ନୂଆଦିଲ୍ଲୀ: ଦିଲ୍ଲୀ-ଏନସିଆରରେ ଗୁରୁବାର ସକାଳେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ସକାଳ ପ୍ରାୟ ୬ଟା ୧୫ ମିନିଟରେ ଭୂକମ୍ପ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୮ ଥିଲା । ଭୂକମ୍ପର କେନ୍ଦ୍ର ସ୍ଥଳ ଆଫଗାନିସ୍ତାନର ହିନ୍ଦୁକୁଶ ପର୍ବତ ବୋଲି ଜଣାପଡିଛି ।
ବିଶେଷଜ୍ଞ ମତରେ ଏହି ତୀବ୍ରତାର ଭୂକମ୍ପରେ ଅଳ୍ପ ଧରଣର କ୍ଷୟକ୍ଷତି ହୋଇଥାଏ । ୩୫୦୦ କିମି ବିଶିଷ୍ଟ ଏହି ହିନ୍ଦୁକୁଶ ପର୍ବତମାଳା ୮ଟି ଦେଶକୁ ବ୍ୟାପି ରହିଛି । ପୂର୍ବରେ ମିଆଁମାର ଠାରୁ ପଶ୍ଚିମରେ ଆଫଗନିସ୍ତାନ ପର୍ଯ୍ୟନ୍ତ ବ୍ୟାପିଛି ।
ଦିଲ୍ଲୀ-ଏନସିଆରରେ ଭୂକମ୍ପ ଝଟକା ଅନୁଭୂତ
Popular Categories



