www.samajalive.in
Wednesday, December 10, 2025
26.1 C
Bhubaneswar

ଲାଭପ୍ରଦ ନୁହେଁ ଗୁଣୁପୁର-ଥେରୁବାଲି ରେଳ ପ୍ରକଳ୍ପ: ପୀୟୂଷ

ନୂଆଦିଲ୍ଲୀ : ରାୟଗଡ଼ା ଜିଲାର ଗୁଣୁପୁର ଓ ଥେରୁବାଲି ମଧ୍ୟରେ ପ୍ରସ୍ତାବିତ ୭୯.୧୫ କିଲୋମିଟର ଲମ୍ବ ନୂତନ ରେଳପଥକୁ ନିତି ଆୟୋଗ ଓ କେନ୍ଦ୍ର କ୍ୟାବିନେଟ ଅର୍ଥନୈତିକ ବ୍ୟାପାର କମିଟିର ମଞ୍ଜୁରୀ ଅଦ୍ୟାବଧି ମିଳି ନାହିଁ ବୋଲି କେନ୍ଦ୍ର ରେଳମନ୍ତ୍ରୀ ପିୟୁଷ ଗୋଏଲ ଲୋକସଭାରେ ଜଣାଇଛନ୍ତି। କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକାଙ୍କ ପ୍ରଶ୍ନର ଉତ୍ତରରେ ରେଳମନ୍ତ୍ରୀ ଶ୍ରୀ ଗୋଏଲ ଦର୍ଶାଇଛନ୍ତି ଯେ ରେଳ ବଜେଟ ୨୦୧୭-୧୮ରେ ନୌପଡ଼ା-ଗୁଣୁପୁର ବ୍ରଡ଼ଗଜ ରେଳପଥକୁ ଥେରୁବାଲି ପର୍ଯ୍ୟନ୍ତ ସଂପ୍ରସାରିତ କରିବାକୁ ଘୋଷଣା ହୋଇଥିଲା। ଇତିମଧ୍ୟରେ ଗୁଣପୁର-ଥେରୁବାଲି ରେଳପ୍ରକଳ୍ପର ଡିପିଆର ପ୍ରସ୍ତୁତି ସରିଛି। ଡିପିଆର ତଥ୍ୟ ଅନୁଯାୟୀ ପ୍ରକଳ୍ପ ବ୍ୟୟ ବାବଦରେ ୧,୨୭୩.୭୪ କୋଟି ଅଟକଳ କରାଯାଇଛି। ମାତ୍ର ଏହି ରେଳ ପ୍ରକଳ୍ପରୁ ରେଳବାଇକୁ ନକାରତ୍ମକ ଭାବେ – ୩.୧୯ ପ୍ରତିଶତ ରେଟ ଅଫ ରିଟର୍ଣ୍ଣ (ଆରଓଆର) ମିଳିବାର ସମ୍ଭାବନା ଥିବାରୁ ଅର୍ଥନୈତିକ ଦୃଷ୍ଟିରୁ ଗୁଣୁପରୁ-ଥେରୁବାଲି ରେଳପ୍ରକଳ୍ପ ଲାଭପ୍ରଦ ହେବ ନାହିଁ ବୋଲି ରେଳବାଇ ମନ୍ତ୍ରୀ ପିୟୁଷ ଗୋଏଲ ଲୋକସଭାରେ ଜଣାଇଛନ୍ତି। ରେଳପ୍ରକଳ୍ପ ପାଇଁ ଆବଶ୍ୟକୀୟ ଜମି ମାଗଣାରେ ଯୋଗାଇବାକୁ ଏବଂ ଖର୍ଚ୍ଚର ଅଧା ବହନ କରିବାକୁ ଓଡ଼ିଶା ସରକାରଙ୍କୁ ଅନୁରୋଧ କରାଯାଇ ଥିଲେ ମଧ୍ୟ ରାଜ୍ୟ ସରକାର ଏପର୍ଯ୍ୟନ୍ତ ଉତ୍ତର ଦେଇନାହାନ୍ତି ବୋଲି ରେଳମନ୍ତ୍ରୀ ଶ୍ରୀ ଗୋଏଲ କହିଛନ୍ତି। କୋରାପୁଟରୁ ଭୂବନେଶ୍ୱର ଏବଂ ରାୟପୁର ମଧ୍ୟରେ ଅଧିକ ରେଳ ଚଳାଚଳ କରିବା ପ୍ରସଙ୍ଗରେ ରେଳମନ୍ତ୍ରୀ ଶ୍ରୀ ଗୋଏଲ କହିଥିଲେ ଯେ ଉଭୟ ସହରକୁ ଯୋଡ଼ିବା ପାଇଁ ଦୁଇ ଯୋଡ଼ା ରେଳ ଚଳାଚଳ କରୁଛି। ସମ୍ବଳ ଏବଂ ପରିଚାଳନାଗତ ବାଧ୍ୟବାଧକତା ଦୃଷ୍ଟିରୁ ଏବେ ଏହି ଦୁଇଟି ରେଳ ରୁଟରେ ଅଧିକ ରେଳ ଚଳାଚଳ ସମ୍ଭବ ନୁହେଁ ବୋଲି କେନ୍ଦ୍ର ରେଳମନ୍ତ୍ରୀ ପିୟୁଷ ଗୋଏଲ ଲୋକସଭାରେ କହିଥିଲେ।

Hot this week

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

Related Articles

Popular Categories