www.samajalive.in
Wednesday, December 10, 2025
26.1 C
Bhubaneswar

ଖଣିଖନନକୁ ଚାଲୁ କରିବା ନିମନ୍ତେ ସପକ୍ଷ ବାଦୀଙ୍କ ଆବେଦନ

ଲକ୍ଷ୍ମୀପୁର : ଗତ ୨୬ କାରିଖ ଠାରୁ କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକର କୋଡ଼ିଙ୍ଗାମାଳି ପାହଡ଼ରୁ ଖଣି ଖନନ ବନ୍ଦ ରହିଛି। ପ୍ରାୟ ୨୦ ଖଣ୍ଡ ଗ୍ରାମର ପ୍ରଭାବିତ ଆଦିବାସୀ ହରିଜନ ଶତାଧିକ ଲୋକ ପ୍ରବେଶ ପଥକୁ ଅବରୋଧ କରି ରଖିଛନ୍ତି। ତାଙ୍କର ଗାଟିଏ ଜିଦ୍‍ ପୁନର୍ବାର ଗ୍ରାମସଭା କରାଯାଇ ଖନନ କାର୍ଯ୍ୟ କରାଯାଉ। ୮ ଦିନ ହେଲା ଖନନ ସହିତ ପରିବହନ କାର୍ଯ୍ୟ ବନ୍ଦ ରହିଛି। କିନ୍ତୁ ଶୁକ୍ରବାର ଦିନ ଖଣି ଖନନକୁ ସମର୍ଥନ କରି ହଜାର ହଜାର ଲୋକ ଲକ୍ଷ୍ମୀପୁର ବ୍ଲକ ପଡ଼ିଆରେ ଏକତ୍ରିତ ହୋଇ ସେଠାରୁ ବାହିରି ତହସିଲ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆସି ତହସିଲଦାରଙ୍କ ଜରିଆରେ ଜିଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ପୁର୍ବତନ ବିଧାୟକ କୈଳାସ ଚନ୍ଦ୍ର କୁଲେସିକାଙ୍କ ସହିତ ପଞ୍ଚାୟତ ସମିତି ଉପାଧ୍ୟକ୍ଷାଙ୍କ ସ୍ୱାମୀ ଧର୍ମେନ୍ଦ୍ର ବିଡ଼ିକା ଏହାର ନେତୃତ୍ୱ ନେଇଥିଲେ।
ଏମାନଙ୍କ ଅଭିଯୋଗ ହେଉଛି, କାମଧନ୍ଦା ନପାଇବାରୁ ଅଞ୍ଚଳର ଯୁବକମାନେ ବାହାର ରାଜ୍ୟକୁ ଦାଦନ ଖଟିବାପାଇଁ ଯାଉଥିବା ବେଳେ ଖଣି ଖନନ ପାଇଁ କିଛି ପରିମାଣରେ ଲୋକଙ୍କର ବାହାରକୁ ଯିବା କମହୋଇଯାଇଛି। ଖଣି ଖନନ ଯୋଗୁଁ ଅଞ୍ଚଳର ବହୁତ ଲୋକ କର୍ମ ନିଯୁକ୍ତି ପାଉଥିଲେ। ଏପରିକି ସିକ୍ୟୁୁରିଟ ଗାର୍ଡ, ଡ୍ରାଇଭର, ସୁପର ଭାଇଜର ଆଦି କାର୍ଯ୍ୟରେ କାମ କରୁଥିଲେ। ଖଣି ପରିବହନ ପାଇଁ ଅଞ୍ଚଳର ଶତାଧିକ ଲୋକ ଋଣ କରି ହାଇୱା ଆଣିଥିଲେ। ୮ ଦିନହେଲା ଖଣିଖନନ ସହିତ ପରିବହନ କାର୍ଯ୍ୟ ବନ୍ଦ ରହିବା କାରଣରୁ ପ୍ରାୟ ୫ ହଜାର ଲୋକ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଅସ୍ଥାୟୀ ଭାବରେ ପାଇଥିବା ସେମାନଙ୍କ କର୍ମ ନିଯୁ୍‍କ୍ତି ହରାଇ ବସି ରହିଛନ୍ତି। କିଛି ବାହାରିଆ ଖଳ ପକୃତିର ଲୋକମାନେ ଏଥିରେ ପ୍ରତିବନ୍ଧକ ସୃଷ୍ଟି କରିବା ପାଇଁ ଉଦ୍ୟମ କରିବା ସହିତ କୋଡ଼ିଙ୍ଗାମାଳି ପ୍ରବେଶ ପଥକୁ ଅବରୋଧ କରିଥିବା କାରଣରୁ ଖନନ ଓ ପରିବହନ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିଛି। ଏଥିପାଇଁ ବିଶୃଙ୍ଖଳା ସୃଷ୍ଟି କରୁଥିବା ପ୍ରଦୀପ ବାଘଙ୍କ ସହିତ ଟୁକୁଲା ବିଷୋୟୀଙ୍କୁ ଦାୟୀ କରାଯିବା ସହିତ ଜିଲାପାଳ ଏଥିରେ ହସ୍ତକ୍ଷେପ କରି ଖଣିଖନନ ଓ ପରିବହନ କାର୍ଯ୍ୟ ଚାଲୁ କରିବାକୁ ନିବେଦନ କରିବା ସହିତ ଯଦି ତାହା ନହୁଏ ଏଥିଯୋଗୁଁ ପ୍ରଭାବିତ ହେଉଥିବା ଲୋକମାନେ ଯେକୌଣସି ସ୍ତରକୁ ଯାଇ ପାରନ୍ତି ବୋଲି ଉଲ୍ଲେଖ କରାଯାଇଛି। ଏହାର ଏକକିତା ନକଲ କୋରାପୁଟ ଆରକ୍ଷୀ ଅଧିକ୍ଷକ, ଉପଜିଲାପାଳ, ଏସଡିପିଓ ଲକ୍ଷ୍ମୀପୁର ଥାନା ଅଧିକାରୀ, ବିଡିଓ ଆଦିଙ୍କୁ ପ୍ରଦାନ କରାଯାଛି।

Hot this week

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

ଭଏସ୍‌ ମେସେଜ ନୁହେଁ , ଡାଇରେକ୍ଟ ଭିଡିଓ କଲ : ଗିରଫ ହେଲେ ରସିକିଆ କଲେଜ ଅଧ୍ୟକ୍ଷ

ବୋଲଗଡ: ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଫସିଲେ କଲେଜ ଅଧ୍ୟକ୍ଷ ।...

ଟ୍ରିବ୍ୟୁନାଲ ଯିବା ଭୁଲ ଥିଲା, ରାଜନୈତିକ ସମାଧାନ ହେଲେ ମହାନଦୀ ଜଳ ବିବାଦ ତୁଟିବ କହିଲେ ଜୟନାରାୟଣ

ସମାଜ ଡିଜିଟାଲ ଡେସ୍କ: ମହାନଦୀ ଜଳ ବିବାଦ ପ୍ରସଙ୍ଗରେ କମିଟି ସଦସ୍ୟ...

Related Articles

Popular Categories