www.samajalive.in
Monday, December 8, 2025
13.1 C
Bhubaneswar

ମୋବାଇଲ ଫୋନ ଚୋରି ସନ୍ଦେହରେ ଯୁବକକୁ ପିଟି ପିଟି ହତ୍ୟା

ହରିଦ୍ୱାର : ହରିଦ୍ୱାରର ଗାଡୋୱାଲି ଗ୍ରାମରେ ମୋବାଇଲ ଚୋରି ସନ୍ଦେହରେ ଜଣେ ଯୁବକଙ୍କୁ ପିଟି ପିଟି ହତ୍ୟା କରାଯାଇଛି। ଏହାର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ ପୁଲିସ ୫ ଜଣଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଘଟଣା ଜୁଲାଇ ୨୧ର ବୋଲି କୁହାଯାଉଛି।
ସୂଚନା ଅନୁସାରେ ଘରମାନଙ୍କରେ ରଙ୍ଗ ମରା କାର୍ଯ୍ୟ କରୁଥିବା ୨୦ ବର୍ଷର ଯୁବକ ମୌସିନଙ୍କୁ ଏକ ମୋବାଇଲ ଚୋରି ସନ୍ଦେହରେ କେତେକ ଯୁବକ ବାଡ଼ି ଓ ହାତରେ ନିର୍ଧୁମ ପିଟିଥିଲେ। ୧ ମିନିଟ ଭିଡିଓରେ ମୌସିନକୁ ଅନ୍ୟଯୁବକମାନେ ମୋବାଇଲ ଚୋରି କଥା ପଚାରି ପିଟୁଥିବାର ଦେଖିବାକୁ ମିଳୁଛି। ତେବେ ସୋମବାର ଚିକିତ୍ସାଧୀନ ଅବସ୍ଥାରେ ମୌସିନର ମୃତ୍ୟୁ ଘଟିଛି। ମୃତ ଯୁବକର ଦାଦାର ଅଭିଯୋଗ କ୍ରମେ ପୁଲିସ୍‍ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ମଙ୍ଗଳବାର ଶବ ବ୍ୟବଚ୍ଛେଦ କରାଯାଇଛି।

Hot this week

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

Related Articles

Popular Categories