www.samajalive.in
Monday, December 8, 2025
24.1 C
Bhubaneswar

ଚୀନରେ ୧୧୮ ଶିଶୁଙ୍କ ପୌଷ୍ୟ ଭାବେ ଗ୍ରହଣ କରିଥିବା ‘ଲଭ ମଦର’କୁ ୨୦ ବର୍ଷ ଜେଲ

ବେଜିଂ : ଚୀନରେ ୧୧୮ ଶିଶୁଙ୍କ ପୌଷ୍ୟ ଭାବେ ଗ୍ରହଣ କରିଥିବା ୫୪ ବର୍ଷୀୟା ମହିଳାଙ୍କୁ ସେଠାକାର ଅଦାଲତ ୨୦ ବର୍ଷର ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ମହିଳାଙ୍କ ନାମ ଲି ୟାନସିୟା ଓ ସେ ଚୀନରେ ‘ଲଭ ମଦର’ ନାମରେ ପ୍ରସିଦ୍ଧି ଲାଭ କରିଛନ୍ତି।
ଲି ୟାନସିୟାଙ୍କୁ ହେବେଇ ପ୍ରାନ୍ତର ୱାନକୋର୍ଟ ଏକ ଠକେଇ ମାମଲାରେ ଏହି ଦଣ୍ଡାଦେଶ ଶୁଣାଇଛନ୍ତି। ଏହାସହ ତାଙ୍କ ଉପରେ ୨ କୋଟି ୬୭ ନିୟୁତ ୟୁଆନ ଜୋରିମାନା ଲଗାଯାଇଛି। ବୁଧବାର ଶୁଣାଣି ସମୟରେ ଲି ୟାନସିୟା ଠକେଇ, ଧମକ, ଜାଲିଆତି ଆଦି ସମସ୍ତ ଅଭିଯୋଗରେ ନିଜ ଦୋଷ ସ୍ୱୀକାର କରିଥିଲେ।

ସୂଚନା ଅନୁସାରେ ଧନୀ ହେବା ଲୋଭରେ ଲି ୟାନସିୟା ଅନେକ ଅନୈତିକ କାର୍ଯ୍ୟ କରିଥିଲେ। ଏଥିପାଇଁ ସେ ଏକ ଗ୍ୟାଙ୍ଗ ପ୍ରସ୍ତୁତ କରିଥିଲେ। ଠକେଇରେ ସହଯୋଗ କରିଥିବା ଅଭିଯୋଗରେ ତାଙ୍କୁ ପୁରୁଷ ବନ୍ଧୁ ସୁ କି’ଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିବା ସହ ୧୨ ବର୍ଷ ୬ ମାସ କାରାଦଣ୍ଡ ଶୁଣାଇଛନ୍ତି। କୋର୍ଟରେ ଲି ୟାନସିୟାଙ୍କ ସମେତ ୧୫ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି। ୧୩ ଜଣଙ୍କୁ ୪ ବର୍ଷ ଲେଖାଏଁ ଜେଲ ଦଣ୍ଡାଦେଶ ପ୍ରଦାନ କରାଯାଇଛି। ଅଭିଯୁକ୍ତମାନେ ଅନାଥାଶ୍ରମ ନାମରେ ସେମାନଙ୍କୁ ମିଳିଥିବା ସୁବିଧା ଓ ପ୍ରଭାବର ଦୁରୁପଯୋଗ କରିଥିଲେ। ଲି ୟାନସିୟା ୨୦୧୭ରେ ୧୧୮ ଶିଶୁଙ୍କ ପୌଷ୍ୟ ଭାବେ ଗ୍ରହଣ କରିଥିଲେ। ୨୦୦୬ରେ ସାମାଜିକ କାର୍ଯ୍ୟକର୍ତ୍ତା ଭାବେ ସେ ଗଣମାଧ୍ୟମରେ ଚର୍ଚ୍ଚାରେ ଥିଲେ ଓ ସେବେଠୁ ‘ଲଭ ମଦର’ ନାମରେ ପ୍ରସିଦ୍ଧି ଲାଭ କରିଥିଲେ। ତାଙ୍କ ଗ୍ରାମକୁ ‘ଲଭ ଭିଲେଜ’ ବୋଲି କୁହାଯାଉଥିଲା। ଅନାଥାଶ୍ରମ ନାମରେ ସେ ଧନୀ ଲୋକଙ୍କଠାରୁ ଚାନ୍ଦା ଆଦାୟ କରୁଥିଲେ। ଅନେକ ଅଭିଯୋଗ ମିଳିବା ପରେ ସରକାର ଲି ୟାନସିୟା ବିରୋଧରେ ତଦନ୍ତ ଆରମ୍ଭ କରିଥିଲେ। ୨୦୧୮ ବେଳକୁ ଲି ୟାନସିୟା ବ୍ୟାଙ୍କ ଖାତାରେ ୨୦ କୋଟି ୟୁଆନ ଓ ପାଖରେ ଅନେକ ବିଳାସପୂର୍ଣ୍ଣ ଗାଡ଼ି ଥିଲା।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories