ବଡ଼ ଖବର :
# ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆସନ୍ତା ୧୧ ତାରିଖରୁ ତିନି ଦିନପାଇଁ ଚୀନ୍ ଗସ୍ତରେ ଯିବେ
# ପାକିସ୍ତାନରେ ଥିବା ଭାରତୀୟ ଦୂତାବାସର ରାଷ୍ଟ୍ରଦୂତଙ୍କୁ ସମନ ଜାରିକଲା ପାକିସ୍ତାନ
# ଧାରା ୩୭୦ ଉଚ୍ଛେଦ ପାଇଁ ରାଜ୍ୟସଭାରେ ବିଧେୟକ ପାରିତ ହେବା ପରେ ଏହା ଏକ ସ୍ୱପ୍ନ ସତ ହେବା ପରି ଲାଗୁଛି ବୋଲି କାଶ୍ମୀର ପଣ୍ଡିତମାନେ ମତ ଦେଇଛନ୍ତି ।
ଜାମ୍ମୁ କାଶ୍ମୀରର ୨ ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ଏବଂ ନ୍ୟାସନାଲ କନଫ୍ରେନ୍ସ ନେତା ଉମର ଅବଦୁଲ୍ଲାଙ୍କୁ ଆଜି ସନ୍ଧ୍ୟାରେ ଗିରଫ କରାଯାଇଛି। ସେମାନଙ୍କୁ ଶ୍ରୀନଗରର ହରି ନିବାସ ଗେଷ୍ଟ ହାଉସରେ ରଖାଯାଇଛି।
# ରାଜ୍ୟସଭାରେ ଜମ୍ମୁ-କାଶ୍ମୀର ପୁନର୍ଗଠନ ବିଲ୍ ୨୦୧୯ ଗୃହିତ ହୋଇଛି। ବିଲ୍ ସପକ୍ଷରେ ୧୨୫ଟି ଭୋଟ୍ ମିଳିଥିବାବେଳେ ବିଲ୍ ବିପକ୍ଷରେ ୬୧ଟି ଭୋଟ୍ ମିଳିଛି।
-ଏଥିସହ ଜମ୍ମୁକାଶ୍ମୀରକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପ୍ରଦାନ କରୁଥିବା ସମ୍ବିଧାନର ଧାରା ୩୭୦ ଉଚ୍ଛେଦ ହୋଇଛି ।
-ସେହିଭଳି ଜମ୍ମୁ-କାଶ୍ମୀର ସଂରକ୍ଷଣ ଦ୍ୱିତୀୟ ସଂଶୋଧନ ବିଲ ୨୦୧୯ ମୌଖିକ ଭୋଟରେ ଗୃହିତ ହୋଇଛି।
# ଜମ୍ମୁ ଓ କାଶ୍ମୀରରେ ୩୭୦ ଧାରା ଉଚ୍ଛେଦପାଇଁ ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶନାମା ପରେ ସର୍ବାଧିକ ସତର୍କ ରହିବାପାଇଁ କେନ୍ଦ୍ର ସରକାର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ପରାମର୍ଶ ଦେଇଛନ୍ତି।
# ଦେଶରେ ଆଇନ ଓ ଶୃଙ୍ଖଳା ପରିସ୍ଥିତି ବଜାୟ ରଖିବାପାଇଁ ସବୁମତେ ଉଦ୍ୟମ ଜାରି ରଖିବା ପାଇଁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଜାରି ବିଜ୍ଞପ୍ତିରେ କୁହାଯାଇଛି
# ଗଣମାଧ୍ୟମଗୁଡ଼ିକରେ ମିଥ୍ୟା ଓ ସମ୍ବେଦନଶୀଳ ସମ୍ବାଦଗୁଡ଼ିକୁ କଦାପି ଅନୁମତି ଦିଆଯିବ ନାହିଁ ବୋଲି ବିଜ୍ଞପ୍ତିରେ କୁହାଯାଇଛି
# ପୁରୀ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ ଜଗତଗୁରୁ ନିଶ୍ଚଳାନନ୍ଦ ସରସ୍ୱତୀ ଜାମ୍ମୁକାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗକୁ ସମର୍ଥନ କରିଛନ୍ତି । ଜାମ୍ମୁକାଶ୍ମୀରରେ ଶାନ୍ତି ପ୍ରତିଷ୍ଠା ଏବଂ ସେଠାକାର ଲୋକଙ୍କର ମାନବିକ ଅଧିକାରର ସୁରକ୍ଷା କରିବା କେନ୍ଦ୍ର ସରକାରଙ୍କ କର୍ତ୍ତବ୍ୟ ବୋଲି ଶଙ୍କରାଚାର୍ଯ୍ୟ କହିଛନ୍ତି । ଜାମ୍ମୁକାଶ୍ମୀରରେ ହିନ୍ଦୁମାନଙ୍କର ସୁରକ୍ଷା ଓ ନିରାପତ୍ତା ପାଇଁ ସେ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଛନ୍ତି ।
# ରାଷ୍ଟ୍ରପତି ଜାମ୍ମୁ କାଶ୍ମୀର ସମ୍ବନ୍ଧୀୟ ସାମ୍ବିଧାନିକ ନିର୍ଦ୍ଦେଶ ୨୦୧୯ ଜାରି କରିଛନ୍ତି । ଏହି ନିର୍ଦ୍ଦେଶ ସମ୍ବିଧାନର ଜାମ୍ମୁ କାଶ୍ମୀର ସଂକ୍ରାନ୍ତ ନିର୍ଦ୍ଦେଶ,୧୯୫୪ ସ୍ଥାନରେ ଲାଗୁ ହେବ। ଏହି ନିର୍ଦ୍ଦେଶରେ ଧାରା ୩୬୭ରେ କିଛି ଉପଧାରା ଯୋଡ଼ା ଯାଇଛି।
# ଗତ ମଧ୍ୟରାତ୍ରିରୁ ଜାମ୍ମୁକାଶ୍ମୀରର ଶ୍ରୀନଗର ଓ ଅନ୍ୟ କେତେକ ଜିଲ୍ଲାରେ ଧାରା ୧୪୪ ଅଧୀନରେ କଟକଣା ଲାଗୁ କରିଛନ୍ତି।
# ଶ୍ରୀନଗର ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନରେ ଛୁଟି ଘୋଷଣା କରାଯାଇଛି। କାଶ୍ମୀର ଉପତ୍ୟକାରେ ମୋବାଇଲ୍ ଇଣ୍ଟରନେଟ୍ ସେବା ବନ୍ଦ ରଖାଯାଇଛି ଓ ପୋଲିସ୍ ଏବଂ ଜିଲ୍ଲା ପ୍ରଶାସନକୁ ସାଟେଲାଇଟ୍ ଫୋନ୍ ଯୋଗାଇ ଦିଆଯାଇଛି।
# ଜାମ୍ମୁ, କିସ୍ତୱାଡ଼ା, ରିଆସି, ଡୋଡ଼ା ଓ ଉଦ୍ଧମପୁର ଜିଲ୍ଲାର ସମସ୍ତ ସ୍କୁଲ୍ ଓ କଲେଜକୁ ମଧ୍ୟ ଆଜି ଛୁଟି ଘୋଷଣା କରାଯାଇଛି। କର୍ତ୍ତୃପକ୍ଷ କିସ୍ତୱାଡ଼ା ଓ ରାଜୌରୀ ଜିଲ୍ଲା ଏବଂ ରାମବନ୍ ଜିଲ୍ଲାର ବନିହାଲ ଅଞ୍ଚଳରେ ରାତ୍ରିକାଳିନ ସାନ୍ଧ୍ୟଆଇନ ଲାଗୁ କରିଛନ୍ତି। # # କିନ୍ନରମାନଙ୍କ ଅଧିକାର ସୁରକ୍ଷା ବିଲ୍ ୨୦୧୯ ଲୋକସଭାରେ ଗୃହିତ ହୋଇଛି।
ଆଞ୍ଚଳିକ :
# ପୁରୀ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ ଜଗତଗୁରୁ ନିଶ୍ଚଳାନନ୍ଦ ସରସ୍ୱତୀ ଜାମ୍ମୁକାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗକୁ ସମର୍ଥନ କରିଛନ୍ତି । ସୋମବାର ଏକ ସାମ୍ବାଦିକ ସମ୍ମିଳନୀରେ ଶଙ୍କରାଚାର୍ଯ୍ୟ କହିଛନ୍ତି, ଜାମ୍ମୁକାଶ୍ମୀରରେ ଶାନ୍ତି ପ୍ରତିଷ୍ଠା ଏବଂ ସେଠାକାର ଲୋକଙ୍କର ମାନବିକ ଅଧିକାରର ସୁରକ୍ଷା କରିବା କେନ୍ଦ୍ର ସରକାରଙ୍କ କର୍ତ୍ତବ୍ୟ। ଜାମ୍ମୁକାଶ୍ମୀରରେ ହିନ୍ଦୁମାନଙ୍କର ସୁରକ୍ଷା ଓ ନିରାପତ୍ତା ପାଇଁ ସେ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଛନ୍ତି ।
# ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ଆଜିଠାରୁ ଡପ୍ଲର୍ ଭେରି ହାଇ ଫ୍ରିକ୍ୱେନ୍ସି ଓମ୍ନି ଡିରେକ୍ସନାଲ୍ ରେଞ୍ଜ୍ ବ୍ୟବସ୍ଥା କାର୍ଯ୍ୟକ୍ରମ ହୋଇଛି। ବିମାନ ବନ୍ଦର ନିର୍ଦ୍ଦେଶକ ସ୍ୱଦେଶ ଚୌହାନ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଏହି ବ୍ୟବସ୍ଥା ପାଇଁ ଗତ ଫେବୃୟାରୀ ମାସରୁ ନିର୍ମାଣ କାମ ଆରମ୍ଭ ହୋଇଥିଲା।
# ଗଞ୍ଜାମ ଜିଲ୍ଲା ଆସିକାରେ ଆଜି ଏକ ଏନ୍କାଉଣ୍ଟର ଘଟଣାରେ ଗାଙ୍ଗପୁର ଅଞ୍ଚଳର କୁଖ୍ୟାତ ଅପରାଧୀ ଗୁରୁପ୍ରସାଦ ସ୍ୱାଇଁ ଆହତ ହୋଇଛି। ଆସିକା ଚାରିମଇଲି ନିକଟରେ ପୁଲିସ୍ ଓ ଅପରାଧୀ ମଧ୍ୟରେ ଗୁଳି ବିନିମୟବେଳେ ଅପରାଧୀ ଗୁରୁପ୍ରସାଦର ଡାହାଣ ଗୋଡ଼ରେ ଗୁଳି ବାଜିଛି।
# କଟକ ମହାନଗର ନାଗରିକ ମହାସଭା ଆନୁକୂଲ୍ୟରେ ଦରଘା ବଜାରସ୍ଥିତ ପ୍ୟାରୀମୋହନ ଏକାଡେମୀ ସ୍କୁଲ୍ ପରିସରରେ ପ୍ୟାରୀମୋହନ ଆଚାର୍ଯ୍ୟଙ୍କ ୧୬୮ତମ ଜୟନ୍ତୀ ପାଳିତ ହୋଇଯାଇଛି।
ଜାତୀୟ :
# ଜମ୍ମୁ ଓ କାଶ୍ମୀରରେ ୩୭୦ ଧାରା ଉଚ୍ଛେଦପାଇଁ ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶନାମା ପରେ ସର୍ବାଧିକ ସତର୍କ ରହିବାପାଇଁ କେନ୍ଦ୍ର ସରକାର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ପରାମର୍ଶ ଦେଇଛନ୍ତି।
# ଦେଶରେ ଆଇନ ଓ ଶୃଙ୍ଖଳା ପରିସ୍ଥିତି ବଜାୟ ରଖିବାପାଇଁ ସବୁମତେ ଉଦ୍ୟମ ଜାରି ରଖିବା ପାଇଁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଜାରି ବିଜ୍ଞପ୍ତିରେ କୁହାଯାଇଛି
# ଗଣମାଧ୍ୟମଗୁଡ଼ିକରେ ମିଥ୍ୟା ଓ ସମ୍ବେଦନଶୀଳ ସମ୍ବାଦଗୁଡ଼ିକୁ କଦାପି ଅନୁମତି ଦିଆଯିବ ନାହିଁ ବୋଲି ବିଜ୍ଞପ୍ତିରେ କୁହାଯାଇଛି
# ଜମ୍ମୁକାଶ୍ମୀରରେ ପାଠ ପଢ଼ୁଥିବା ଛାତ୍ରଛାତ୍ରୀମାନଙ୍କ ସୁରକ୍ଷାକୁ ନିଶ୍ଚିତ କରିବାପାଇଁ ମନ୍ତ୍ରଣାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି
# ଜାମ୍ମୁ କାଶ୍ମୀରର ୨ ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ଏବଂ ନ୍ୟାସନାଲ କନଫ୍ରେନ୍ସ ନେତା ଉମର ଅବଦୁଲ୍ଲାଙ୍କୁ ଆଜି ସନ୍ଧ୍ୟାରେ ଗିରଫ କରାଯାଇଛି। ସେମାନଙ୍କୁ ଶ୍ରୀନଗରର ହରି ନିବାସ ଗେଷ୍ଟ ହାଉସରେ ରଖାଯାଇଛି।
# ରାଜ୍ୟସଭାରେ ଜମ୍ମୁ-କାଶ୍ମୀର ପୁନର୍ଗଠନ ବିଲ୍ ୨୦୧୯ ଗୃହିତ ହୋଇଛି। ବିଲ୍ ସପକ୍ଷରେ ୧୨୫ଟି ଭୋଟ୍ ମିଳିଥିବାବେଳେ ବିଲ୍ ବିପକ୍ଷରେ ୬୧ଟି ଭୋଟ୍ ମିଳିଛି।
– ଏଥିସହ ଜମ୍ମୁକାଶ୍ମୀରକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପ୍ରଦାନ କରୁଥିବା ସମ୍ବିଧାନର ଧାରା ୩୭୦ ଉଚ୍ଛେଦ ହୋଇଛି । ସେହିଭଳି ଜମ୍ମୁ-କାଶ୍ମୀର ସଂରକ୍ଷଣ ଦ୍ୱିତୀୟ ସଂଶୋଧନ ବିଲ ୨୦୧୯ ମୌଖିକ ଭୋଟରେ ଗୃହିତ ହୋଇଛି।
# ରାଷ୍ଟ୍ରପତି ଜାମ୍ମୁ କାଶ୍ମୀର ସମ୍ବନ୍ଧୀୟ ସାମ୍ବିଧାନିକ ନିର୍ଦ୍ଦେଶ ୨୦୧୯ ଜାରି କରିଛନ୍ତି । ଏହି ନିର୍ଦ୍ଦେଶ ସମ୍ବିଧାନର ଜାମ୍ମୁ କାଶ୍ମୀର ସଂକ୍ରାନ୍ତ ନିର୍ଦ୍ଦେଶ,୧୯୫୪ ସ୍ଥାନରେ ଲାଗୁ ହେବ। ଏହି ନିର୍ଦ୍ଦେଶରେ ଧାରା ୩୬୭ରେ କିଛି ଉପଧାରା ଯୋଡ଼ା ଯାଇଛି।
#ଗତ ମଧ୍ୟରାତ୍ରିରୁ ଜାମ୍ମୁକାଶ୍ମୀରର ଶ୍ରୀନଗର ଓ ଅନ୍ୟ କେତେକ ଜିଲ୍ଲାରେ ଧାରା ୧୪୪ ଅଧୀନରେ କଟକଣା ଲାଗୁ କରିଛନ୍ତି।
# ଶ୍ରୀନଗର ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନରେ ଛୁଟି ଘୋଷଣା କରାଯାଇଛି। କାଶ୍ମୀର ଉପତ୍ୟକାରେ ମୋବାଇଲ୍ ଇଣ୍ଟରନେଟ୍ ସେବା ବନ୍ଦ ରଖାଯାଇଛି ଓ ପୋଲିସ୍ ଏବଂ ଜିଲ୍ଲା ପ୍ରଶାସନକୁ ସାଟେଲାଇଟ୍ ଫୋନ୍ ଯୋଗାଇ ଦିଆଯାଇଛି।
# ଜାମ୍ମୁ, କିସ୍ତୱାଡ଼ା, ରିଆସି, ଡୋଡ଼ା ଓ ଉଦ୍ଧମପୁର ଜିଲ୍ଲାର ସମସ୍ତ ସ୍କୁଲ୍ ଓ କଲେଜକୁ ମଧ୍ୟ ଆଜି ଛୁଟି ଘୋଷଣା କରାଯାଇଛି। କର୍ତ୍ତୃପକ୍ଷ କିସ୍ତୱାଡ଼ା ଓ ରାଜୌରୀ ଜିଲ୍ଲା ଏବଂ ରାମବନ୍ ଜିଲ୍ଲାର ବନିହାଲ ଅଞ୍ଚଳରେ ରାତ୍ରିକାଳିନ ସାନ୍ଧ୍ୟଆଇନ ଲାଗୁ କରିଛନ୍ତି।
# ଉନ୍ନାଓ ବଳାତ୍କାର ଅଭିଯୁକ୍ତ କୁଲଦୀପ ସିଂ ସେନଗରଙ୍କୁ ଆଜି ଦିଲ୍ଲୀର ଏକ ଅଦାଲତରେ ହାଜର କରାଯାଇଛି।
# ଦକ୍ଷିଣ ଗୁଜରାଟ ଓ ମୁମ୍ବଇରେ ପ୍ରବଳ ବର୍ଷା ଯୋଗୁଁ ସ୍ୱାଭାବିକ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଛି ।
# ବିଚ୍ଛିନ୍ନତାବାଦୀ ନେତା ୟାସିନ୍ ମଲିକ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି ଓ ତାଙ୍କର ସ୍ୱାସ୍ଥ୍ୟକୁ ନେଇ ଚିନ୍ତାକରିବାର କୌଣସି କାରଣ ନାହିଁ ବୋଲି ତିହାର ଜେଲ୍ ମହାନିର୍ଦ୍ଦେଶକ ସନ୍ଦୀପ ଗୋଏଲ୍ କହିଛନ୍ତି, ମଲିକଙ୍କ ସ୍ୱାସ୍ଥ୍ୟକୁ ନେଇ ପ୍ରଚାରିତ ଗୁଜବ ସଂପୂର୍ଣ୍ଣ ମିଥ୍ୟା
# ତାମିଲନାଡୁର ଭେଲୋର ଲୋକସଭା ଆସନ ପାଇଁ ଆଜି ମତଦାନ ଶେଷ ହୋଇଛି।
# ଏମ୍ସ ଓ ସଫଦରଜଙ୍ଗ ହସ୍ପିଟାଲ୍ର ରେସିଡେଣ୍ଟ୍ ଡାକ୍ତରମାନେ ସେମାନଙ୍କର ଧର୍ମଘଟ ପ୍ରତ୍ୟାହାର କରିନେଇ ଆଜି କାର୍ଯ୍ୟରେ ଯୋଗଦେଇଛନ୍ତି।
# ଲଳିତକଳା ଏକାଡେମୀ ଆଜି ଏହାର ୬୫ତମ ପ୍ରତିଷ୍ଠା ଦିବସ ପାଳନ କରୁଛି।
# ତେଲଙ୍ଗାନାରେ ଏକ ସଡ଼କ ଦୁର୍ଘଟଣାରେ ୭ ଜଣ ମହିଳାଙ୍କ ସମେତ ୧୩ ଜଣ ଲୋକ ପ୍ରାଣ ହରାଇଛନ୍ତି।
# ସରୋଗେସି ମଦର ବା ସ୍ଥାନାପନ୍ନ ମାତୃତ୍ୱ ନିୟନ୍ତ୍ରଣ ବିଲ୍ ୨୦୧୯ ଲୋକସଭାରେ ଗୃହିତ ହୋଇଯାଇଛି। ବ୍ୟାବସାୟିକ ସ୍ଥାନାପନ୍ନ ମାତୃତ୍ୱ ନିଷେଧ ଏବଂ ପରୋପକାର ସ୍ଥାନାପନ୍ନ ମାତୃତ୍ୱକୁ ଅନୁମତି ଦେବା ଏହି ବିଲ୍ର ଲକ୍ଷ୍ୟ।
ଆନ୍ତର୍ଜାତୀୟ :
# ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆସନ୍ତା ୧୧ ତାରିଖରୁ ତିନି ଦିନପାଇଁ ଚୀନ୍ ଗସ୍ତରେ ଯିବେ। କାର୍ଯ୍ୟଭାର ଗ୍ରହଣ କରିବା ପରେ ଏହା ହେବ ତାଙ୍କର ପ୍ରଥମ ଚୀନ୍ ଗସ୍ତ।
# ଇଜିପ୍ଟର ଜାତୀୟ କର୍କଟରୋଗ ଚିକିତ୍ସା ପ୍ରତିଷ୍ଠାନ ବାହାରେ ଘଟିଥିବା ଏକ ବିସ୍ଫୋରଣରେ ୧୭ଜଣ ଲୋକଙ୍କ ମୃତ୍ୟୁ ଘଟିଛି ଓ ଆଉ ୩୨ ଜଣ ଆହତ ହୋଇଛନ୍ତି।
# ମାଳଦ୍ୱୀପର ପୂର୍ବତନ ଉପରାଷ୍ଟ୍ରପତି ମହମ୍ମଦ ଅଦିବ୍ ଦେଶକୁ ଫେରିବା ପରେ ତାଙ୍କୁ ଦୋନିଦୋରେ ଅଟକ ରଖାଯାଇଛି। ସରକାରୀ ପାଣ୍ଠିକୁ ଆତ୍ମସାତ୍ କରିଥିବା ଅଭିଯୋଗରେ ଜେରାକୁ ଏଡ଼େଇବାପାଇଁ ଭାରତକୁ ପଳାଇ ଆସିବା ପରେ ତାଙ୍କୁ ଗିରଫ କରାଯାଇଥିଲା।



