www.samajalive.in
Wednesday, December 10, 2025
18.1 C
Bhubaneswar

ଆସିକା ଓ କୁଜଙ୍ଗ ପୁଲିସର ଏନକାଉଣ୍ଟର, ୨ ଅପରାଧୀ ଆହତ

ଗଞ୍ଜାମ/ଜଗତସିଂହପୁର: ଗଞ୍ଜାମ ଜିଲାର ଆସିକା ଏବଂ ଜଗତ୍‌ସିଂହପୁର ଜିଲାର କୁଜଙ୍ଗରେ ରବିବାର ରାତିରେ ୨ଟି ପୃଥକ ଏନକାଉଣ୍ଟର ଘଟିଛି। ଆସିକା ପୁଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଗୁରୁପ୍ରସାଦ ସ୍ବାଇଁ ଆହତ ହୋଇଥିବାବେଳେ କୁଜଙ୍ଗ ପୁଲିସ ଗୁଳିରେ ବିକ୍ରମ ପାଲ୍‌ ଓରଫ ଡନ୍‌ ଗୁରୁତର ଆହତ ହୋଇଛନ୍ତି।

ସୂଚନା ମୁତାବକ, ଆସିକା ପୁଲିସ ଏନକାଉଣ୍ଟରରେ ଆହତ ଗୁରୁପ୍ରସାଦ ନାଁରେ ହତ୍ୟା ଏବଂ ଡକାୟତି ଭଳି ୧୩ଟି ମାମଲା ରହିଛି। ସେ ଓ ତାର ସହଯୋଗୀ ଆସିକାର ଚାରିମାଇଲ ନିକଟରେ ଥିବା ସୂଚନା ପାଇ ଆସିକା ପୁଲିସ ଚଢ଼ାଉ କରିଥିଲା। ପୁଲିସକୁ ଦେଖି ଗୁରୁପ୍ରସାଦ ଓ ତାର ସହଯୋଗୀ ଗୁଳି ଚଳାଇଥିଲେ। ପୁଲିସ ପକ୍ଷରୁ ପାଲଟା ଗୁଳିମାଡ଼ କରାଯିବାରୁ ଗୁରୁପ୍ରସାଦ ଆହତ ହୋଇଥିଲା। ତା’ର ବାମ ଗୋଡ଼ରେ ଗୁଳି ବାଜିଛି। ତା’ର ସହଯୋଗୀ ଫେରାର ହୋଇଯାଇଥିବା ଜଣାପଡ଼ିଛି। ଗୁରୁତର ଅବସ୍ଥାରେ ଗୁରୁପ୍ରସାଦକୁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ଗୁରୁପ୍ରସାଦ ନିକଟରୁ ଗୋଟିଏ ବନ୍ଧୁକ ଏବଂ ୨ ରାଉଣ୍ଡ ଗୁଳି ଜବତ ହୋଇଛି। ଅନ୍ୟପଟେ ଅପରାଧୀଙ୍କ ଗୁଳିମାଡ଼ରେ ୨ଜଣ ପୁଲିସ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି।

- Advertisement -
ଅଭିଯୁକ୍ତ ଗୁରୁପ୍ରସାଦ ସ୍ବାଇଁ

ସେହିପରି କୁଜଙ୍ଗର କଙ୍କରଡ଼ିଆ ରାସ୍ତାରେ ପୁଲିସ ଏବଂ ଅପରାଧୀ ମୁହାଁମୁହିଁ ହୋଇଛନ୍ତି। ଅପରାଧୀ ପୁଲିସ ଉପରକୁ ଗୁଳି ଚଳାଇବାରୁ ପୁଲିସ ମଧ୍ୟ ପାଲଟା ଗୁଳିମାଡ଼ କରିଥିଲା। ଏଥିରେ ଅପରାଧୀ ବିକ୍ରମ ପାଲ୍‌ ଓରଫ ଡନ୍‌ ଆହତ ହୋଇଥିଲା। ବିକ୍ରମର ୨ ଗୋଡ଼ରେ ଗୁଳି ବାଜିଛି। ତା’କୁ ଗୁରୁତର ଅବସ୍ଥାରେ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ବିକ୍ରମ ସହିତ ମୁହାଁମୁହିଁ ବେଳେ ଜଣେ ପୁଲିସ ଏସଆଇ ଆହତ ହୋଇଛନ୍ତି। ବିକ୍ରମ ନାଁରେ ଏକାଧିକ ଆପରାଧିକ ମାମଲା ରହିଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories