www.samajalive.in
Wednesday, December 10, 2025
26.1 C
Bhubaneswar

ଇମ୍ରାନଙ୍କୁ ଟ୍ରମ୍ପଙ୍କ ପରାମର୍ଶ: ଦ୍ବିପାକ୍ଷିକ ଆଲୋଚନା ମାଧ୍ୟମରେ କାଶ୍ମୀର ପ୍ରସଙ୍ଗ ସମାଧାନ କର

ୱାଶିଂଟନ: କାଶ୍ମୀର ପ୍ରସଙ୍ଗରେ ୟୁ-ଟର୍ଣ୍ଣ ମାରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ପୂର୍ବରୁ ଏହି ପ୍ରସଙ୍ଗରେ ମଧ୍ୟସ୍ଥତା କରିବା ଲାଗି ବାରମ୍ବାର ଆଗ୍ରହ ପ୍ରକାଶ କରୁଥିବା ଟ୍ରମ୍ପ ଏଥିରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି। ଦ୍ବିପାକ୍ଷିକ ଆଲୋଚନା ମାଧ୍ୟମରେ କାଶ୍ମୀର ପ୍ରସଙ୍ଗର ସମାଧାନ କରିବା ଲାଗି ସେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ପରାମର୍ଶ ଦେଇଛନ୍ତି।

ଗତ ଜୁଲାଇରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଆମେରିକା ଗସ୍ତ କରିଥିଲେ। ଏହି ସମୟରେ ସେ ହ୍ବାଇଟ୍‌ ହାଉସରେ ଟ୍ରମ୍ପଙ୍କ ସହ ଆଲୋଚନା ବେଳେ କାଶ୍ମୀର ପ୍ରସଙ୍ଗ ଉଠାଇଥିଲେ। କାଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କରିବାକୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ କହିଥିବା ଟ୍ରମ୍ପ ଏହି ଅବସରରେ କହିଥିଲେ। ଏହାକୁ ନେଇ ଭାରତ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲା। ପରେ ଭାରତ ଏଭଳି କେବେ କହି ନ ଥିବା ହ୍ବାଇଟ୍‌ ହାଉସ୍‌ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା। ଏହାର କିଛିଦିନ ପରେ ପୁଣି ଥରେ ଟ୍ରମ୍ପ ମଧ୍ୟସ୍ଥତା ପାଇଁ ଆଗ୍ରହ ଦେଖାଇଥିଲେ। ଏ ନେଇ ଭାରତ ନିଜର ଆଭିମୁଖ୍ୟ ସ୍ପଷ୍ଟ କରି କାଶ୍ମୀର ପ୍ରସଙ୍ଗରେ ତୃତୀୟ ପକ୍ଷ ହସ୍ତକ୍ଷେପ କରିପାରିବେ ନାହିଁ ଆମେରିକାକୁ ଜଣାଇଥିଲା। ନିକଟରେ ଭାରତ ସରକାର ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବା ପରେ ପାକିସ୍ତାନ ବିଚଳିତ ହେବା ସହ ଜାତିସଂଘର ହସ୍ତକ୍ଷେପ ଲୋଡ଼ିଥିଲା। କିନ୍ତୁ ଜାତିସଂଘ ପକ୍ଷରୁ ମଧ୍ୟ ଏଥିରେ କୌଣସି ୩ୟ ପକ୍ଷ ହସ୍ତକ୍ଷେପ କରିପାରିବେ ନାହିଁ ବୋଲି କୁହାଯାଇଥିଲା। ଶେଷରେ ପାକିସ୍ତାନର ପ୍ରମୁଖ ସହଯୋଗୀ ରାଷ୍ଟ୍ର ଚୀନ ଏହି ପ୍ରସଙ୍ଗରେ ଜାତିସଂଘ ସୁରକ୍ଷା ପରିଷଦର ଗୁପ୍ତ ବୈଠକ ଡକାଇଥିଲା। ଏଥିରେ ମଧ୍ୟ ଚୀନକୁ କୌଣସି ରାଷ୍ଟ୍ର ସମର୍ଥନ କରି ନ ଥିଲେ। ଏହା ପରେ ଟ୍ରମ୍ପ ନିଜର ମତ ବଦଳାଇ ଦ୍ବିପାକ୍ଷିକ ଆଲୋଚନା ମାଧ୍ୟମରେ କାଶ୍ମୀର ପ୍ରସଙ୍ଗର ସମାଧାନ କରିବାକୁ ପାକିସ୍ତାନକୁ ପରାମର୍ଶ ଦେଇଛନ୍ତି।

Hot this week

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

Related Articles

Popular Categories