ବାଲେଶ୍ୱର ଓ ସମ୍ବଲପୁରରେ ଲାଗିବ ଡପଲର୍‌ ରାଡାର

ଭୁବନେଶ୍ୱର .- ସମ୍ବଲପୁର ଓ ବାଲେଶ୍ୱରରେ ଡପଲର୍‌ ରାଡାର ସ୍ଥାପନା କରିବା ପାଇଁ ରାଜ୍ୟ ସରକାର ଯୋଜନା କରିଛନ୍ତି । ଗୁରୁବାରରେ ବିଧାନସଭାରେ ଏକ ପ୍ରଶ୍ନର ଉତ୍ତରରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡି ଏହି ସୂଚନା ଦେଇଛନ୍ତି । ଏବେ ରାଜ୍ୟରେ ପାରାଦୀପ ଓ ଗୋପାଳପୁରରେ ଡପଲର୍‌ ରାଡାର ଲାଗିଛି ।ଏହା ବାତ୍ୟା ସହ ବିଭିନ୍ନ ପାଣିପାଗର ଆଗୁଆ ସୂଚନା ବେଶ୍‌ ଭଲ ଭାବରେ ଦେଇପାରୁଛି।

prayash

ଡପଲର୍‌ ରାଡାର ପାଣିପଗର ସୂଚନା ସହ ଏହାର ଅତ୍ୟାଧୁନିକ ଫଟୋ ଚିତ୍ର ଦେଇପାରୁଛି । ଏହା ପାଣିପାଗର ସଠିକ୍‌ ସୂଚନା ଦେଇପାରୁଛି । ରାଜ୍ୟରେ ବିପର୍ଯ୍ୟୟ ପରିଚାଳନା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରାଯାଉଥିବା ମନ୍ତ୍ରୀ ସୁଦାମ ମାରାଣ୍ଡି ସୂଚନା ଦେଇଛନ୍ତି ।

kalyan agarbati

Comments are closed.