www.samajalive.in
Monday, December 8, 2025
24.1 C
Bhubaneswar

କାଇରୋରେ ବିସ୍ଫୋରଣ; ୧୯ ମୃତ, ୩୦ ଆହତ

କାଇରୋ : ଇଜିପ୍ଟର ରାଜଧାନୀ କାଇରୋସ୍ଥିତ ନ୍ୟାସନାଲ କ୍ୟାନସର ଇନଷ୍ଟଚ୍ୟୁଟ ହସ୍ପିଟାଲ ସାମ୍ନାରେ ସୋମବାର ଏକ କାର ଦୁର୍ଘଟଣାରୁ ବିସ୍ଫୋରଣ ଘଟି ୧୯ ଜଣଙ୍କ ମୃତ୍ୟୁ ଘଟିଛି ଓ ୩୦ ଜଣ ଆହତ ହୋଇଛନ୍ତି। ଇଜିପ୍ଟର ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ଯେ ବିସ୍ପୋରଣ ପଛରେ କୌଣସି ବ୍ୟକ୍ତିବିଶେଷ କିମ୍ବା ସଂଗଠନର ହାତ ଥିବା ଜଣାପଡିନାହିଁ। ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ଗୁରୁତର ଥିବାରୁ ଆଗକୁ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ରହିଛି।
ସୂଚନା ଅନୁସାରେ କାଇରୋର ନିଲେକ୍ରୋଞ୍ଚ ରୋଡ଼ କଡ଼ରେ ଥିବା ନ୍ୟାସନାଲ କ୍ୟାନସର ଇନଷ୍ଟଚ୍ୟୁଟ ହସ୍ପିଟାଲ ଆଗରେ ଟ୍ରାଫିକ ନିୟମ ଭାଙ୍ଗିଏକ କାର ଦ୍ରୁତ ଗତିରେ ଆସି ସାମ୍ନାପଟୁ ଆସୁଥିବା ୩ଟି କାରରେ ପିଟି ହୋଇଯାଇଥିଲା। ଦୁର୍ଘଟଣାର କିଛି ସମୟ ପରେ କାରଗୁଡ଼ିକରେ ନିଆଁ ଲାଗିଯାଇଥିଲା ଓ ବିସ୍ଫୋରଣ ଘଟିଥିଲା। ଆହତଙ୍କୁ ସଙ୍ଗେ ସଙ୍ଗେ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବିସ୍ପୋରଣରେ ପାଖରେ ଥିବା ବ୍ୟାଙ୍କ ଓ ହସ୍ପିଟାଲ ବିଲ୍ଡିଂ କ୍ଷତିଗ୍ରସ୍ତ ହୋଇଛି। ଇଜିପ୍ଟର ଆଭ୍ୟନ୍ତରୀଣ ମନ୍ତ୍ରୀ ଘଟଣାର ତଦନ୍ତ ନିର୍ଦେଶ ଦେଇଛନ୍ତି।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories