www.samajalive.in
Thursday, December 11, 2025
13.1 C
Bhubaneswar

ଖୁବଶୀଘ୍ର ନିର୍ମାଣ ହେବ ଦୂତି ଚାନ୍ଦଙ୍କ ବାୟୋପିକ୍

ଭୁବନେଶ୍ବର : ବଲିଉଡ଼ରେ କିଛିଦିନ ହେବ ବାୟୋପିକର ସୁଅ ଛୁଟିଛି କହିଲେ ଅତ୍ୟୁକ୍ତି ହେବନାହିଁ। ପୂର୍ବରୁ ବିଭିନ୍ନ କ୍ରୀଡ଼ା ତାରକାଙ୍କ ଜୀବନୀକୁ ନେଇ ବଲିଉଡ଼ରେ ବହୁ ହିଟ୍ ଚଳଚ୍ଚିତ୍ର ନିର୍ମାଣ କରାଯାଇଥିବା ବେଳେ ଖୁବଶୀଘ୍ର ଓଡ଼ିଆ ଝିଅ ତଥା ଦୌଡ଼ରାଣୀ ଦୂତି ଚାନ୍ଦଙ୍କ ଜୀବନୀକୁ ନେଇ ନିର୍ମାଣ ହେବ ଏକ ବଲିଉଡ଼୍ ଚଳଚ୍ଚିତ୍ର।

ସୂଚନା ଅନୁସାରେ, କିଟ୍ ପରିସରରେ ମଙ୍ଗଳବାର ବିଶ୍ବ ବିଶ୍ବବିଦ୍ୟାଳୟ କ୍ରିଡ଼ାରେ ୧୦୦ ମିଟର ସ୍ବର୍ଣ୍ଣ ବିଜୟିନୀ ଦୂତିଙ୍କୁ ନିଜ ମହାବିଦ୍ୟାଳୟ କିଟ୍ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଉଥିବା ବେଳେ କିଟ୍ ଓ କିସ୍’ର ପ୍ରତିଷ୍ଠାତା ଡ଼. ଅଚ୍ୟୁତ ସାମନ୍ତ ଦୂତିଙ୍କ ବାୟୋପିକ୍ ନିର୍ମାଣ ହେବା କଥା କହିଛନ୍ତି। ଏହି ଚଳଚ୍ଚିତ୍ରର ଟାଇଟଲ ଦୂତୀଙ୍କ ନାମରେ ରଖାଯିବ ବୋଲି ସୂଚନା ମିଳିଛି। ଏହାକୁ ନେଇ ଦୂତି ବହୁତ ଖୁସି ଥିବାବେଳେ ନିଜକୁ ସୌଭାଗ୍ୟବତୀ ବୋଲି କହିଛନ୍ତି।
୨୩ ବର୍ଷ ବୟସ୍କା ଦୂତି ଚାନ୍ଦ ଗତ କିଛିବର୍ଷ ହେଲା ଦେଶର ସର୍ବଶ୍ରେଷ୍ଠ ମହିଳା ସ୍ପ୍ରିଣ୍ଟର ହୋଇ ରହିଛନ୍ତି। ଦୂତି ଅନେକ ଆନ୍ତର୍ଜାତିକ ସଫଳତା ହାସଲ କରିଛନ୍ତି। ସେ ୧୦୦ ମିଟର ଦୌଡ଼ରେ ଜାତୀୟ ରେକର୍ଡଧାରୀ। ୨୦୧୮ ଜାକର୍ତ୍ତା ଏସୀୟ କ୍ରୀଡ଼ା ଦୂତି ଚାନ୍ଦଙ୍କ ପାଇଁ ସ୍ମରଣୀୟ ହୋଇ ରହିବ। ଏହି କ୍ରୀଡ଼ାରେ ଦୂତି ଉଭୟ ୧୦୦ ଓ ୨୦୦ ମିଟର ଦୌଡ଼ରେ ରୌପ୍ୟପଦକ ହାସଲ କରିଥିଲେ। ୨୦୧୩ ପୁଣେ ଏସୀୟ ଦୌଡ଼କୁଦ ଚମ୍ପିଆନ୍ସିପ୍ରେ ଗୋଟିଏ, ୨୦୧୭ ଭୁବନେଶ୍ବର ଏସୀୟ ଦୌଡ଼କୁଦ ଚମ୍ପିଆନ୍ସିପ୍ରେ ୨ଟି ଏବଂ ଦୋହା ଏସୀୟ ଦୌଡ଼କୁଦ ଚମ୍ପିଆନ୍ସିପ୍ରେ ଗୋଟିଏ ବ୍ରୋଞ୍ଜ୍ ପଦକ ଦୂତି ଜିତିଛନ୍ତି। ସେ ୨୦୧୬ ରିଓ ଅଲିମ୍ପିକ୍ସରେ ମଧ୍ୟ ଭାଗ ନେଇଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories