www.samajalive.in
Thursday, December 11, 2025
26.1 C
Bhubaneswar

କର୍ମୀ ଭାବେ ସକ୍ରିୟ କାର୍ଯ୍ୟ କରିବାକୁ ମୋଦୀଙ୍କ ଆହ୍ୱାନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀଠାରେ ଚାଲିଥିବା ଦୁଇଦିନିଆ ବିଜେପି ସାଂସଦମାନଙ୍କ କର୍ମଶାଳାର ଉଦ୍‍ଯାପନ ଦିବସ ସମାରୋହରେ ରବିବାର ଉଦବୋଧନ ଦେବେ। ପ୍ରଧାନମନ୍ତ୍ରୀ ‘ଅଭ୍ୟାସ ବର୍ଗ’ ନାମକ କର୍ମଶାଳାକୁ ଶନିବାର ଉଦ୍‍ଘାଟନ କରିଥିଲେ। ଏହି ଅବସରରେ ଯୋଗଦେଇ ମୋଦୀ ବିଜେପି ସାଂସଦମାନେ ମନ୍ତ୍ରୀ କିମ୍ବା ବିଧାୟକ ହେବା ପରେ ମଧ୍ୟ ମୂଳସ୍ତଳରେ କର୍ମୀ ଭାବେ ସକ୍ରିୟ ରହି କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି। ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ କହିଛନ୍ତି, ପାର୍ଟି ଏହାର ନୀତି ଓ ଚିନ୍ତାଧାରା ପାଇଁ ଆଜି ଏହି ସ୍ତରରେ ପହଞ୍ଚିଛି। ସାଂସଦମାନେ ଯେକୌଣସି ବୟସରେ ପହଞ୍ଚିଥାନ୍ତୁ ନା କାହିଁକି ସେମାନେ ସର୍ବଦା ଶିଖିବା ଅଭ୍ୟାସ ଜାରି ରଖିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

ବିଜେପି ସଭାପତି ତଥା ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଓ ପାର୍ଟି କାର୍ଯ୍ୟକାରୀ ସଭାପତି ଜେ.ପି. ନଡ୍ଡା ମଧ୍ୟ କର୍ମଶାଳାରେ ଉଦବୋଧନ ଦେଇଥିଲେ। ସାଂସଦମାନଙ୍କ ମଧ୍ୟରେ ଶୃଙ୍ଖଳା ମନୋଭାବ ଜାଗ୍ରତ କରିବା ଓ ପାର୍ଲାମେଣ୍ଟ ଭିତରେ ଏବଂ ବାହାରେ ସେମାନଙ୍କୁ ସେମାନଙ୍କର ଆଚରଣ ଓ ବ୍ୟବହାର ବିଷୟରେ ସଚେତନ କରାଇବାକୁ ଏହି ତାଲିମ୍‍ କର୍ମଶାଳାର ଆୟୋଜନ କରାଯାଇଛି।

Hot this week

ଓଡିଶାରେ ଖୋଲିବ ସିଏଜି କାର୍ଯ୍ୟାଳୟର ପୂର୍ବାଞ୍ଚଳ ଶାଖା

ଭୁବନେଶ୍ୱର: ଆସନ୍ତା ଓଡ଼ିଆ ନବବର୍ଷ ଏପ୍ରିଲ ୧୫ ତାରିଖରେ ଭାରତର  ମହାଲେଖା...

ଗୋଟିଏ ଗ୍ଲାସରେ ଥରକେ କରନ୍ତୁ ୧୦ଟି ଇଡିଲି

ସମାଜ ଡିଜିଟାଲ ଡେସ୍କ: ଦକ୍ଷିଣ ଭାରତୀୟ ଖାଦ୍ୟ ଦୋସା ଏବଂ ଇଡିଲିକୁ...

ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ୨ୟ ଟି-୨୦ ମ୍ୟାଚ ଗୁରୁବାର...

ପ୍ରଦୂଷଣମୁକ୍ତ ପରିବେଶ ଗଠନରେ ପ୍ରଶାସନ ଅପାରଗ, ଲୋକେ ଅତିଷ୍ଠ

ରେଙ୍ଗାଲିକ୍ୟାମ୍ପ: ଅତାବିରା ଏନ୍ଏସିରେ ସ୍ୱଚ୍ଛ ପରିବେଶ, ସୁସ୍ଥ ପରିବେଶର ପରିକଳ୍ପନା ଦୂରେଇ...

ନୂଆ ମ୍ୟୁଜିକାଲ ୟୁଟ୍ୟୁବ୍ ଚ୍ୟାନେଲ ‘ଆନନ୍ଦ ନିର୍ଝର’ର ଶୁଭାରମ୍ଭ

ଭୁବନେଶ୍ୱର: ନୂଆ ମ୍ୟୁଜିକାଲ୍ ୟୁଟ୍ୟୁବ୍ ଚ୍ୟାନେଲ 'ଆନନ୍ଦ ନିର୍ଝର'ର ଶୁଭାରମ୍ଭ ଉତ୍ସବ...

Related Articles

Popular Categories