www.samajalive.in
Monday, December 8, 2025
13.1 C
Bhubaneswar

ଜାମ୍ମୁ କାଶ୍ମୀର ଶାନ୍ତ – ଇଦ୍‍ ପାଇଁ ପ୍ରଶାସନ ବି ତତ୍ପର

ଜାମ୍ମୁ: ଜାମ୍ମୁ କାଶ୍ମୀର ପରିସ୍ଥିତି ମୋଟାମୋଟି ଭାବେ ଶାନ୍ତ ରହିଛି ଏବଂ ଗତ ଏକ ସପ୍ତାହ ମଧ୍ୟରେ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିବା ଖବର ମିଳିନାହିଁ। ମୁଖ୍ୟଶାସନ ସଚିବ ବି.ଭି. ଆର୍‍ ସୁବ୍ରମଣ୍ୟମ୍‍ କହିଛନ୍ତି ରାଜ୍ୟର କୌଣସି ସ୍ଥାନରେ ବିଶୃଙ୍ଖଳାର ଖବର ମିଳିନାହିଁ। ସେ କହିଛନ୍ତି ଇଦ୍‍ ପାଖେଇ ଆସୁଥିବାରୁ ଲୋକମାନେ ବାହାରକୁ ଆସି ଆବଶ୍ୟକ ଦ୍ରବ୍ୟ କିଣୁଛନ୍ତି। ମୁଖ୍ୟଶାସନ ସଚିବ କହିଛନ୍ତି ଶ୍ରୀନଗର ଏବଂ ଅନ୍ୟ ସହରଗୁଡ଼ିକରେ କିଣାକିଣି କରିବା ପାଇଁ ବେଶ୍‍ ଭିଡ଼ ପରିଲକ୍ଷିତ ହୋଇଛି।

ସୁବ୍ରମଣ୍ୟମ୍‍ ଏବଂ ସେଠାକାର ପୁଲିସ୍‍ ମହାନିର୍ଦ୍ଦେଶକ ଦିଲ୍‍ବାଗ୍‍ ସିଂ ଜନସାଧାରଣଙ୍କୁ ଗୁଜବରେ ବିଶ୍ୱାସ ନ କରିବା ପାଇଁ ଅନୁରୋଧ କରିଛନ୍ତି। ଗତ ୬ ଦିନ ମଧ୍ୟରେ କାଶ୍ମୀରରେ କୌଣସି ପ୍ରକାରର ଗୁଳିକାଣ୍ଡ ଘଟଣା ସଂଗଠିତ ହୋଇନଥିବା ବେଳେ ଗୁଜବ ପ୍ରଚାର ହୋଇଥିବା ସେମାନେ କହିଛନ୍ତି। ଇତିମଧ୍ୟରେ ଜାମ୍ମୁର ୧୦ଟି ଜିଲ୍ଲାରୁ ନିଷେଧାଦେଶ ଉଠାଇ ଦିଆଯାଇଥିବା ଦିଲ୍‍ବାଗ୍‍ ସିଂ କହିଛନ୍ତି। ରାଜ୍ୟପାଳ ସତ୍ୟପାଲ ମଲିକ ଶନିବାର ଶ୍ରୀନଗରରେ ଇଦ୍‍ ପ୍ରସ୍ତୁତି ଏବଂ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ରାଜ୍ୟପାଳ କହିଛନ୍ତି ଇଦ୍‍ ପର୍ବ ପାଇଁ ପ୍ରଶାସନ ସଂପୂର୍ଣ୍ଣ ପ୍ରସ୍ତୁତ ଅଛି ଏବଂ ଯେତେ ସମ୍ଭବ ସୁବିଧା ଆବଶ୍ୟକ ତାହା ଲୋକମାନଙ୍କୁ ଯୋଗାଇ ଦିଆଯିବ। ସେ କହିଛନ୍ତି ଲୋକମାନେ ବିନା ଭୟରେ ଇଦ୍‍ ପର୍ବ ପାଳନ କରିବେ। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ୍‍ ଗତକାଲି ଅନନ୍ତନାଗରେ ଏକ ପଶୁ ହାଟ ପରିଦର୍ଶନ କରିଛନ୍ତି।

- Advertisement -

ଶ୍ରୀନଗରର ପ୍ରଶାସନ ମଧ୍ୟ ଲୋକଙ୍କ ଯାତାୟାତ ଉପରୁ କଟକଣା ପ୍ରତ୍ୟାହାର କରିଛି। ଶ୍ରୀନଗର ଜିଲ୍ଲା ମାଜିଷ୍ଟ୍ରେଟ ଶାହିଦ ଚୌଧୁରୀ ଟ୍ୱିଟ କରିଛନ୍ତି, ଶ୍ରୀନଗରରେ ଜନଜୀବନ ସ୍ୱାଭାବିକ ରହିଛି ଏବଂ ସେଠାରେ ୨୫୦ଟି ଏଟିଏମକୁ କାର୍ଯ୍ୟକ୍ଷମ କରାଯାଇଛି। ଶନିବାର ସରକାରୀ କର୍ମଚାରୀଙ୍କୁ ଆଗୁଆ ଦରମା ପ୍ରଦାନ କରାଯାଇଛି। ହଜାର ହଜାର ସଂଖ୍ୟାରେ ଲୋକମାନେ ଇଦ ପାଇଁ ମାଂସ ଓ ଅନ୍ୟାନ୍ୟ ସାମଗ୍ରୀ କିଣୁଥିବା ଲକ୍ଷ୍ୟ କରାଯାଇଛି।

Hot this week

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

Related Articles

Popular Categories