www.samajalive.in
Thursday, December 11, 2025
23.1 C
Bhubaneswar

ପ୍ରମୁଖ ମଦ ବ୍ୟବସାୟୀ ଶିବ ଲାଲ ଡୋଡାଙ୍କ ସମେତ ୨୪ ଜଣଙ୍କୁ ଆଜୀବନ ଜେଲ

ଚଣ୍ଡିଗଡ : ପଞ୍ଜାବର ପାଜିଲକା ଜିଲାର ଅତିରିକ୍ତ ଜିଲା ଦୌରାଜଜ (ଏଡିଏସଜେ) ଶୁକ୍ରବାର ଏକ ହତ୍ୟା ମାମଲାରେ ପଞ୍ଜାବର ପ୍ରମୁଖ ମଦ ବ୍ୟବସାୟୀ ଶିବ ଲାଲ ଡୋଡା ଓ ଅନ୍ୟ ୨୩ ଜଣଙ୍କୁ ଆଜୀବନ ଜେଲ ଦଣ୍ଡଦେଶ ଶୁଣାଇଛନ୍ତି। ୨୦୧୫ରେ ନିଜର ପୂର୍ବତନ କର୍ମଚାରୀ ତଥା ଦଳିତ ଯୁବକ ଭୀମ ସାଇନ ଟାଙ୍କକୁ ହତ୍ୟା କରିବା ମାମଲାରେ ଶିବ ଲାଲ ଡୋଡାଙ୍କ ସମେତ ୨୪ ଜଣଙ୍କୁ ଧାରା  ୩୦୨ (ହତ୍ୟା) ଏବଂ ଧାରା ୧୨୦-ଖ (ଅପରାଧିକ ଷଡ଼ଯନ୍ତ୍ର)ରେ ଏଡିଏସଜେ ଉପରୋକ୍ତ ଦଣ୍ଡାଦେଶ ପ୍ରଦାନ କରିଛନ୍ତି। ଏହି ମାମଲାରେ ଏଡିଏସଜେ ଜଣଙ୍କୁ ୪ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିବାବେଳେ ଜଣଙ୍କୁ ଦୋଷ ମୁକ୍ତ କରିଛନ୍ତି।

ସୂଚନା ଅନୁଯାୟୀ ଡୋଡାଙ୍କ ପାଇଁ ଦଳିତ ଯୁବକ ଟାଙ୍କ କିଛି ବର୍ଷ କାମ କରିଥିଲା। ପରେ ସେ ଚାକିରି ଛାଡ଼ି ଆବୋହାର-ମାଲାଉଟ ରାସ୍ତାରେ ଏକ ଢାବା ଆରମ୍ଭ କରିଥିଲା। ଡୋଡାଙ୍କ ପାଖରେ କାମ କରୁଥିବା ଅନ୍ୟ ଜଣେ ବ୍ୟକ୍ତି ଦାଭୀନ୍ଦର ସିଂହଙ୍କ ସହ ଟାଙ୍କର କୌଣସି କାରଣରୁ ଝଗଡ଼ା ହୋଇଥିଲା। ଏଥିପାଇଁ ଡୋଡା ଟାଙ୍କକୁ ୨୦୧୫ ଡିସେମ୍ବର ୧୧ରେ ନିଜ ଫାର୍ମ ହାଉସକୁ ଡାକିଥିଲେ। ଭୀମ ଟାଙ୍କ ନିଜ ସାଙ୍ଗରେ ଗୁରଜାନ୍ତ ସିଂହ ନାମକ ଜଣେ ବ୍ୟକ୍ତିକୁ ନେଇ ସେଠାକୁ ଯାଇଥିଲେ। ମାତ୍ର ସେଠାରେ ଆଲୋଚନା ଗଣ୍ଡଗୋଳର ରୂପ ନେଇଥିଲା। ଡୋଡା ଓ ତାଙ୍କ ସହଯୋଗୀମାନେ ଟାଙ୍କର ହାତ-ଗୋଡ଼ କାଟି ଦେଇଥିଲାବେଳେ ଗୁରଜାନ୍ତ ସିଂହର ଗୋଟିଏ ହାତ ଓ ଗୋଟିଏ ଗୋଡ଼ କାଟି ଦେଇଥିଲେ। ପରେ ଅମ୍ରିତସର ହସ୍ପିଟାଲରେ ଭୀମ ଟାଙ୍କଙ୍କ ମୃତ୍ୟୁ ଘଟିଥିଲା। ଗୁରଜାନ୍ତ ଏକ ମାତ୍ର ସାକ୍ଷୀ ଭାବେ ଘଟଣାର ସାକ୍ଷ୍ୟ ଦେଇଥିଲେ। ଏଥିରେ ୨୬ ଜଣଙ୍କ ନାମରେ ମାମଲା ରୁଜୁ ହୋଇଥିଲା। ସେଥିରୁ ଜଣେ ନିର୍ଦୋଷରେ ଖଲାସ ହୋଇଥିବା ବେଳେ ଜଣଙ୍କୁ ମାତ୍ର ବର୍ଷେ ଜେଲ ଦଣ୍ଡ ହୋଇଛି।

Hot this week

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

Related Articles

Popular Categories