣସି କାର୍ଯ୍ୟ ପାଇଁ ବ୍ୟବହାର ଉପଯୋଗୀ ନୁହେଁ, ତାହାକୁ ମଧ୍ୟ ଘରେ ରଖିବା ଉଚିତ ନୁହେଁ। ଅବ୍ୟବହୃତ ବସ୍ତୁ ଘରେ ରହିଲେ ବାସ୍ତୁ ସମସ୍ୟା ସୃଷ୍ଟି ହୋଇଥାଏ।
ଘରର ତାଜାରେ ପୁରୁଣା ଲକେଟ, ଡ଼େଉଁରିଆ, ଅନାବଶ୍ୟକ ଜିନିଷ ରଖନ୍ତୁ ନାହିଁ।
ତାଜମହଲ, ବୁଡ଼ିଯାଉଥିବା ଡ଼ଙ୍ଗା , ଜାହାଜ, ଜଙ୍ଗଲୀ ପଶୁ, କଣ୍ଟାଜାତୀୟ ବୃକ୍ଷର ଚିତ୍ର ଘରେ ଲଗାନ୍ତୁ ନାହିଁ। ଏପରି ଜିନିଷ ଘରେ ଥିଲେ ମନ ଅଶାନ୍ତ ହେବା, ଚିନ୍ତା ଭଳି ସମସ୍ୟା ଜୀବନରେ ଲାଗି ରହିଥାଏ।
ଗୃହରେ କିମ୍ବା କର୍ମକ୍ଷେତ୍ରରେ ଭଙ୍ଗାତୁଟା ଆଲମିରା ରହିବା ଉଚିତ ନୁହେଁ। ଆଲମିରା ଭଙ୍ଗାଥିଲେ ଆର୍ଥିକ କ୍ଷେତ୍ରରେ ସମସ୍ୟା ଲାଗି ରହେ।
ଘରକୁ ସର୍ବଦା ପରିଷ୍କାର ରଖନ୍ତୁ।
ସୁଖମୟ ଜୀବନ ପାଇଁ କିଛି ଆବଶ୍ୟକୀୟ ବାସ୍ତୁ ଟିପ୍ସ
Popular Categories



