www.samajalive.in
Friday, December 12, 2025
19.1 C
Bhubaneswar

ନ୍ୟାଶନାଲ ମେଡିକାଲ କମିଶନ୍‌ ବିଧେୟକକୁ ବିରୋଧ: ଆଜି ଡାକ୍ତରଙ୍କ ୨୪ଘଣ୍ଟିଆ ଧର୍ମଘଟ

ନୂଆଦିଲ୍ଲୀ: ସଂସଦରେ ଗୃହୀତ ନ୍ୟାସନାଲ ମେଡିକାଲ କମିସନ (ଏନ୍‌ଏମ୍‌ସି) ବିଧେୟକକୁ ବିରୋଧ କରି ଇଣ୍ଡିଆନ୍‌ ମେଡିକାଲ ଆସୋସିଏସନ୍‌ (ଆଇଏମ୍‌ଏ) ପକ୍ଷରୁ ବୁଧବାର ୨୪ଘଣ୍ଟିଆ ଧର୍ମଘଟ ଡାକରା ଦିଆଯାଇଛି। ତେବେ ଧର୍ମଘଟରୁ ଜରୁରୀକାଳୀନ ସେବାଗୁଡ଼ିକୁ ବାଦ୍‌ ଦିଆଯାଇଛି। ଏହି ବିଧେୟକ ବିରୋଧରେ ସୋମବାର ସ୍ଥାନୀୟ ନିର୍ମାଣ ଭବନ ସମ୍ମୁଖରେ ଡାକ୍ତର ଓ ଡାକ୍ତରୀ ଛାତ୍ରଛାତ୍ରୀ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ବିଧେୟକ ସମ୍ପୂର୍ଣ୍ଣ ଅଗଣତାନ୍ତ୍ରିକ ଏବଂ ଏହା ଦ୍ବାରା ସ୍ବାସ୍ଥ୍ୟସେବା ଓ ଡାକ୍ତରୀ ପାଠ୍ୟକ୍ରମ ଅନ୍ଧକାରାଚ୍ଛନ୍ନ ହୋଇପଡ଼ିବ ବୋଲି ଆଇଏମ୍‌ଏ ପକ୍ଷରୁ କୁହାଯାଇଛି। ବିଧେୟକର ଧାରା ୩୨ ଅନୁସାରେ ଆବଶ୍ୟକ ଶିକ୍ଷାଗତ ଯୋଗ୍ୟତା ନ ଥିବା ଓ ଅଣପେସାଦାର ସାଢ଼େ ତିନି ଲକ୍ଷଙ୍କୁ ଆଧୁନିକ ଚିକିତ୍ସା ପାଇଁ ଲାଇସେନ୍ସ ପ୍ରଦାନ କରାଯିବାକୁ ଡାକ୍ତର ସଂଘ ବିରୋଧ କରୁଛି। ଏହା ଦ୍ବାରା ଔଷଧ ବା ଯେକୌଣସି ଚିକିତ୍ସା ସହିତ ଜଡ଼ିତ ଫାର୍ମାସିଷ୍ଟ, ନର୍ସ, ଫିଜିଓଥେରାପିଷ୍ଟ, ଅପ୍ଟୋମେଟ୍ରିଷ୍ଟମାନେ ଆବଶ୍ୟକ ଶିକ୍ଷାଗତ ଯୋଗ୍ୟତା ନ ଥାଇ ଡାକ୍ତରୀ ଚିକିତ୍ସା ପାଇଁ ଅନୁମତି ପାଇବେ। ଏହା ଦ୍ବାରା ପୂର୍ବ ପ୍ରଚଳିତ ‘କ୍ବାକ୍‌’ ବ୍ୟବସ୍ଥାକୁ ସରକାର ଡାକ୍ତର ଭାବେ ଆଇନଗତ ସ୍ବୀକୃତି ଦେବାକୁ ପ୍ରୟାସ କରୁଛନ୍ତି ବୋଲି ସେମାନେ ଦର୍ଶାଇଛନ୍ତି। ଏଭଳି ପଦକ୍ଷେପ ଦ୍ବାରା ଚିକିତ୍ସା ବ୍ୟବସ୍ଥା ଭୁଶୁଡ଼ି ପଡ଼ିବ ବୋଲି ସେମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି।

Hot this week

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

Related Articles

Popular Categories