ଭୁବନେଶ୍ବର: କିଛି ଦିନର ନିରବତା ପରେ ପୁଣି ଅଜଣା ଜନ୍ତୁର ଆତଙ୍କ ଦେଖିବାକୁ ମିଳିଛି । ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ୍ ବାହାଡ଼ାଗୁଡ଼ା ଗାଁରେ ଅଜଣା ଜନ୍ତୁ ଆକ୍ରମଣରେ ଛେଳି ପଲଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ, ସେହି ଗାଁର ଗଙ୍ଗା ଗୌଡ଼ ନାମକ ଜଣେ ବ୍ୟକ୍ତିଙ୍କ ଗୁହାଳରେ ଛେଳି ପଲଙ୍କୁ ବାନ୍ଧି ଥିଲେ । କିଛି ସମୟ ପରେ ଗଙ୍ଗା ଗୌଡ଼ ଜଙ୍ଗଲରୁ ଫେରି ଦେଖିଲା ବେଳେକୁ ଗୁହାଳରେ ବନ୍ଧା ହୋଇଥିବା ଛେଳି ପଲ ମରି ପଡିଛନ୍ତି । ସବୁ ଛେଳିଙ୍କର ତଣ୍ଟି ପାଖରେ କାମୁଡ଼ା ଚିହ୍ନ ଥିବା ରହିଥିବା ବେଳେ ସମସ୍ତଙ୍କର ମୃତ୍ୟୁ ସମାନ ଢଙ୍ଗରେ ହୋଇଛି ବୋଲି ଗଙ୍ଗା ଗୌଡ଼ ଅଭିଯୋଗ କରିଛନ୍ତି। ତେବେ ଛେଲି ପଲଙ୍କୁ କିଏ ମାରିଛି ତାହା ସ୍ପଷ୍ଟ ହୋଇନଥିବା ବେଳେ ଅଜଣା ଜନ୍ତୁ ଆକ୍ରମଣରେ ଛେଳି ପଲଙ୍କ ମୃତ୍ୟୁ ହୋଇଥାଇପାରେ ବୋଲି ସ୍ଥାନୀୟଲୋକ ସନ୍ଦେହ କରୁଛନ୍ତି।
ସୂଚନାଯୋଗ୍ୟ, ଗତ ଦୁଇ ବର୍ଷ ପୂର୍ବେ କଟକ ଜିଲା ନିଆଳି ଅଞ୍ଚଳରେ ମେଣ୍ଢା ମଡକ ଦେଖିବାକୁ ମିଳିଥିଲା। ଅଜଣାଜନ୍ତୁ ଆକ୍ରମଣରେ ମେଣ୍ଢାମାନଙ୍କ ମୃତ୍ୟୁ ହୋଇଛି ବୋଲି ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା। ସେହିପରି ଗତ ବର୍ଷ ମଧ୍ୟ ଏଭଳି କିଛି ଘଟଣା ସାମ୍ନାକୁ ଆସିଥିଲା ।



