www.samajalive.in
Wednesday, December 10, 2025
26.1 C
Bhubaneswar

ସାତଶଙ୍ଖ ଶୀତଳଭଣ୍ଡାରରେ ଗଜା ହେଲା ଆଳୁ, ଚିନ୍ତାରେ ଚାଷୀ

ପିପିଲି : ପୁରୀ ଜିଲା ପିପିଲି ବ୍ଲକ ସାତଶଙ୍ଖ ସ୍ଥିତ ଉତ୍ତରାୟଣୀ ସମବାୟ ଶୀତଳ ଭଣ୍ଡାରରେ ରଖାଯାଇଥିବା ଆଳୁ ଏବେ ଗଜା ହୋଇଯାଇଛି। ଏହାକୁ ନେଇ ଚାଷୀ ଏବେ ଚିନ୍ତାରେ ରହିଛି। ଏହି ଖବର ପ୍ରଚାର ହେବା ପରେ ଚାଷୀମାନେ ସେମାନଙ୍କ ଆଳୁ ପ୍ୟାକେଟ୍‍କୁ ଶୀତଳ ଭଣ୍ଡାରରୁ ନେଇ ଯାଉଛନ୍ତି। ତେବେ, ସାମୁଦ୍ରିକ ବାତ୍ୟା ଫଣି’ ପ୍ରଭାବରେ ବିଦ୍ୟୁତ୍‍ ସମସ୍ୟା ଯୋଗୁଁ ଆଳୁ ଗଜା ହୋଇଯାଇଥିବା ନେଇ ଶୀତଳଭଣ୍ଡାର ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନା ଅନୁଯାୟୀ, ବହୁ ଆର୍ଥିକ ସଙ୍କଟ ମଧ୍ୟରେ ଗତି କରୁଥିବା ଏହି ଶୀତଳ ଭଣ୍ଡାରରେ ଚଳିତ ଋତୁରେ ଚାଷୀଙ୍କର ୮ ହଜାର ବସ୍ତା ଆଳୁ ରଖାଯାଇଥିଲା। ତେବେ ସାମୁଦ୍ରିକ ବାତ୍ୟା ଫଣି’ ଯୋଗୁଁ ମଇ ୩ ତାରିଖ ଠାରୁ ସମସ୍ତ ଅଞ୍ଚଳରେ ବିଦ୍ୟୁତ୍‍ ସରବରାହ ଛିନ୍ନ ହୋଇଯିବା ଫଳରେ ଶୀତଳଭଣ୍ଡାର ଅନ୍ଧାର ମଧ୍ୟରେ ଥିଲା। ଶୀତଳ ଭଣ୍ଡାରରେ ଥିବା ୧୨୫ କେଭି କ୍ଷମତା ସମ୍ପର୍ଣ୍ଣ ଜେନେରେଟର ଆଳୁକୁ ସୁରକ୍ଷିତ ରଖିବା ପାଇଁ ଏକମାତ୍ର ଉପାୟ ହୋଇଥିବା ଯୋଗୁଁ ଧାର ଉଧାର ଟଙ୍କାରେ କିଛି ଦିନ ଜେନେରେଟର ଚଲାଯାଇଥିଲା। ଏସମ୍ପର୍କରେ ଦୈନିକ ‘ସମାଜ’ରେ ମଇ ୯ ତାରିଖରେ ଖବର ପ୍ରକାଶ ପାଇବା ପରେ ପ୍ରଶାସନ ପକ୍ଷରୁ ଉକ୍ତ ଶୀତଳଭଣ୍ଡାରକୁ ସେଇ ମାସ ୧୨ ତାରିଖରୁ ପର୍ଯ୍ୟାୟକ୍ରମେ ମୋଟ୍‍ ଏକ ହଜାର ଲିଟର ଡିଜେଲ ଯୋଗାଇ ଦିଆଯାଇଥିବା ସୂଚନା ମିଳିଛି। ତେବେ ଇତିମଧ୍ୟରେ ଚାଷୀମାନେ ଉକ୍ତ ଶୀତଳଭଣ୍ଡାରରୁ ସେମାନଙ୍କ ୪ହଜାର ବସ୍ତା ଆଳୁକୁ ନେଇ ସାରିଥିବା ବେଳେ ଶୀତଳଭଣ୍ଡାରରେ ଏବେ ଆଉ ୪ ହଜାର ଆଳୁ ପ୍ୟାକେଟ୍‍ ରହିଛି। ଏହି ଆଳୁ ସବୁ ଗଜା ହୋଇଯାଇଥିବା ପରିଲକ୍ଷିତ ହୋଇଛି। କେଉଁ ବସ୍ତାରେ ୪ଆଙ୍ଗୁଳି ଉଚ୍ଚତାରେ ଗଜା ହୋଇଛି ତ’ ପୁଣି କେଉଁ ବସ୍ତାରେ ଚାଖଣ୍ଡେରୁ ଉର୍ଦ୍ଧ ଉଞ୍ଚାରେ ଆଳୁ ଗଜା ହୋଇଛି। ଗଜା ଆଳୁକୁ ମନ ଦୁଃଖରେ ଚାଷୀମାନେ ଘରକୁ ନେଉଥିବା ପରିଲକ୍ଷିତ ହୋଇଛି। ବାତ୍ୟାରେ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ସଂମ୍ପୂର୍ଣ୍ଣର୍ ଭାଙ୍ଗି ଯାଇଥିବା ବେଳେ ଶୀତଳଭଣ୍ଡାରରେ ରଖାଯାଇଥିବା ସେମାନଙ୍କ ଆଳୁ ଗଜା ହୋଇଯିବା ଘଟଣା ଚାଷୀକୂଳକୁ ବ୍ୟଥିତ କରିଛି। ଏହାକୁ ନେଇ ଚାଷୀଙ୍କ ମଧ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ସପ୍ତାହର ପ୍ରତି ଶନିବାର ଓ ମଙ୍ଗଳବାର ଶୀତଳଭଣ୍ଡାରରୁ ଆଳୁ କାଢି ନେବା ପାଇଁ ଚାଷୀଙ୍କୁ କୁହାଯାଇଛି।
ଏସମ୍ପର୍କରେ ଶୀତଳଭଣ୍ଡାରର ତତ୍ତ୍ୱାବଧାରକ ଧରଣୀଧର ସାହୁଙ୍କୁ ପଚାରିବାରେ ସେ କୁହନ୍ତି ଯେ, ବାତ୍ୟା ପରେ ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଇଥିବା ଏକ ହଜାର ଲିଟର ଡିଜେଲ ପର୍ଯ୍ୟାପ୍ତ ହୋଇନଥିଲା। ଫଳରେ ୨୪ ଘଣ୍ଟା ବଦଳରେ ଦୈନିକ ୧୦ରୁ୧୨ ଘଣ୍ଟା କାଳ ଜେନେରେଟର ଦ୍ୱାରା ଶୀତଳଭଣ୍ଡାରକୁ ସୁରକ୍ଷିତ ରଖିବାକୁ ଚେଷ୍ଟା କରାଯାଇଥିଲା। ବାତ୍ୟାର ୪୫ ଦିନ ପରେ ଶୀତଳଭଣ୍ଡାରକୁ ବିଦ୍ୟୁତ୍‍ ଯୋଗାଣ ସମ୍ଭବ ହୋଇଥିଲା। ବିଦ୍ୟୁତ୍‍ ମରାମତି ପାଇଁ ସକାଳ ସାଢେ ୬ଟାରୁ ରାତି ସାଢେ ୮/୯ଟା ପର୍ଯ୍ୟନ୍ତ ଲାଇନ୍‍ କଟୁଥିଲା। ରଥଯାତ୍ରା ପରେ ବିଦ୍ୟୁତ୍‍ ବ୍ୟବସ୍ଥା ସମ୍ପୂର୍ଣ୍ଣର୍ ଠିକ୍‍ ହୋଇଥିବା ବେଳେ ଏଥିଯୋଗୁଁ ଶୀତଳଭଣ୍ଡାର ତାପମାତ୍ରାରେ ବ୍ୟତିକ୍ରମ ଘଟିଥିଲା। ପ୍ରତି ଆଳୁ ବସ୍ତାରେ ୨୫ରୁ ୩୦ ପ୍ରତିଶତ ଆଳୁ ଗଜା ହୋଇଥିଲେ ମଧ୍ୟ ଏବେ ଶୀତଳଭଣ୍ଡାରର ତାପମାତ୍ରା ଠିକ୍‍ ରହୁଥିବା ଯୋଗୁଁ ଆଳୁ ସଢିବାର ସମ୍ଭାବନା ନଥିବା ସେ କହିଛନ୍ତି। ତେବେ ଏହି ଆଳୁ ଗଜା ହେବାକୁ ନେଇ ଚାଷୀଙ୍କ ଚିନ୍ତା ବଢିଯାଇଛି।

Hot this week

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

Related Articles

Popular Categories