www.samajalive.in
Thursday, December 11, 2025
16.1 C
Bhubaneswar

ସନ୍ଧ୍ୟା ୫ଟା ମୁଖ୍ୟ ଖବର

ବଡ ଖବର:

# କାଶ୍ମୀର ପ୍ରସଙ୍ଗରେ ଟ୍ରମ୍ପଙ୍କ ମନ୍ତବ୍ୟକୁ ନେଇ ସଂସଦରେ ହଙ୍ଗାମା, ପ୍ରଧାନମନ୍ତ୍ରୀଙ୍କ ବିବୃତି ଦାବି କଲା କଂଗ୍ରେସ , ଏହାକୁ ଖଣ୍ଡନ କଲେ ବିଦେଶ ମନ୍ତ୍ରୀ ଜୟଶଙ୍କର
# କାଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା ସମ୍ପର୍କିତ ମନ୍ତବ୍ୟ ଦେବା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନିଜ ଦେଶରେ କଡ଼ା ନିନ୍ଦା କରାଯିବା ସହିତ ସମାଲୋଚନାର ଶିକାର ହେବାକୁ ପଡ଼ିଛି।
# ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କାଶ୍ମୀର ପ୍ରସଙ୍ଗରେ ଦେଇଥିବା ମନ୍ତବ୍ୟ ଉପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରିଛନ୍ତି, ଟ୍ରମ୍ପଙ୍କ ମନ୍ତବ୍ୟ ଯଦି ସତ୍ୟ ହୋଇଥାଏ, ତା’ହେଲେ ପ୍ରଧାନମନ୍ତ୍ରୀ ଦେଶକୁ ଧୋକା ଦେଇଛନ୍ତି।
# କର୍ଣ୍ଣାଟକରେ ରାଜନୈତିକ ସଙ୍କଟ ଜାରି ରହିଛି। ୧୩ ବିଦ୍ରୋହୀ ବିଧାୟକଙ୍କୁ ହାଜର ହେବା ଲାଗି ବାଚସ୍ପତି କେ.ଆର. ରମେଶ କୁମାର ସମନ ଜାରି କରିଥିବାବେଳେ, ହାଜର ହେବା ଲାଗି ୪ ସପ୍ତାହ ସମୟ ଦେବା ପାଇଁ ଅସନ୍ତୁଷ୍ଟ ବିଧାୟକମାନେ ବାଚସ୍ପତିଙ୍କୁ ଚିଠି ଲେଖିଛନ୍ତି।
# ଆଜି ରାଷ୍ଟ୍ରୀୟ ପ୍ରସାରଣ ଦିବସ

ଆଞ୍ଚଳିକ:

#  ଅନୁଗୁଳ ସ୍ଥିତ ନାଲ୍‌କୋ ପ୍ଲାଣ୍ଟରେ ଏକ ଦୁର୍ଘଟଣାରେ ୪ ଜଣ କର୍ମଚାରୀ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ‌
# ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ସୁକୁମା ଜିଲାରେ ପୁଲିସ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟିଛି। ଏଥିରେ ଜଣେ ମାଓବାଦୀ ନିହତ ହୋଇଛି।
# ଉନ୍ନତମାନର ମୋବାଇଲ ସେବା ଦାବିରେ ଚିତ୍ରକୋଣ୍ଡା ବନ୍ଦ, ରାସ୍ତା ଅବରୋଧ, ଗାଡ଼ିମୋଟର ଚଳାଚଳ ବାଧାପ୍ରାପ୍ତ
# କେନ୍ଦୁଝର ଜିଲା ୨୨୦ ନମ୍ବର ଜାତୀୟ ରାଜପଥର ପାଟଣା ଥାନା ଦକ୍ଷିଣପଶି ଛକ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ୨ ଜଣ ଆହତ ହୋଇଛନ୍ତି।
# ମାଲକାନଗିରି ଜିଲା କୁଡୁମୁଲୁଗୁମ୍ମା ନିକଟସ୍ଥ ଖାତଲାଗୁଡା ଜଙ୍ଗଲରୁ ଅର୍କେଲ ପୁଲିସ ମଙ୍ଗଳବାର ଏକ ଟିମ ସହିତ ଚଢ଼ାଉ କରି ୧୧୨୩କେଜି ଗଞ୍ଜେଇ ଜବତ କରିବାସହ ୨ ଜଣଙ୍କୁ ଗିରଫ କରିଛି ।
# ବ୍ରହ୍ମପୁର ସହରର ୧୦ରୁ ଅଧିକ ଅଞ୍ଚଳରେ ୫ ଦିନ ହେବ ପିଇବା ପାଣି ମିଳୁନଥିବାରୁ ଜନ ସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
# ନାବାଳିକା ଦୁଷ୍କର୍ମ ଓ ଶିଶୁ ନିଖୋଜ ଘଟଣାକୁ ନେଇ ବିଧାନସଭା ଅଚଳ, ଗୃହ ବାରମ୍ବାର ମୁଲତବୀ

- Advertisement -

# ଭବାନୀପାଟଣା ଆଶ୍ରୟ ଗୃହ ନାବାଳିକା ଯୌନ ନିର୍ୟାତନା ଘଟଣାରେ ସଂସ୍ଥାର ନିର୍ଦ୍ଦେଶକ ସରୋଜ ଦାସ ଗିରଫ
# ଗଞ୍ଜାମ ଆସିକା ମାଗୁରା ସରକାରୀ ସ୍କୁଲରେ ବିସ୍ଫୋରଣ ଘଟଣାରେ ୨ ଗିରଫ, ୨୫୦ ପ୍ୟାକେଟ୍ ଜେଲୋଟିନ୍ ଓ ୩୫୦ କେଜି ଡିଟୋନେଟର୍ ଜବତ
# ନନ୍ଦନକାନନକୁ ନେଦରଲ୍ୟାଣ୍ଡରୁ ଆସିବା ଆଫ୍ରିକାନ୍ ଚିତା ଓ ଜେବ୍ରା

ଜାତୀୟ:

# କର୍ଣ୍ଣାଟକରେ ରାଜନୈତିକ ସଙ୍କଟ ଜାରି,  ୧୩ ବିଦ୍ରୋହୀ ବିଧାୟକଙ୍କୁ ହାଜର ହେବା ଲାଗି ବାଚସ୍ପତି କେ.ଆର. ରମେଶ କୁମାର ସମନ ଜାରି କରିଥିବାବେଳେ, ହାଜର ହେବା ଲାଗି ୪ ସପ୍ତାହ ସମୟ ଦେବା ପାଇଁ ଅସନ୍ତୁଷ୍ଟ ବିଧାୟକମାନେ ବାଚସ୍ପତିଙ୍କୁ ଚିଠି ଲେଖିଛନ୍ତି।
# ଆମ୍ରପାଲୀ ପ୍ରକଳ୍ପ ମାମଲାରେ ସୁପ୍ରିମକୋର୍ଟ ଆମ୍ରପାଲୀର ରେରା ପଞ୍ଜୀକରଣ ବାତିଲ କରିଦେବା ସହିତ ଅସମ୍ପୂର୍ଣ୍ଣ ରହିଥିବା ପ୍ରକଳ୍ପକୁ ଶେଷ କରିବା ଲାଗି ନ୍ୟାଶନାଲ ବିଲ୍ଡିଂ କନ୍‌ଷ୍ଟ୍ରକ୍ସନ କର୍ପୋରେଶନ (ଏନବିସିସି)କୁ ନିର୍ଦେଶ ଦେଇଛନ୍ତି।
# କାଶ୍ମୀର ପ୍ରସଙ୍ଗରେ ଟ୍ରମ୍ପଙ୍କ ମନ୍ତବ୍ୟକୁ ନେଇ ସଂସଦରେ ହଙ୍ଗାମା, ପ୍ରଧାନମନ୍ତ୍ରୀଙ୍କ ବିବୃତି ଦାବି କଲା କଂଗ୍ରେସ 
# ଆସାମରେ ଜାତୀୟ ନାଗରିକ ପଞ୍ଜିକା (ଏନଆରସି)ର ଚୂଡ଼ାନ୍ତ ତାଲିକା ପ୍ରକାଶ ତାରିଖ ସୁପ୍ରିମକୋର୍ଟ ଅଗଷ୍ଟ ୩୧ ପର୍ୟ୍ୟନ୍ତ ଘୁଞ୍ଚାଇ ଦେଇଛନ୍ତି । ଏହା ପୂର୍ବରୁ ସୁପ୍ରିମକୋର୍ଟ ଏନଆରସିର ଚୂଡ଼ାନ୍ତ ତାଲିକା ଜୁଲାଇ ୩୧ ସୁଦ୍ଧା ପ୍ରକାଶ କରିବାକୁ ନିର୍ଦେଶ ଦେଇଥିଲେ ।
# ଆରଜେଡି ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବଙ୍କ ସମେତ କେତେକ ବରିଷ୍ଠ ନେତାଙ୍କ ସୁରକ୍ଷା ହ୍ରାସ କଲେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ
# ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ରାଜ୍ୟବାସୀଙ୍କୁ ବଡ଼ ଉପହାର ସ୍ବରୂପ ଭାରତର ପ୍ରଥମ ରାଜ୍ୟ ଭାବେ ସ୍ଥାନୀୟ ନାଗରିକଙ୍କ ପାଇଁ ସମସ୍ତ ଘରୋଇ ଉଦ୍ୟୋଗ, ପ୍ରତିଷ୍ଠାନ ଏବଂ କାରଖାନାରେ ୭୫% ଚାକିରି ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିଛି
#ଜମ୍ମୁ-କାଶ୍ମୀର ଆତଙ୍କୀ ଆକ୍ରମଣରେ ସହିଦ ହୋଇଥିବା ସୈନିକ ଔରଙ୍ଗଜେବଙ୍କ ଦୁଇ ସାନ ଭାଇ ମହମ୍ମଦ ତାରିକ ଓ ମହମ୍ମଦ ସବିରଙ୍କ ସେନାରେ ଯୋଗଦାନ
# ଭାରତରେ ରହିବା ସମୟ ଏକ ବର୍ଷ ବଢିବା ପରେ ପ୍ରସିଦ୍ଧ ଲେଖିକା ତସଲୀମା ନସରୀନ କହିଛନ୍ତି – ମୁଁ ମାଟିର ଝିଅ
# ଉତ୍ତରପ୍ରଦେଶ ଆଗ୍ରାରେ ମନ୍ଦିରରେ ଫେସବୁକ ଲାଇଭ କରି ଜଣେ ୨୨ ବର୍ଷୀୟ ଯୁବକର ଆତ୍ମହତ୍ୟା
# ଦିବ୍ୟାଙ୍ଗମାନଙ୍କ ରେଳ ଯାତ୍ର ସହଜ କରିବାକୁ ଖୁବ୍‌ ଶୀଘ୍ର ବିକଳ୍ପ ପଦକ୍ଷେପ ଗ୍ରହଣ କରିବାକୁ ରେଳ ବିଭାଗକୁ ନିର୍ଦ୍ଦେଶ ଦେଲେ ବମ୍ବେ ହାଇକୋର୍ଟ

ଆନ୍ତର୍ଜାତିକ:

# ଦ୍ବିପାକ୍ଷିକ ଆଲୋଚନାରେ କାଶ୍ମୀର ପ୍ରସଙ୍ଗର ସମାଧାନ ହୋଇପାରିବ ନାହିଁ ବୋଲି କହିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ
# ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ସମୟରେ କାଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କରିବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପଙ୍କ ପ୍ରସ୍ତାବ
# କାଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା ସମ୍ପର୍କିତ ମନ୍ତବ୍ୟ ଦେବା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନିଜ ଦେଶରେ କଡ଼ା ନିନ୍ଦା କରାଯିବା ସହିତ ସମାଲୋଚନାର ଶିକାର ହେବାକୁ ପଡ଼ିଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories