ଭୁବନେଶ୍ୱର : ମଞ୍ଚେଶ୍ୱର ଅଞ୍ଚଳରେ ହୋଟେଲ ମାଲିକଙ୍କ ଠାରୁ ଲୁଟ ଘଟଣାକୁ କେନ୍ଦ୍ର କରି ରସୁଲଗଡ଼ ଛକରେ ବୁଧବାର ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକ କରିଛନ୍ତି। ଲୁଟେରାଙ୍କୁ ଗିରଫ ଦାବିରେ ଟାୟାର ଜାଳି ଏହି ରାସ୍ତାରୋକ କରାଯାଇଛି। ଫଳରେ ଭୁବନେଶ୍ୱର-କଟକ ଜାତୀୟ ରାଜପଥରେ ଗାଡ଼ି ଚଳାଚଳରେ ବାଧାପ୍ରାପ୍ତ ହେବା ସହ ରାସ୍ତାର ଉଭୟ ପାଶ୍ୱର୍ରେ ଶହ ଶହ ଗାଡ଼ି ଅଟକି ରହିଛି। ଘଟଣାସ୍ଥଳକୁ ଯାଇ କମିଶନର ସତ୍ୟଜିତ ମହାନ୍ତି ପରିସ୍ଥିତ ଅନୁଧ୍ୟାନ କରିଛନ୍ତି। ସୂଚନା ଅନୁଯାୟୀ, ମଙ୍ଗଳବାର ବିଳମ୍ବିତ ରାତିରେ ହୋଟେଲ ମାଲିକଙ୍କୁ ଆକ୍ରମଣ କରି ଦୁର୍ବୃତ୍ତମାନେ ଟଙ୍କା ଲୁଟ କରିଥିଲେ।
ହୋଟେଲ ମାଲିକଙ୍କ ଠାରୁ ଲୁଟ ଘଟଣା; ରସୁଲଗଡ଼ ଛକରେ ରାସ୍ତାରୋକ
Popular Categories



