www.samajalive.in
Monday, December 8, 2025
24.1 C
Bhubaneswar

୨ ବର୍ଷରେ ଆଇଆଇଟି-ଆଇଆଇଏମରେ ଅଧାରୁ ପାଠ ଛାଡ଼ିଛନ୍ତି ୨୫୬୦ ଛାତ୍ରଛାତ୍ରୀ, ସେଥିମଧ୍ୟରୁ ୧୨୩୩ ସଂରକ୍ଷିତ ବର୍ଗର

ନୂଆଦିଲ୍ଳୀ : ଗତ ୨ ବର୍ଷ ମଧ୍ୟରେ ୨୬୪୧ ଛାତ୍ରଛାତ୍ରୀ ଆଇଆଇଟି ଏବଂ ୯୯ ଛାତ୍ରଛାତ୍ରୀ ଆଇଆଇଏମରେ ଅଧାରୁ ପାଠ ଛାଡ଼ିଛନ୍ତି। ଆଇଆଇଟିରୁ ଅଧାରୁ ପାଠ ଛାଡିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୪୮% ଏବଂ ଆଇଆଇଏମ ଛାଡ଼ିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୬୨% ହେଉଛନ୍ତି ସଂରକ୍ଷିତ ବର୍ଗର। କେନ୍ଦ୍ର ମାନବ ସମ୍ବଳ ବିକାଶ (ଏଚଆରଡି) ମନ୍ତ୍ରାଳୟ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଏହି ସୂଚନା ଦିଆଯାଇଛି।

ଆଇଆଇଟି ଦିଲ୍ଲୀରୁ ଅଧାରୁ ପାଠ ପଢା ଛାଡିଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ହେଉଛି ୭୮୨। ସେହିପରି ଆଇଆଇଏମ ଇନ୍ଦୋରରୁ ସର୍ବାଧିକ ୧୭ ଛାତ୍ରଛାତ୍ରୀ ଅଧାରୁ ପାଠ ପଢା ଛାଡ଼ିଛନ୍ତି। ଗତ ୨ ବର୍ଷ ମଧ୍ୟରେ ଆଇଆଇଟିରୁ ଅଧାରୁ ପାଠ ପଢା ଛାଡିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅଣସଂରକ୍ଷିତ ବର୍ଗର ୧୨୯୦ ଜଣ ଓ ସଂରକ୍ଷିତ ବର୍ଗର ୧୧୭୧ ଜଣ ଅଛନ୍ତି। ଆଇଆଇଟିରେ ସଂରକ୍ଷିତ ବର୍ଗ ଅନସୂଚୀତ ଜାତି (ଏସସି)ର ୩୭୧, ଅନୁସୂଚୀତ ଜନଜାତି (ଏସଟି)ର ୧୯୯, ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି)ର ୬୦୧ ଜଣ ଛାତ୍ରଛାତ୍ରୀ ଅଧାରୁ ପାଠ ପଢା ଛାଡ଼ିଛନ୍ତି। ସେହପରି ୨ ବର୍ଷ ମଧ୍ୟରୁ ଆଇଆଇଏମରୁ ଅଣସଂରକ୍ଷିତ ବର୍ଗର ୩୭ ଏବଂ ସଂରକ୍ଷିତ ବର୍ଗର ୬୨ ଛାତ୍ରଛାତ୍ରୀ ଅଧାରୁ ପାଠ ଛାଡିଛନ୍ତି। ଆଇଆଇଏମରେ ସଂରକ୍ଷିତ ବର୍ଗ ଅନସୂଚୀତ ଜାତି (ଏସସି)ର ୧୪, ଅନୁସୂଚୀତ ଜନଜାତି (ଏସଟି)ର ୨୧, ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି)ର ୨୭ ଜଣ ଛାତ୍ରଛାତ୍ରୀ ଅଧାରୁ ପାଠ ଛାଡିଛନ୍ତି।

- Advertisement -

ଆଇଆଇଟି ଦିଲ୍ଲୀରୁ ଅଧାରୁ ପାଠ ପଢା ଛାଡିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୧୧ ଜଣ ଏସସି ବର୍ଗର, ୮୪ ଜଣ ଏସଟି ଏବଂ ୧୬୧ ଜଣ ଓବିସି ବର୍ଗର ଅଛନ୍ତି। ଏହିପରି ଆଇଆଇଏମ ଇନ୍ଦୋରରୁ ଅଧାରୁ ପାଠ ପଢା ଛାଡିଥିବା ୧୭ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୯ ଜଣ ହେଉଛନ୍ତି ସଂରକ୍ଷିତ ବର୍ଗର।

ରିପୋର୍ଟ ଅନୁସାରେ ସଂସ୍ଥାନ ଛାଡିଥିବା ଏସସି, ଏସଟି ଏବଂ ଓବିସି ବର୍ଗର ଛାତ୍ରଛାତ୍ରୀ ସାଧାରଣ ବର୍ଗ ଛାତ୍ରଛାତ୍ରୀଙ୍କଠାରୁ କମ ମାର୍କ ରଖି ଆଡମିଶନ ପାଇଥିଲେ ବା ନାମଲେଖାଇଥିଲେ। ତେଣୁ ଏହି ରିପୋର୍ଟ ଶିକ୍ଷା କ୍ଷେତ୍ରରେ ଜାତିଗତ ସଂରକ୍ଷଣକୁ ନେଇ ପ୍ରଶ୍ନ ଉଠାଇଛି। ସଂରକ୍ଷଣ ବର୍ଗର ଚାତ୍ରଛାତ୍ରୀଙ୍କ ପାଇଁ ପ୍ରବେଶିକା ପରୀକ୍ଷା କଟ-ଅଫ ମାର୍କ କମ ରହିଥିବାବେଳେ କଲେଜରେ ଉତ୍ତୀର୍ଣ୍ଣ (ପାସ) ହେବା ପାଇଁ ଅଙ୍କ ବା ମାର୍କ ସମାନ ରହିଛି। ବିଶେଷଜ୍ଞଙ୍କ କହିବା ଅନୁସାରେ କମ ମାର୍କ ରଖି ସଂସ୍ଥାନରେ ନାମ ଲେଖାଇବାର ସୁଯୋଗ ପାଉଥିବା ଛାତ୍ରଛାତ୍ରୀ ଭଲ ପ୍ରଦର୍ଶନ କରିପାରନ୍ତି ନାହିଁ। ସେମାନେ ଚାପରୁ ବାହାରିପାରନ୍ତି ନାହିଁ। ଫଳରେ ଅଧାରୁ ପାଠ ପଢା ଛାଡ଼ନ୍ତି।

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories