www.samajalive.in
Wednesday, December 10, 2025
16.1 C
Bhubaneswar

ମଙ୍ଗଳବାର ଭାରତ-ୱେଷ୍ଟଇଣ୍ଡିଜ୍ ଶେଷ ଟ୍ବେଣ୍ଟି -୨୦

ପ୍ରୋଭିଡେନ୍‌ସ :  ୱେଷ୍ଟଇଣ୍ଡିଜ୍ ଓ ଭାରତ ମଧ୍ୟରେ ୩ୟ ତଥା ଅନ୍ତିମ ଟ୍ବେଣ୍ଟି-୨୦ ମ୍ୟାଚ୍ ମଙ୍ଗଳବାର ଗାୟନାର ପ୍ରୋଭିଡେନ୍‌ସ ଷ୍ଟାଡିୟମ୍‌ରେ  ଖେଳାଯିବ। ସିରିଜରେ ପ୍ରଥମ ୨ଟିଯାକ ଟ୍ବେଣ୍ଟି-୨୦ ମ୍ୟାଚ୍ ଜିତି ଭାରତ ୨-୦ରେ ଆଗୁଆ ରହିଛି। ଫଳରେ ୩ ମ୍ୟାଚ୍‌ର ଟ୍ବେଣ୍ଟି-୨୦ ସିରିଜ୍‌କୁ ଭାରତ ହାତେଇ ନେଇଛି। ଫଳରେ ମଙ୍ଗଳବାର ଖେଳାଯିବାକୁ ଥିବା ୩ୟ ଟ୍ବେଣ୍ଟି-୨୦ ମ୍ୟାଚ୍ ଔପଚାରିକତାରେ ପରିଣତ ହୋଇଛି। ପ୍ରଥମ ୨ଟି ମ୍ୟାଚ୍ ଆମେରିକାରେ ଖେଳା ଯାଇଥିବା ବେଳେ ଅନ୍ତିମ ଟ୍ବେଣ୍ଟି୨୦ ମ୍ୟାଚ୍ ୱେଷ୍ଟଇଣ୍ଡିଜ୍‌ରେ ଖେଳାଯିବ। ଗୁରୁବାରଠାରୁ ଉଭୟ ଦଳଙ୍କ ମଧ୍ୟରେ ୩ ମ୍ୟାଚ୍‌ର ଦିନିିକିଆ ସିରିଜ୍ ଆରମ୍ଭ ହେଉଥିବା ବେଳେ ଏହା ପୂର୍ବରୁ ୩ୟ ଟ୍ବେଣ୍ଟି-୨୦ ମ୍ୟାଚ୍ ଜିତିବା ପାଇଁ ଉଭୟ ଦଳ ଚାହିଁବେ। ୩ୟ ମ୍ୟାଚ୍ ଜିତି ସିରିଜ୍ ପୋଛିନେବା ସହ ଭାରତ ତା’ର ପ୍ରାଧାନ୍ୟ ବଜାୟ ରଖିବାକୁ ନିଶ୍ଚୟ ଚାହିଁବ। ଅନ୍ୟପକ୍ଷରେ ଏହି ମ୍ୟାଚ୍ ଜିତି ୱେଷ୍ଟଇଣ୍ଡିଜ୍ ତା’ର ସମ୍ମାନ କିଞ୍ଚିତ୍ ଫେରି ପାଇବାକୁ ଚାହିଁବ।
ଭାରତ ସିରିଜ୍ ଜିତି ନେଇଥିବାରୁ ଏହା ସୁଯୋଗ ପାଇନଥିବା ଖେଳାଳିଙ୍କୁ ୩ୟ ମ୍ୟାଚ୍‌ରେ ଓହ୍ଲାଇପାରେ। ପ୍ରଥମ ୨ଟି ମ୍ୟାଚ୍‌ରେ ଖେଳିବାର ସୁଯୋଗ ପାଇନଥିବା ଭାରତୀୟ ଖେଳାଳି ହେଲେ ବ୍ୟାଟ୍‌ସମ୍ୟାନ୍ ଶ୍ରେୟାସ ଆୟର ଓ କେ.ଏଲ୍‌. ରାହୁଲ, ପେସ୍ ବୋଲର ଦୀପକ ଚହର ଏବଂ ତାଙ୍କ ଭାଇ ଲେଗ୍‌ସ୍ପିନର ରାହୁଲ ଚହର। ଫଳରେ ମନୀଷ ପାଣ୍ଡେ, ଶିଖର ଧାୱନ ଏବଂ ଜଣେ ପେସ୍ ବୋଲରଙ୍କୁ ଏହି ମ୍ୟାଚ୍‌ରୁ ବିଶ୍ରାମ ଦିଆ ଯାଇପାରେ। ଭାରତ ପାଇଁ ଚିନ୍ତାର ବିଷୟ ଏହା ଯେ ଓପ୍‌ନର ରୋହିତ ଶର୍ମାଙ୍କୁ ଛାଡ଼ି କୌଣସି ବ୍ୟାଟ୍‌ସମ୍ୟାନ ଭଲ ସ୍କୋର୍ କରି ପାରିନାହାନ୍ତି। ଉଭୟ ମ୍ୟାଚ୍‌ରେ ଅଧିନାୟକ ବିରାଟ କୋହଲି ବେଶ୍ କିଛି ସମୟ କ୍ରିଜ୍‌ରେ ବିତାଇଥିଲେ ହେଁ ବଡ଼ ସ୍କୋର୍ କରି ପାରିନାହାନ୍ତି। ମହେନ୍ଦ୍ର ସିଂହ ଧୋନିଙ୍କ ଉତ୍ତରାଧିକାରୀ ବୋଲି କୁହା ଯାଉଥିବା ଋଷଭ ପନ୍ତ୍ ଉଭୟ ମ୍ୟାଚ୍‌ରେ ବିଫଳ ହୋଇଛନ୍ତି। ଶିଖର ଧାୱନ ମଧ୍ୟ ତାଙ୍କ ଖ୍ୟାତି ଅନୁସାରେ ପ୍ରଦର୍ଶନ କରି ପାରିନାହାନ୍ତି। ଦୁଇ ବାମହାତି ଅଲ୍‌ରାଉଣ୍ଡର କ୍ରୁନାଲ ପାଣ୍ଡ୍ୟା ଓ ରବୀନ୍ଦ୍ର ଜାଡ଼େଜା ପ୍ରଭାବଶାଳୀ ପ୍ରଦର୍ଶନ କରିଛନ୍ତି। ବୋଲିଂରେ ମଧ୍ୟ ସମସ୍ତ ଭାରତୀୟ ଭଲ ପ୍ରଦର୍ଶନ କରିଛନ୍ତି; ଯାହା ଦିନିକିଆ ସିରିଜ୍ ପୂର୍ବରୁ ଦଳ ମ୍ୟାନେଜମେଣ୍ଟକୁ ପ୍ରଭାବିତ କରିଛି। ଏହି ମ୍ୟାଚ୍‌ରୁ ଭାରତ ଦିନିକିଆ ସିରିଜ୍ ଲାଗି ଉପଯୁକ୍ତ ଏକାଦଶ ଖୋଜିବାର ପ୍ରୟାସ କରିବ। ବିଶେଷକରି ଦିନିକିଆ ସିରିଜ୍ ପୂର୍ବରୁ ଋଷଭ ପନ୍ତ୍ ଓ ଶିଖର ଧାୱନ ବଡ଼ ସ୍କୋର୍ କରନ୍ତୁ ବୋଲି ଅଧିନାୟକ କୋହଲି ଚାହିଁବେ। ଅନ୍ୟପକ୍ଷରେ ଘରୋଇ ୱେଷ୍ଟଇଣ୍ଡିଜ୍‌ର ବୋଲର ଉଭୟ ଟ୍ବେଣ୍ଟି-୨୦ ମ୍ୟାଚ୍‌ରେ ଭଲ ପ୍ରଦର୍ଶନ କରିଥିବା ବେଳେ ବ୍ୟାଟ୍‌ସମ୍ୟାନ୍ ଅଶାନୁରୂପ ପ୍ରଦର୍ଶନ କରି ପାରିନାହାନ୍ତି। ବିଶେଷକରି ଏଭିନ୍ ଲୁଇସ୍ ଓ ସିମ୍ରନ୍ ହେତ୍‌ମେୟର ବଡ଼ ସ୍କୋର୍ କରି ପାରିନାହାନ୍ତି। ପ୍ରଥମ ମ୍ୟାଚ୍‌ରେ କୈରନ୍ ପୋଲାର୍ଡ ଓ ୨ୟ ମ୍ୟାଚ୍‌ରେ ରୋଭ୍‌ମ୍ୟାନ୍ ପୱେଲ ଭଲ ଇନିଂସ ଖେଳିଥିଲେ ହେଁ ଅନ୍ୟମାନେ ବିଫଳ ହୋଇଛନ୍ତି। ତେଣୁ ଦିନିକିଆ ସିରିଜ୍‌ ପାଇଁ ୱେଷ୍ଟଇଣ୍ଡିଜ୍ ଦଳରେ ଥିବା ବ୍ୟାଟ୍‌ସମ୍ୟାନ୍ ରନ୍ ସ୍କୋର୍ କରିବାକୁ ନିଶ୍ଚୟ ଚାହିଁବେ। ସିରିଜ୍ ହାରି ସାରିଥିବାରୁ ୱେଷ୍ଟଇଣ୍ଡିଜ୍ ମନଖୋଲା କ୍ରିକେଟ ଖେଳିବ ନିଶ୍ଚୟ। ଅନ୍ୟପକ୍ଷରେ ସିରିଜ୍ ହାତେଇ ନେଇଥିଲେ ହେଁ ଭାରତ କଦାପି ଢିଲାପଣ ଦେଖାଇବ ନାହିଁ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories