www.samajalive.in
Monday, December 8, 2025
24.1 C
Bhubaneswar

ଜାଣନ୍ତୁ କେଉଁ ବାରରେ କି ଭୋଗ କଲେ ମିଳେ ଶୁଭଫଳ

ପୂଜାର୍ଚ୍ଚନା କରିବା ସମୟରେ ଭୋଗ ଲଗାଇବା ସ୍ୱତନ୍ତ୍ର ବିଧି । ନିୟମିତ ମିଶ୍ରି ,ଫଳ ଆଦି ଭୋଗ ଭଗବାନଙ୍କ ସମ୍ମୁଖରେ ଅର୍ପଣ କରାଯାଇଥାଏ। ମାତ୍ର ବାର ଅନୁଯାୟୀ ଯଦି ନିର୍ଦ୍ଦିଷ୍ଟ ଭୋଗ ଆମେ ଭଗବାନଙ୍କୁ ଅର୍ପଣ କରୁ, ତେବେ ଏହାର ବିଶେଷ କୃପା ଓ ଆର୍ଶୀବାଦ ପ୍ରାପ୍ତି ହୋଇଥାଏ। ଜାଣନ୍ତୁ ଏ ବିଷୟରେ….

courtesy : parenting.firstcry.com

ସୋମବାର –
ଏହି ବାରରେ କଦଳୀ ଓ କଞ୍ଚା କ୍ଷୀର ଭୋଗ କଲେ ବହୁ ଶୁଭ ଫଳ ମିଳିଥାଏ। ପରିବାର ସଦସ୍ୟଙ୍କ ମଧ୍ୟରେ ସୁସଂପର୍କ ରହିଥାଏ।
ମଙ୍ଗଳବାର –
ଏହି ଦିନରେ ଉଖୁଡ଼ା ଓ ଖଇ କିମ୍ବା ଖାଲି ଉଖୁଡ଼ା ମଧ୍ୟ ଭୋଗ କଲେ, ଗୃହରେ ସର୍ବଦା ସୁଖଶାନ୍ତିର ବାତାବରଣ ରହିଥାଏ।

- Advertisement -
courtesy : patnadaily.com

ବୁଧବାର –
ଏହି ବାରରେ ହଳଦୀ ରଙ୍ଗର ଯେକୌଣସି ଲଡ଼ୁ ଭୋଗ କଲେ ବିଦ୍ୟା ଓ କର୍ମକ୍ଷେତ୍ରରେ ବହୁ ଉନ୍ନତି ହୋଇଥାଏ।

courtesy : swadfoodcorner.blogspot.com

ଗୁରୁବାର –
ଏହି ବାରରେ ଛେନା ଭୋଗ କରିବା ଦ୍ୱାରା ଗୃହରେ ଆର୍ଥିକ ଅବସ୍ଥାରେ ବହୁ ଉନ୍ନତି ହୋଇଥାଏ। ମା’ଲକ୍ଷ୍ମୀଙ୍କ ବିଶେଷ କୃପା ମିଳିଥାଏ।

courtesy : heraldnet.com

ଶୁକ୍ରବାର –
ଏହି ବାରରେ ଯେକୌଣସି ହଳଦୀ ରଙ୍ଗର ମିଠା ଭୋଗ କଲେ, ପରିବାରର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଖୁବ ଭଲ ରହିଥାଏ।
ଶନିବାର –
ଏହି ବାରରେ ରାଶି ଲଡ଼ୁ କିମ୍ବା ଉଖୁଡ଼ା ଭୋଗକଲେ ବହୁ ଶୁଭ ଫଳ ମିଳିଥାଏ।
ରବିବାର –
ଏହି ବାରରେ ମଧ୍ୟ ଯେକୌଣସି ମିଠା ଭୋଗ କଲେ ଭଗବାନଙ୍କ ବିଶେଷ କୃପା ମିଳିବା ସହ ବହୁ ଉନ୍ନତି ହୋଇଥାଏ।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories