www.samajalive.in
Tuesday, December 9, 2025
15.1 C
Bhubaneswar

ଲେମ୍ବୁ ମାଛ ଚଟପଟା

ମାଛ – ୫୦୦ ଗ୍ରାମ
କଟା ରସୁଣ – ୨ଟି
କଟା ଅଦା – ଆବଶ୍ୟକ ପରିମାଣରେ
କଟା ଟମାଟୋ – ୧ଟି
ଜିରା – ଅଳ୍ପ
କଟା କଞ୍ଚା ଲଙ୍କା – ୩ଟି
କଟା ପିଆଜ – ୧ଟି
ତେଲ – ଆବଶ୍ୟକ ପରିମାଣରେ
ଲୁଣ – ଆବଶ୍ୟକ ପରିମାଣରେ
ହଳଦୀ – ଆବଶ୍ୟକ ପରିମାଣରେ
କଟା ଲେମ୍ବୁ – ୧ଟି
ଗୋଟା ଲେମ୍ବୁ ପତ୍ର – ଅଳ୍ପ
ପାଣି – ଆବଶ୍ୟକ ପରିମାଣରେ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ମାଛକୁ ଧୋଇ ହଳଦୀ ଗୁଣ୍ଡ, ଲୁଣ ଗୋଳାଇ ଦିଅନ୍ତୁ।  ଗ୍ୟାସରେ କଡ଼େଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ଜିରା ପକାନ୍ତୁ। ଏବେ ଏଥିରେ କଟା ଟମାଟୋ ପକାଇ ଭାଜନ୍ତୁ। ଟମାଟୋ ଭଲ ଭାବେ ଭାଜି ହୋଇଗଲେ ପିଆଜ , ଅଦା , ରସୁଣ, କଞ୍ଚା ଲଙ୍କା, ପକାଇ ଭାଜନ୍ତୁ।  ଏଥିରେ ମାଛ ପକାଇ ଭାଜନ୍ତୁ। ଏବେ ଏକ ପାତ୍ରରେ ପାଣି ଗରମ କରି ଏଥିରେ ଲେମ୍ବୁ ପତ୍ର ଭିଜାନ୍ତୁ। ଲେମ୍ବୁ ପତ୍ର ଛାଣି ଦେଇ ଏହାର ପାଣିକୁ ପ୍ରସ୍ତୁତ ହେଉଥିବା ମାଛରେ ପକାନ୍ତୁ।  ଏଥିରେ ଲୁଣ, ଅଳ୍ପ ହଳଦୀ, ଅଳ୍ପ ଲେମ୍ବୁ ରସ ପକାଇ ଗ୍ୟାସରେ ୨ମିନିଟ ବସାନ୍ତୁ। ପ୍ରସ୍ତୁତ ହୋଇଗଲା ଚଟପଟା ଲେମ୍ବୁ ମାଛ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories