www.samajalive.in
Monday, December 8, 2025
24.1 C
Bhubaneswar

ୟାସିନ ମଲିକଙ୍କ ମୃତ୍ୟୁ ଗୁଜବ, ତିହାର ଜେଲ ସ୍ପଷ୍ଟ କଲା ସୁସ୍ଥ ଅଛନ୍ତି

ନୂଆଦିଲ୍ଲୀ: କାଶ୍ମୀର ବିଚ୍ଛିନ୍ନତାବାଦୀ ସଂଗଠନ ଜାମ୍ମୁ-କାଶ୍ମୀର ଲିବରେଶନ ଫ୍ରଣ୍ଟ(ଜେକେଏଲଏଫ)ର ୟାସିନ ମଲିକଙ୍କର ତିହାର ଜେଲରେ ମୃତ୍ୟୁ ଘଟିଥିବା ଖବରକୁ ଜେଲ କର୍ତ୍ତୃପକ୍ଷ ଖଣ୍ଡନ କରିଛନ୍ତି। ଜେଲ ଡିଜି ସନ୍ଦୀପ ଗୋୟଲ କହିଛନ୍ତି, ଏହା ଏକ ଗୁଜବ। କିଛି ପାକିସ୍ତାନୀ ଗଣମାଧ୍ୟମରେ ବି ଏଭଳି ଖବର ପ୍ରସାରଣ ହୋଇଛି। କିନ୍ତୁ ୟାସିନ ମଲିକ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ଅଛନ୍ତି।

ୟାସିନ ମଲିକଙ୍କୁ ଗତ ଏପ୍ରିଲରେ ତିହାର ଜେଲ୍‌କୁ ସ୍ଥାନାନ୍ତର କରାଯାଇଥିଲା। ଗତ କିଛିଦିନ ହେବ ସେ ରହୁଥିବା ଜେଲ କୋଠରୀରୁ ବିଭିନ୍ନ ପ୍ରକାର ଚିତ୍କାର ଶୁଣିବାକୁ ମିଳିଥିଲା। ଏହାକୁ ନେଇ ମହିଳା କଏଦୀମାନେ ଭୟଭୀତ ରହୁଥିଲେ। ଏହାକୁ ନେଇ ୟାସିନଙ୍କ ମୃତ୍ୟୁ ଘଟିଥିବା ଖବର ପ୍ରଚାରିତ ହୋଇଥିଲା। ୟାସିନଙ୍କ ପତ୍ନୀ ମୁଶାଲ ହୁସେନ ମଲିକ ବି ଏକ ଭିଡିଓ ଜାରି କରି ୟାସିନଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ଚିନ୍ତିତ ଥିବା କହିଥିଲେ। ତେବେ ୟାସିନଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପୂର୍ଣ୍ଣ ଠିକ୍‌ ଥିବା ଜେଲ୍‌ ଡିଜି କହିଛନ୍ତି।

Hot this week

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

Related Articles

Popular Categories