www.samajalive.in
Monday, December 8, 2025
13.1 C
Bhubaneswar

ଜାମ୍ମୁ-କାଶ୍ମୀରରେ ୧୦ ହଜାର ଯବାନ ମୁତୟନ ପାଇଁ କେନ୍ଦ୍ରର ନିର୍ଦେଶ, ମୁଫ୍‌ତିଙ୍କ ବିରୋଧ

ନୂଆଦିଲ୍ଲୀ: ଆତଙ୍କବାଦୀ ପ୍ରବଣ ଜାମ୍ମୁ-କାଶ୍ମୀରରେ ଅତିରିକ୍ତ ୧୦୦ କମ୍ପାନୀ ଅର୍ଥାତ ୧୦ ହଜାର ଅର୍ଦ୍ଧସାମରିକ ବଳ ମୁତୟନ ପାଇଁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ନିର୍ଦେଶ ଦେଇଛି। ଏ ନେଇ ମନ୍ତ୍ରଣାଳୟ ପକ୍ଷରୁ ଜାମ୍ମୁ-କାଶ୍ମୀର ମୁଖ୍ୟ ଶାସନ ସଚିବ, ସ୍ବରାଷ୍ଟ୍ର ସଚିବ ଏବଂ ଡିଜିପିଙ୍କୁ ଚିଠି ଲେଖି ନିର୍ଦେଶ ଦିଆଯାଇଛି। ୫୦ କମ୍ପାନୀ ସିଆରପିଏଫ, ୧୦ କମ୍ପାନୀ ବିଏସଏଫ, ୩୦ କମ୍ପାନୀ ଏସଏସବି ଏବଂ ୧୦ କମ୍ପାନୀ ଆଇଟିବିପି ଯବାନ ମୁତୟନ କରିବା ଲାଗି କୁହାଯାଇଛି। ଜାମ୍ମୁ-କାଶ୍ମୀରରେ ବିଦ୍ରୋହୀଙ୍କୁ ପ୍ରତିହତ କରିବା ସହିତ ଆଇନଶୃଙ୍ଖଳା ପରିସ୍ଥିତି ବଜାୟ ରଖିବା ଲାଗି ଅତିରିକ୍ତ ୧୦୦ କମ୍ପାନୀ ଯବାନ ମୁତୟନ କରାଯିବା ଉଚିତ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

ତେବେ ଯବାନଙ୍କୁ ପଠାଯାଇ ନ ଥିଲେ ହେଁ ଜାମ୍ମୁ-କାଶ୍ମୀରରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ନିର୍ଦେଶକୁ ବିରୋଧ କରାଯିବା ଆରମ୍ଭ ହୋଇଗଲାଣି। ସୋସିଆଲ ମିଡିଆରେ ମନ୍ତ୍ରଣାଳୟର ଚିଠି ଭାଇରାଲ ହେବା ପରେ ଅମଲାରୁ ରାଜନେତା ପାଲଟିଥିବା ଶାହ ଫଇଜଲ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।
ସେ ଟ୍ବିଟ୍‌ କରି କହିଛନ୍ତି, ୧୦୦ କମ୍ପାନୀ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀ ମୁତୟନ ନେଇ ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ଚିଠି କାଶ୍ମୀରରେ ଉଦବେଗ ସୃଷ୍ଟି କରିଛି। ହଠାତ୍‌ କ’ଣ ପାଇଁ ଏପରି ସୈନ୍ୟ ମୁତୟନ କରଯାଉଛି ତାହା କେହି ଜାଣନ୍ତି ନାହିଁ। କିଛି ଅଶୁଭ ଘଟଣା ଘଟିବା ନେଇ ଗୁଜବ  ପ୍ରଚାରିତ ହେଉଛି।

- Advertisement -

ପିଡିପି ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‌ତି ଟ୍ବିଟ୍‌ କରି କହିଛନ୍ତି, ସାମରିକ ଶକ୍ତି ପ୍ରୟୋଗ କରାଯାଇ ଜାମ୍ମୁ-କାଶ୍ମୀର ସମସ୍ୟାର ସମାଧାନ କରାଯାଇ ପାରିବ ନାହିଁ। ରାଜ୍ୟରେ ୧୦ ହଜାର ଯବାନ ମୁତୟନ କରିବାକୁ କେନ୍ଦ୍ର ନିଷ୍ପତ୍ତି ରାଜ୍ୟବାସୀଙ୍କ ମଧ୍ୟରେ ଭୟ ସୃଷ୍ଟି କରିଛି। କାଶ୍ମୀରରେ ସୁରକ୍ଷାକର୍ମୀଙ୍କ ଅଭାବ ନାହିଁ। ରାଜ୍ୟରେ ରାଜନୈତିକ ସମସ୍ୟା ରହିଛି। ସାମରିକ ଶକ୍ତି ବଳରେ ଏହାର ସମାଧାନ ହେବନାହିଁ। ଭାରତ ସରକାର ତାଙ୍କ ନୀତିର ପୁନର୍ବିଚାର ଏବଂ ତନ୍ନ ତନ୍ନ ଯାଞ୍ଚ କରିବା ଉଚିତ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories