www.samajalive.in
Wednesday, December 10, 2025
18.1 C
Bhubaneswar

ଘାଟିରେ ବୋଲେରୋକୁ ଧକ୍କା ଦେଲା ଟ୍ରକ: ୨ ବୋଲବମ୍‌ ଭକ୍ତ ମୃତ, ୭ ଆହତ

ଦ୍ବାରଶୁଣି/କଳାବାଡ଼ିଆ: ମରଣଯନ୍ତା ପାଲଟିଛି ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷିର ଦ୍ବାରଶୁଣି ଘାଟି। ଏହି ଘାଟିରେ ଅଧିକାଂଶ ଦିନ ଦୁର୍ଘଟଣା ଘଟୁଥିବାବେଳେ ଶୁକ୍ରବାର ରାତିରେ ଏକ ବୋଲେରୋକୁ ଟ୍ରକ୍‌ ଧକ୍କା ଦେଇଛି। ଫଳରେ ବୋଲେରୋରେ ଗୁପ୍ତେଶ୍ଵର ଯାଉଥିବା ୨ ବୋଲବମ ଭକ୍ତଙ୍କ ମୃତ୍ୟୁ ଘଟିଛି। ଅନ୍ୟ ୭ ଜଣ ଆହତ ହୋଇଛନ୍ତି।

ସୂଚନା ମୁତାବକ, ବାଙ୍ଗିରିପୋଷି ବଜାରରୁ ଏକ ବୋଲେରୋରେ କେତେଜଣ ବୋଲବମ୍‌ ଭକ୍ତ ଗୁପ୍ତେଶ୍ଵର ଯାଉଥିଲେ। ରାତିରେ ବୋଲେରୋଟି ଘାଟି ଚଢ଼ୁଥିବାବେଳେ ସାମ୍ନାପଟୁ ଆସୁଥିବା ଏକ ଟ୍ରକ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଟ୍ରକଟି ବୋଲେରୋକୁ ୧୦୦ ଫୁଟ ଦୂର ପର୍ଯ୍ୟନ୍ତ ଘୋଷାରି ନେଇଥିଲା। ପରେ ଉଭୟ ଟ୍ରକ ଏବଂ ବୋଲେରୋ ରାସ୍ତାର ୫୦ ଫୁଟ ତଳକୁ ଖସି ପଡ଼ିଥିଲା। ଦୁର୍ଘଟଣାରେ ରଞ୍ଜିତ ରାମ ଓ ଶିବୁ ସାହୁ ନାମକ ୨ ବୋଲବମ୍‌ ଭକ୍ତଙ୍କ ମୃତ୍ୟୁ ଘଟିଛି। ବାଙ୍ଗିରିପୋଷି ପୁଲିସ ଏବଂ ଅଗ୍ନିଶମ କର୍ମଚାରୀ ଆହତଙ୍କୁ ଉଦ୍ଧାର କରି ବାରିପଦାସ୍ଥିତ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories