www.samajalive.in
Monday, December 8, 2025
24.1 C
Bhubaneswar

ବିବାହ ଉତ୍ସବରୁ ଘରକୁ ଫେରିବାବେଳେ ଦୁର୍ଘଟଣା; ୯ ମୃତ, ୧୫ ଆହତ

ଲକ୍ଷ୍ନୌ: ବିବାହ ଉତ୍ସବ ସାରି ଘରକୁ ଫେରୁଥିବାବେଳେ ଏକ ସଡ଼କ ଦୁର୍ଘଟଣାରେ ୯ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ଆହୁରି ୧୫ ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଶିଶୁମାନଙ୍କ ସଂଖ୍ୟା ଅଧିକ। ଉତ୍ତରପ୍ରଦେଶର ହାପୁଡ଼ ନିକଟ ସାଦିକପୁର ଗାଁ ପାଖରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଆହତମାନଙ୍କୁ ହାପୁଡସ୍ଥିତ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନା ମୁତାବକ, ଘୌଲାନା ଅଞ୍ଚଳର ଲୋଲେପୁର କୋଟଲା ନିବାସୀ ମେହରବାନଙ୍କ ଝିଅ ଗୁଲଫଶାଙ୍କର ରବିବାର ବିବାହ ଥିଲା। ମୀରଟ ଜିଲାର ନଙ୍ଗଲା ଗାଁରୁ ବରଯାତ୍ରୀ ଆସିଥିଲେ। ସେମାନେ ବୁଲନ୍ଦସହର ରୋଡ୍‌ ହାପୁଡ଼ସ୍ଥିତ ବଂଶ ଗାର୍ଡେନରେ ଆୟୋଜିତ ବିବାହ ଉତ୍ସବରେ ଯୋଗଦେଇଥିଲେ। ବିବାହ ଉତ୍ସବ ପରେ ରାତି ପ୍ରାୟ ୧୧ଟାରେ ବରଯାତ୍ରୀ ଦଳ ଏକ ପିକ୍‌ଅପ୍‌ ଭ୍ୟାନରେ ଗାଁକୁ ଫେରୁଥିଲେ। ହାପୁଡର ସାଦିକପୁର ଗାଁ ନିକଟରେ ଦ୍ରୁତଗତିରେ ଆସୁଥିବା ଏକ କ୍ୟାଣ୍ଟର ପିକ୍‌ଅପ୍‌ ଭ୍ୟାନକୁ ଧକ୍କା ଦେଇଥିଲା। ଫଳରେ ପିକଅପ୍‌ ଭ୍ୟାନଟି ଓଲଟି ପଡ଼ିଥିଲା। ସେଥିରେ ଥିବା ସମସ୍ତ ଲୋକ ଆହତ ହୋଇଥିଲେ। ପରେ ସେମାନଙ୍କ ମଧ୍ୟରୁ ୯ଜଣଙ୍କ ମୃତ୍ୟୁ ଘଟିଥିଲା।

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories