www.samajalive.in
Monday, December 8, 2025
27.1 C
Bhubaneswar

ଶ୍ବଶୁରଙ୍କ ଛୁରା ମାଡରେ ଜ୍ବାଇଁ ଆହତ

ଗଞ୍ଜାମ: ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି । ଶ୍ବଶୁରଙ୍କ ଛୁରା ମାଡରେ ଜ୍ବାଇଁ ଆହତ ହୋଇଥିବା ଅଭିଯୋଗ ହୋଇଛି । ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟା ବେଳେ ଏହି ଘଟଣା ଘଟିଛି । ଶ୍ବଶୁରଙ୍କ ଛୁରା ମାଡରେ ଯୁବକଙ୍କ ପେଟ ଓ ମୁଣ୍ଡରେ ଶକ୍ତ ଆଘାତ ଲାଗିଛି । ଗୁରୁତର ଅବସ୍ଥାରେ ତାଙ୍କୁ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି । ଆହତ ଯୁବକ ଜଣଙ୍କ ହେଉଛନ୍ତି ଦିଗପହଣ୍ଡି ଥାନା ଅନ୍ତର୍ଗତ କଲ୍ୟାଣପୁର ଗ୍ରାମର ସଞ୍ଜୟ ଗୌଡ଼ ।

ସୂଚନାଯୋଗ୍ୟ, ଗତ କିଛି ଦିନ ପୂର୍ବେ ସଞ୍ଜୟ ପ୍ରେମ ବିବାହ କରିଥିଲେ । ଏହି ବିବାହକୁ ତାଙ୍କ ଶ୍ବଶୁର ଗ୍ରହଣ କରିନଥିଲେ । ରାଗରେ ଜର୍ଜରିତ ଥିବା ଶ୍ବଶୁର ଗତକାଲି ଜ୍ବାଇଁଙ୍କୁ ନିକଟରେ ପାଇ ଛୁରା ମାଡ କରିଥିଲେ ।

Hot this week

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

Related Articles

Popular Categories