www.samajalive.in
Tuesday, December 9, 2025
16.1 C
Bhubaneswar

ପୁଣି ଯୁବରାଜଙ୍କ ଧୂଆଁଧାର ବ୍ୟାଟିଂ; ୨୬ଟି ବଲରୁ ୪୫ରନ୍

କାନାଡ଼ା : ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇସାରିଥିବା ଭାରତୀୟ କ୍ରିକେଟ ଦଳର ପୂର୍ବତନ ଚାମ୍ପିୟନ ଅଲରାଉଣ୍ଡର ଭାବେ ବେଶ୍ ଜଣାଶୁଣା ଯୁବରାଜ ସିଂହ ପୁଣି ଏକ ଧୂଆଁଧାର ଇନିଂସ ଖେଳିଛନ୍ତି। କାନାଡ଼ାରେ ଚାଲିଥିବା ଗ୍ଲୋବାଲ ଟି-୨୦ରେ ସୋମବାର ଯୁବରାଜ୍ ୨୬ଟି ବଲ ରୁ ଧୂଆଁଧାର ୪୫ରନ କରିଥିଲେ। ଯେଉଁଥିରେ ତାଙ୍କର ୪ଟି ଚୌକା ଏବଂ ୨ଟି ଛକା ସାମିଲ ରହିଛି। କାନାଡ଼ାରେ ହେଉଥିବ ଗ୍ଲାବାଲ ଟି-୨୦ରେ ଯୁବରାଜ ଟୋରଣ୍ଟୋ ନ୍ୟାସନାଲ୍ସ ପକ୍ଷରୁ ମ୍ୟାଚ୍ ଖେଳୁଛନ୍ତି। ସେ ଏହି ଦଳର ଅଧିନାୟକ ରହିଛନ୍ତି।
ଗ୍ଲୋବାଲ ଟି-୨୦ ୨୦୧୯ର ସପ୍ତମ ମ୍ୟାଚରେ ଯୁବରାଜ ସିଂହଙ୍କ ଧୂଆଁଧାର ବ୍ୟାଟିଂ ସହାୟତାରେ ଟୋରଣ୍ଟୋ ନ୍ୟାସନାଲ୍ସ ନିର୍ଦ୍ଧାରିତ ୨୦ ଓଭରରେ ୨୧୭ ରନ କରିଥିଲା । ମାତ୍ର ଦଳ ଏହି ମ୍ୟାଚରେ ବିଜୟୀ ହୋଇପାରିନଥିଲା।

ଭାରତୀୟ ଦଳର ୨୦୧୧ ବିଶ୍ୱକପ୍‌ ବିଜୟରେ ଯୁବରାଜ ସିଂ ଏକ ବଡ ଭୂମିକା ଗ୍ରହଣ କରିଥିଲେ । ଯୁବରାଜଙ୍କୁ ମ୍ୟାନ ଅଫ୍‌ ଦି ଟୁର୍ଣ୍ଣାମେଣ୍ଟ ଘୋଷଣା କରାଯାଇଥିଲା । ସେ ଅଲ୍‌ରଉଣ୍ଡର ଭାବେ ୩୬୨ ରନ୍‌ କରିବାସହ ୧୫ଟି ଓ୍ୱିକେଟ୍‌ ନେଇଥିଲେ ।

- Advertisement -

୨୦୦୭ ଟି ଟ୍ୱେଣ୍ଟି ବିଶ୍ୱ କପ୍‌ରେ ସେ ଇଲଂଣ୍ଡ ବିପକ୍ଷରେ ଷ୍ଟୁଆର୍ଡ ବୋର୍ଡଙ୍କୁ ୬ଟି ବଲ୍‌ରେ ୬ଟି ଛକା ମାରିଥିଲେ । ୧୨ଟି ବଲ୍‌ରେ ୫୦ ରନ୍‌କରିଥିଲେ ସେହି ରେକର୍ଡକୁ ଆଜିଯାଏଁ କେହି ଭାଙ୍ଗି ପାରି ନାହାନ୍ତି । ସେ ୪୦ଟି ଟେଷ୍ଟ ,୩୦୪ ଦିନିକିଆ ଓ ୫୮ଟି ଅନ୍ତର୍ଜାତୀୟ ଟି ଟ୍ୱେଣ୍ଟି ମ୍ୟାଚ୍ ଖେଳିଛନ୍ତି ।

୪୦ଟି ଟେଷ୍ଟରେ ୬୨ ପାରିରେ ସେ ୧୯୦୦ ରନ୍‌ କରିଥିଲେ , ଏଥିରେ ୩ ଶତକ ଓ ୧୧ଟି ଅର୍ଦ୍ଧ ଶତକ ସାମିଲ ଅଛି । ସେହିପରି ୩୦୪ ଦିନିକିଆରେ ୨୭୮ରେ ବ୍ୟାଟିଂ କରି ୮୭୦୧ ରନ୍‌ କରିଥିଲେ । ଏଥିରେ ୧୪ଟି ଶତକ ୫୨ଟି ଅର୍ଦ୍ଧ ଶତକ ରହିଛି । ୫୮ଟି ଟ୍ୱେଣ୍ଟିରେ ୧୧୭୭ ରନ୍‌ କରିଛନ୍ତି । ସେ ଟେଷ୍ଟ ମ୍ୟାଚରେ ୯ଟି ଦିନିକିଆରେ ୧୧୧ଟି ଓ ଟି-୨୦ରେ ୨୮ଟି ଓ୍ୱିକେଟ୍‌ ନେଇଛନ୍ତି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories