www.samajalive.in
Thursday, December 11, 2025
18.1 C
Bhubaneswar

ବକ୍ସିଂ ଲଢ଼ିବାକୁ ଆମିରଙ୍କୁ ବିଜେନ୍ଦ୍ରଙ୍କ ଆହ୍ବାନ

ନୂଆଦିଲ୍ଲୀ : ଭାରତୀୟ ପେସାଦାର ବକ୍ସର ବିଜେନ୍ଦ୍ର ସିଂହ ବ୍ରିଟିଶ୍‌ ବକ୍ସର ଆମିର ଖାନ୍‌ଙ୍କୁ ବକ୍ସିଂ ମ୍ୟାଚ୍‌ ଲଢ଼ିବାକୁ ଆହ୍ବାନ ଦେଇଛନ୍ତି। ବିଜେନ୍ଦ୍ର ପେସାଦାର ବକ୍ସିଂ କ୍ୟାରିୟରରେ ଖେଳିଥିବା ସମସ୍ତ ୧୧ଟି ମ୍ୟାଚ୍‌ ଜିତିଥିବା ବେଳେ ଆମିର ଜଣେ ତାରକା ବକ୍ସର ଭାବେ ପରିଗଣିତ। ଆମିର ପାକିସ୍ତାନରେ ଜନ୍ମଗ୍ରହଣ କରିଥିଲେ ମଧ୍ୟ ବ୍ରିଟେନ୍‌ର ନାଗରିକ ଅଛନ୍ତି। କିଛିଦିନ ତଳେ ଆମିର ସାମ୍ବାଦିକଙ୍କ ସହ ଆଲୋଚନା କାଳରେ ବିଜେନ୍ଦ୍ର ତାଙ୍କୁ ଡରୁଥିବା କହିଥିଲେ। ଏହାର ଜବାବରେ ବିଜେନ୍ଦ୍ର କହିଛନ୍ତି ଆମିରଙ୍କ ବିପକ୍ଷରେ ବକ୍ସିଂ ଲଢ଼ିବାକୁ ସେ ପ୍ରସ୍ତୁତ। ଯେତେବେଳେ ଯେଉଁଠି ଆମିର ଲଢ଼ିବାକୁ ଚାହିଁବେ ସେ ମନା କରିବେ ନାହିଁ। ଆମିର ନିଜ ପରବର୍ତ୍ତୀ ମ୍ୟାଚ୍‌ ନୀରଜ ଗୋଏତଙ୍କ ବିପକ୍ଷରେ ବକ୍ସିଂ ମ୍ୟାଚ୍‌ ଲଢ଼ିବେ। ଏ ସଂପର୍କରେ ମତ ଦେଇ ବିଜେନ୍ଦ୍ର କହିଥିଲେ ଆମିର ଛୋଟପିଲାଙ୍କ ସହ ବକ୍ସିଂ ଲଢ଼ିବା ଛାଡ଼ି ଦିଅନ୍ତୁ। ସାହସ ଅଛି ତ ମୋ ସହ ଲଢ଼ନ୍ତୁ। ଆମିର ୱେଲଟରୱେଟ ବିଭାଗରେ ଲଢୁଥିବା ବେଳେ ବିଜେନ୍ଦ୍ର ମିଡିଲ୍‌ୱେଟ୍‌ ବିଭାଗରେ ଲଢୁଛନ୍ତି। ସେମାନଙ୍କ ମଧ୍ୟରେ ମ୍ୟାଚ୍‌ ଖେଳାଯିବା କିପରି ସମ୍ଭବପର ହୋଇପାରିବ ବୋଲି ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ବିଜେନ୍ଦ୍ର କହିିିଥିଲେ ସେ ନିଜ ଓଜନ କିଛିଟା କମାଇଲେ ଏବଂ ଆମିର ନିଜ ଓଜନ କିଛିଟା ବଢ଼ାଇଲେ ଦୁହିଁଙ୍କ ମଧ୍ୟରେ ବକ୍ସିଂ ମ୍ୟାଚ୍‌ ଖେଳାଯାଇ ପାରିବ।

Hot this week

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

Related Articles

Popular Categories