www.samajalive.in
Monday, December 8, 2025
14.1 C
Bhubaneswar

ସୁଷମାଙ୍କ ନାଁରେ ୨ଟି ଲିମ୍‌କା ରେକର୍ଡ, ପ୍ରବାସୀ ଭାରତୀୟଙ୍କ ପାଇଁ ଥିଲେ ଦେବଦୂତ

ନୂଆଦିଲ୍ଲୀ: ବିଦେଶ ମନ୍ତ୍ରୀ ଥିବାବେଳେ ପ୍ରବାସୀ ଭାରତୀୟଙ୍କୁ ସହାୟତା କରି ସମସ୍ତଙ୍କ ହୃଦୟ ଜିଣିଥିବା ସୁଷମା ସ୍ବରାଜ ନିଜର ରାଜନୈତିକ କ୍ୟାରିୟରର ପ୍ରଥମ ଦିନରୁ ହିଁ ସମସ୍ତଙ୍କ ପସନ୍ଦ ପାଲଟିଥିଲେ। ଏପରି କି ଟ୍ବିଟରରେ ସେ ଆଦେଶ ଜାରି କରି ଡିଜିଟାଲ ପ୍ରଶାସନର ଏଭଳି ଉଦାହରଣ ସୃଷ୍ଟି କରିଥିଲେ, ଯାହାର ପ୍ରଶଂସକ ସାରା ବିଶ୍ଵରେ ଥିଲେ। ଏହାର ପରିଣାମସ୍ବରୂପ ବିଦେଶ ମନ୍ତ୍ରୀ ରହିବା ସମୟରେ ଟ୍ବିଟରରେ ତାଙ୍କର ସବୁଠାରୁ ଅଧିକ ଫଲୋଅର ଥିବାରୁ ସୁଷମାଙ୍କୁ ଲିମ୍‌କା ବୁକ୍‌ ଅଫ୍‌ ରେକର୍ଡ୍ସରେ ସ୍ଥାନ ମିଳିଥିଲା। ଏହା ପୂର୍ବରୁ ବି ସେ ଆଉଥରେ ଲିମକା ରେକର୍ଡ୍ସରେ ନିଜର ନାମ ଲେଖିଥିଲେ। ଲିମ୍‌କା ବୁକ୍‌ ଅଫ୍‌ ରେକର୍ଡ୍ସ ସୁଷମା ଏବଂ ତାଙ୍କ ସ୍ବାମୀ ସ୍ବରାଜ କୌଶଲଙ୍କୁ ଦୁନିଆର ସବୁଠାରୁ ପ୍ରତିଷ୍ଠିତ ଦମ୍ପତି ହିସାବରେ ଏହି ସ୍ଥାନ ଦେଇଥିଲା। ସୁଷମା ସାଂସଦ ବ୍ୟତୀତ ମିଜୋରମ୍‌ର ରାଜ୍ୟପାଳ ବି ଥିଲେ। ତାଙ୍କ ସହ ଜଡ଼ିତ ବହୁ ରୋଚକ ତଥ୍ୟ ରହିଛି, ଯାହା ଅନେକଙ୍କୁ ଅଜଣା।

ସଂସ୍କୃତ ଏବଂ ରାଜନୀତି ଶାସ୍ତ୍ରରେ ସ୍ନାତକ କରିଥିବା ସୁଷମା ଭାରତୀୟ ସଂସଦଠାରୁ ଆରମ୍ଭ କରି ଜାତିସଂଘ ମହାସଭା ପର୍ଯ୍ୟନ୍ତ ହିନ୍ଦୀରେ ଭାଷଣ ଦେଇ ଚର୍ଚ୍ଚାକୁ ଆସିଥିଲେ। ସେ ଜଣେ ହିନ୍ଦୀ ବକ୍ତା ଭାବରେ ମଧ୍ୟ ଆରମ୍ଭରୁ ପ୍ରଖର ପ୍ରତିଭାଶାଳୀ ଥିଲେ। ସେ ହରିୟାଣାର ଭାଷା ବିଭାଗ ପକ୍ଷରୁ ଆୟୋଜିତ ହିନ୍ଦୀ ବକ୍ତୃତା ପ୍ରତିଯୋଗିତାରେ ଲଗାତାର ୩ବର୍ଷ ଧରି ଶ୍ରେଷ୍ଠ ବକ୍ତା ଭାବେ ପୁରସ୍କୃତ ହୋଇଥିଲେ। ତାଙ୍କୁ ହରିୟାଣା ବିଧାନସଭା ପକ୍ଷରୁ ଶ୍ରେଷ୍ଠ ହିନ୍ଦୀ ବକ୍ତା ଭାବେ ସମ୍ମାନିତ କରାଯାଇଥିଲା।

- Advertisement -

ସୁଷମା ରାଜନୀତିକୁ ଆସିବା ପୂର୍ବରୁ ଯୋଦ୍ଧାର ଖାକୀ ପୋଷାକ ପିନ୍ଧିଥିଲେ। ସେ ଲଗାତାର ୩ ବର୍ଷ ପର୍ଯ୍ୟନ୍ତ ଅମ୍ବାଲାର ଏସଡି କଲେଜରେ ଏନସିସିର ଶ୍ରେଷ୍ଠ କ୍ୟାଡେଟ ଭାବେ ମନୋନୀତ ହୋଇଥିଲେ।

ବଲିଉଡ୍‌କୁ ଉଦ୍ୟୋଗ ମାନ୍ୟତା ପ୍ରଦାନ କରିଥିଲେ ସୁଷମା। ଫଳରେ ବଲିଉଡ୍‌ ଚଳଚ୍ଚିତ୍ର ନିର୍ମାତାମାନେ ବ୍ୟାଙ୍କରୁ ଋଣ ନେଇ ଫିଲ୍ମ ନିର୍ମାଣ କରିବାର ରାସ୍ତା ବାହାରିଥିଲା। ଅଟଳ ବିହାରୀ ବାଜପେୟୀଙ୍କ ସରକାର ସମୟରେ ୧୯୯୮ରେ ସୁଷମା କେନ୍ଦ୍ରୀୟ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଥାଇ ବଲିଉଡ୍‌କୁ ଶିଳ୍ପ ଭାବେ ଘୋଷଣା କରିଥିଲେ। ତାଙ୍କର ଏହି ପଦକ୍ଷେପ ଫଳରେ ବଲିଉଡ୍‌ ଫିଲ୍ମରେ ଅଣ୍ଡରୱାର୍ଲ୍ଡର ବେଆଇନ ଟଙ୍କା ଖର୍ଚ୍ଚ ହେବା ଉପରେ ପ୍ରତିବନ୍ଧକ ଲାଗିଥିଲା ବୋଲି କୁହାଯାଉଛି।

Image courtesy: Aajtak

ପାକିସ୍ତାନ ଜେଲ୍‌ରେ ଥିବା ହମିଦ ଅନ୍‌ସାରୀ ନାମକ ବ୍ୟକ୍ତିଙ୍କୁ ସୁଷମା ସ୍ବଦେଶ ଫେରାଇ ଆଣିବାରେ ସହାୟତା କରିଥିଲେ। ହମିଦ୍‌ ଜେଲ ଦଣ୍ଡାଦେଶ ପୂରଣ କରିବାର ୩ବର୍ଷ ପରେ ବି ତାଙ୍କୁ ପାକିସ୍ତାନ ମୁକ୍ତ କରୁ ନ ଥିଲା। ସୁଷମାଙ୍କ ଉଦ୍ୟମରେ ହମିଦ ୨୦୧୮ ଡିସେମ୍ବର ୧୮ରେ ଭାରତ ଫେରିଥିଲେ। ସୁଷମାଙ୍କ ନିଧନ ପରେ ହମିଦ ଓ ତାଙ୍କ ପରିବାର ଗଭୀର ମର୍ମାହତ ହୋଇଥିବା ଟ୍ବିଟ୍‌ ଜରିଆରେ କହିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories