www.samajalive.in
Thursday, December 11, 2025
18.1 C
Bhubaneswar

ସିଡବ୍ଲୁସିକୁ ପାଟଣା ସହିତ ନମିଶାଇବା ପାଇଁ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁରୋଧ

-ଭୁବନେଶ୍ୱର ସିଡବ୍ଲୁସି କାର୍ଯ୍ୟାଳୟ ସହିତ ପାଟଣା କାର୍ଯ୍ୟାଳୟକୁ ମିଶାଇଲେ ଅଯଥା ଭୌଗଳିକ ଏବଂ ପ୍ରଶାସନିକ ଚାପ ବୃଦ୍ଧି ପାଇବ
-ଓଡିଶାବାସୀଙ୍କ ବୃହତ ସ୍ୱାର୍ଥ ଦୃଷ୍ଟିରୁ ଏହି ପ୍ରସ୍ତାବକୁ ପ୍ରତ୍ୟାହାର କରିବା ଲାଗି ମନ୍ତ୍ରଣାଳୟର ଅଧୀକାରୀଙ୍କୁ ନିର୍ଦ୍ଦେଶ ଦେବା ଲାଗି ଅନୁରୋଧ

ନୂଆଦିଲ୍ଲୀ :  ଭୁବନେଶ୍ୱର ସ୍ଥିତ କେନ୍ଦ୍ରୀୟ ପଣ୍ୟାଗାର ନିଗମ(ସିଡବ୍ଲୁସି)କୁ ଉଚ୍ଛେଦ କରି ପାଟଣା କ୍ଷେତ୍ରର ସିଡବ୍ଲୁସି ସହିତ ମିଶାଇବା ପ୍ରସ୍ତାବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ଉପଭୋକ୍ତା ବ୍ୟାପାର ଓ ଖାଦ୍ୟ ଏବଂ ସାଧାରଣ  ବଣ୍ଟନ ମନ୍ତ୍ରୀ ରାମବିଳାସ ପାଶୱାନଙ୍କ ହସ୍ତକ୍ଷେପ ଲୋଡିଛନ୍ତି ।
ଭୁବନେଶ୍ୱର ସିଡବ୍ଲୁସି କାର୍ଯ୍ୟାଳୟ ସହିତ ପାଟଣା କାର୍ଯ୍ୟାଳୟକୁ ମିଶାଇଲେ ଅଯଥା ଭୌଗଳିକ ଏବଂ ପ୍ରଶାସନିକ ଚାପ ବୃଦ୍ଧି ପାଇବ। ତେଣୁ ଓଡିଶାବାସୀଙ୍କ ବୃହତ ସ୍ୱାର୍ଥ ଦୃଷ୍ଟିରୁ ଏହି ପ୍ରସ୍ତାବକୁ ପ୍ରତ୍ୟାହାର କରିବା ଲାଗି ମନ୍ତ୍ରଣାଳୟର ଅଧୀକାରୀଙ୍କୁ ନିର୍ଦ୍ଦେଶ ଦେବାକୁ ଶ୍ରୀ ପ୍ରଧାନ କେନ୍ଦ୍ରମନ୍ତ୍ରୀ ପାଶୱାନଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି।
ଶ୍ରୀ ପ୍ରଧାନ ତାଙ୍କ ପତ୍ରରେ ଦର୍ଶାଇଛନ୍ତି ଯେ ଭୌଗଳିକ ଆହ୍ୱାନର ମୁକାବିଲା, ପ୍ରଶାସନିକ ଦକ୍ଷତା ବୃଦ୍ଧି ଏବଂ ଭଣ୍ଡାରଣକାରୀଙ୍କ ସହିତ ସମ୍ପର୍କ ରଖିବା ତଥା ବିବାଦର ସମାଧାନ ଲାଗି ଭୁବନେଶ୍ୱର ଠାରେ ସିଡବ୍ଲୁସିର ଆଂଚଳିକ କାର୍ଯ୍ୟାଳୟ ୧୯୯୦ ମସିହାରେ ପ୍ରତିଷ୍ଠା କରାଯାଇଥିଲା। ସେ ସମୟରେ ପାଟଣା କ୍ଷେତ୍ର ଠାରୁ ଭିନ୍ନ ଏହି କାର୍ଯ୍ୟାଳୟ ପ୍ରତିଷ୍ଠା କରାଯାଇଥିଲା। ବର୍ତମାନ ୨୧ଟି ପଣ୍ୟାଗାର ଭୁବନେଶ୍ୱର ସ୍ଥିତ ସିଡବ୍ଲୁସି କାର୍ଯ୍ୟାଳୟ ଅଧୀନରେ କାର୍ଯ୍ୟ କରୁଛି। ବର୍ତମାନ ଏହାର ପରିଚାଳନା କ୍ଷମତା ୩.୪୮ ମେଟ୍ରିକ ଟନ୍‍ ହୋଇଥିବା ବେଳେ ୯୦ ପ୍ରତିଶତ ଦଖଲ ସହିତ ଏହା କାର୍ଯ୍ୟ କରୁଛି ଏବଂ ନିୟମିତ ଭାବେ ଲାଭରେ ଚାଲିଛି। ଏହାବ୍ୟତିତ ଏହି କାର୍ଯ୍ୟ।।ଳୟରେ ୯୦ ପ୍ରତିଶତ ଓଡିଆ କର୍ମଚାରୀ କାମ କରୁଛନ୍ତି।
ଭାରତୀୟ ଖାଦ୍ୟ ନିଗମ(ଏଫସିଆଇ) ତଥା ଓଡିଶା ରାଜ୍ୟ ସାଧାରଣ ବଂଟନ ନିଗମ(ଓଏସଏସସି)ର ଖାଦ୍ୟ ଶସ୍ୟ ଓ ବିଜ୍ଞପିତ ଖାଦ୍ୟ ସାମଗ୍ରୀ ସମେତ ବିଭିନ୍ନ ଜରୁରୀ ଖାଦ୍ୟ ସାମଗ୍ରୀ ଭଣ୍ଡାରଣ ଓ ସଂଗ୍ରହ କରି ରଖିବା ଦିଗରେ ଭୁବନେଶ୍ୱର ସିଡବ୍ଲୁସି କାର୍ଯ୍ୟାଳୟଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ଏଥିସହିତ ଏହା ନିକଟରେ ଫନୀ ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ରିଲିଫ୍‍ ସହାୟତା ଯୋଗାଇବା ଦିଗରେ ମଧ୍ୟ ମହତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇଥିଲା ବୋଲି ଶ୍ରୀ ପ୍ରଧାନ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି।
ସେହିପରି ବାତ୍ୟା ଓ ବନ୍ୟା ଭଳି ପ୍ରାକୃତିକ ଦୁର୍ବିପାକ ସମୟରେ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟ ରାଜ୍ୟକୁ ଗୁରୁତ୍ୱପୂର୍ଣ୍ଣ ସହାୟତା ଯୋଗାଇ ଦେଇଛି । ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ସିଡବ୍ଲୁସି କାର୍ଯ୍ୟାଳୟ ସହିତ ପାଟଣା କାର୍ଯ୍ୟାଳୟକୁ ମିଶାଇଲେ ଅଯଥା ଭୌଗଳିକ ଏବଂ ପ୍ରଶାସନିକ ଚାପ ବୃଦ୍ଧି ପାଇବ। ତେଣୁ ଓଡିଶାବାସୀଙ୍କ ବୃହତ ସ୍ୱାର୍ଥ ଦୃଷ୍ଟିରୁ ଏହି ମାମଲାରେ ବ୍ୟକ୍ତିଗତ ହସ୍ତକ୍ଷେପ କରି ଏହି ପ୍ରସ୍ତାବକୁ ପ୍ରତ୍ୟାହାର କରିବା ଲାଗି ମନ୍ତ୍ରଣାଳୟର ଅଧୀକାରୀଙ୍କୁ ନିର୍ଦ୍ଦେଶ ଦେବାକୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପାଶୱାନଙ୍କୁ ଶ୍ରୀ ପ୍ରଧାନ ପତ୍ର ମାଧ୍ୟମରେ ଅନୁରୋଧ କରିଛନ୍ତି।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

Related Articles

Popular Categories