www.samajalive.in
Thursday, December 11, 2025
13.1 C
Bhubaneswar

ଚେନ୍ନାଇର ଯୁବକଙ୍କୁ ୨୧ ଲକ୍ଷ ଟଙ୍କା ଦେଲା ଇନଷ୍ଟାଗ୍ରାମ

ଚେନ୍ନାଇ .- ଚେନ୍ନାଇର ଜଣେ ଯୁବକଙ୍କୁ ଇନଷ୍ଟାଗ୍ରାମ ପକ୍ଷରୁ ୩୦,୦୦୦ ଡଲାର ୨୧ ଲକ୍ଷ ଟଙ୍କାର ଚେକ୍‌ ପ୍ରଦାନ କରାଯାଇଛି । ଫେସ୍‌ବୁକ୍‌ ଅଧିକୃତ ଇନଷ୍ଟାଗ୍ରାମରେ ଏକ ବଗ୍‌ ବିଷୟରେ ସେ ଇନଷ୍ଟାଗ୍ରାମକୁ ଜଣାଇଥିବାରୁ ତାଙ୍କୁ ଏହି ପୁରସ୍କାର ଦିଆଯାଇଛି । ଲକ୍ଷ୍ମଣ ମୁଥେୟା ଇନଷ୍ଟାଗ୍ରାମ ବ୍ୟବହାର କରିବା ସମୟରେ ଏହି ବଗ୍‌ ବିଷୟରେ ଜାଣିଥିଲେ । ଏହା ଦ୍ୱାରା ଅନ୍ୟଜଣଙ୍କର ଅନୁମତି କିମ୍ବା ପାସଓ୍ୱାର୍ଡ ଦେବାର ଆବଶ୍ୟକତା ନଥିଲା । ଏବିଷୟରେ ସେ ଇନ୍‌ଷ୍ଟାଗ୍ରାକୁ ସୂଚନା ଦେଇଥିଲେ । ଏହି ବଗ୍‌ ଯୋଗୁଁ ଜଣଙ୍କର ଆକାଉଣ୍ଟ ହାକ୍‌ କରିବା ଅତି ସହଜ ।

ଏକ ରିକଭରି କୋଡ୍‌ ଅନୁରୋଧ କରି ପାସଓ୍ୱାର୍ଡ ମଧ୍ୟ ବଦଳାଯାଇ ପାରିଥାଆନ୍ତା । ଫେସ୍‌ବୁକ୍‌ ଟିମ୍‌ ଏ ବିଷୟରେ ଜାଣିବା ପରେ ବଗ୍‌କୁ ହଟାଇବା ପାଇଁ କାମ ଆରମ୍ଭ କରିଥିଲେ । ଫେସ୍‌ବୁକ୍‌ ଟିମ୍‌କୁ ଏ ବିଷୟରେ ଜଣାଇବା ପାଇଁ ସେ ଅନେକ ଭିଡିଓ ପ୍ରମାଣ ପ୍ରଦାନ କରିଥିଲେ । ତଥ୍ୟ ପ୍ରମାଣ ପାଇବାପରେ ଫେସ୍‌ବୁକ୍‌ ପକ୍ଷରୁ ମୁଥୟାଙ୍କୁ ୨୧ ଲକ୍ଷ ଟଙ୍କା ପୁରସ୍କାର ଭାବେ ପ୍ରଦାନ କରାଯାଇଛି ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories