www.samajalive.in
Thursday, December 11, 2025
18.1 C
Bhubaneswar

ନେଦରଲ୍ୟାଣ୍ଡରେ ବୁର୍ଖା ପରିଧାନ ନେଇ ଲାଗୁ ହେଲା ନିଷେଧାଜ୍ଞା

ଆମଷ୍ଟରଡାମ : ନେଦରଲ୍ୟାଣ୍ଡ ବୁର୍ଖା ପରିଧାନକୁ ନିଷେଧ କରିଛି। ନେଦରଲ୍ୟାଣ୍ଡସରେ ଏଥିପାଇଁ ଏକ ଆଇନ ପ୍ରଣୟନ କରାଯାଇଛି, ଯାହା ଅନୁସାରେ ସର୍ବସାଧାରଣ ସ୍ଥାନ, ପରିବହନ ଓ ଅନ୍ୟାନ୍ୟ ସ୍ଥାନରେ ବୁର୍ଖା ପରିଧାନ ଉପରେ ନିଷେଧାଜ୍ଞା ଲାଗୁ କରାଯାଇଛି। ଏହି ୟୁରୋପୀୟ ଦେଶରେ ଅନେକ ମହିଳା ବୁର୍ଖା ପରିଧାନ କରିଥା’ନ୍ତି। ନେଦରଲ୍ୟାଣ୍ଡର ମୋଟ ଜନସଂଖ୍ୟା ହେଉଛି ୧୭ ନିୟୁତ। ପ୍ରାୟ ଏକ ଦଶନ୍ଧିର ରାଜନୈତିକ ବିତର୍କ ପରେ ଏହି ବିବାଦୀୟ ଆଇନ ସେଠାରେ ପ୍ରଣୟନ କରାଯାଇଛି। ବୁର୍ଖା ପରିଧାନ ସମେତ ସମ୍ପୂର୍ଣ୍ଣ ମୁଖକୁ ଘୋଡ଼ାଇ ରଖୁଥିବା ହେଲ୍‍ମେଟ୍‍ କିମ୍ବା ଅନ୍ୟ କୌଣସି ମୁଖା ପରିଧାନକୁ ମଧ୍ୟ ଏହି ଆଇନରେ ନିଷେଧ ଘୋଷଣା କରାଯାଇଛି।
ନେଦରଲ୍ୟାଣ୍ଡ୍‍ସ୍‍ ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ ଗୁରୁବାର ଏକ ବିବୃତ୍ତିରେ କହିଛି, ବର୍ତ୍ତମାନଠାରୁ ଏହି ଆଇନ ଅନୁସାରେ ସର୍ବସାଧାରଣ ସ୍ଥାନ, ଶିକ୍ଷାନୁଷ୍ଠାନ, ହସ୍ପିଟାଲ୍‍ ଓ ସର୍ବସାଧାରଣ ପରିବହନ ସ୍ଥାନଗୁଡ଼ିକରେ ବୁର୍ଖା ପରିଧାନକୁ ନିଷେଧ କରାଗଲା। ତେବେ ରାସ୍ତାରେ ମୁହଁ ଘେଡେଇ ହୋଇ ଯାଉଥିବା ମହିଳାଙ୍କ ପାଇଁ ଏହା ଲାଗୁ ହେବ ନାହିଁ। ଅନ୍ୟପକ୍ଷରେ ସର୍ବସାଧାରଣ ସ୍ଥାନ, ଶିକ୍ଷାନୁଷ୍ଠାନ, ହସ୍ପିଟାଲ୍‍ ଓ ସର୍ବସାଧାରଣ ପରିବହନରେ ବୁର୍ଖା ପରିଧାନ କଲେ ୧୫୦ ୟୁରୋ ​ଜରିମାନା ଦେବାକୁ ପଡିବ।

Hot this week

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

ପରିବାରରୁ ଦୁର୍ନୀତି ବିରୋଧରେ ଶିକ୍ଷା ଦିଆଯାଉ: ଜଷ୍ଟିସ ନାୟକ

ଦୁର୍ନୀତି ମୁକ୍ତ ଓଡ଼ିଶା ସାମୂହିକ ସଂକଳ୍ପ ହେଉ: ରାଜ କୁମାର ଭୁବନେଶ୍ବର :...

ମହିଳାଙ୍କୁ ଦୁର୍ବ୍ୟବହାର- ବୃଦ୍ଧଙ୍କୁ ଲଣ୍ଡା କରି ଚପଲ ମାଳ ପିନ୍ଧାଇଲେ

ଭବାନୀପାଟଣା - ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ସଦରଥାନା ଅନ୍ତର୍ଗତ...

୨୦୦ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ, ଚେତା ହରାଇଲେ ଛାତ୍ରୀ

ସମାଜଲାଇଭ ଡେସ୍କ: ଛାତ୍ରୀଙ୍କୁ ଦୁଇ ଶହ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ।...

 ବସ୍‌ ସହ ବାଇକ ମୁହାଁ ମୁହିଁ ଧକ୍କା, ୨ ଛାତ୍ରଙ୍କ ମୃତ୍ୟୁ  

ଗୁଣପୁର, - -ରାୟଗଡ଼ା ଜିଲ୍ଲା ରାମନାଗୁଡା ଥାନା ଅନ୍ତର୍ଗତ ପାଲୁପାଇ ନିକଟରେ...

Related Articles

Popular Categories