www.samajalive.in
Saturday, December 6, 2025
19.1 C
Bhubaneswar

ମାୟାବତୀଙ୍କ ଭାଇ ବିରୋଧରେ ଆୟକର ବିଭାଗର କାର୍ଯ୍ୟାନୁଷ୍ଠାନ, ୪୦୦ କୋଟିର ବେନାମୀ ସମ୍ପତ୍ତି ଜବତ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ବହୁଜନ ସମାଜ ପାର୍ଟି(ବିଏସପି) ମୁଖ୍ୟ ମାୟାବତୀଙ୍କ ଭାଇ ତଥା ପାର୍ଟିର ଉପାଧ୍ୟକ୍ଷ ଆନନ୍ଦ କୁମାର ଏବଂ ତାଙ୍କ ପତ୍ନୀଙ୍କ ବିରୋଧରେ ଆୟକର ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଆୟକର ବିଭାଗ ଆନନ୍ଦଙ୍କ ବିରୋଧରେ ଯାଞ୍ଚ ପ୍ରକ୍ରିୟା ଚଳାଇଥିବାବେଳେ ଗୁରୁବାର ୪୦୦ କୋଟି ଟଙ୍କାର ଏକ ବେନାମୀ ପ୍ଲଟ୍‌କୁ ଜବତ କରିଛି।

ଆୟକର ବିଭାଗ ମାୟାବତୀଙ୍କ ଭାଇ ଆନନ୍ଦ କୁମାରଙ୍କ ସମ୍ପତ୍ତିର ଯାଞ୍ଚ କରୁଛି। ଯାଞ୍ଚ ସମୟରେ ବିଭାଗ ଜାଣିବାକୁ ପାଇଥିଲା ଯେ, ଆନନ୍ଦ କୁମାରଙ୍କ ନିଟକରେ ନୋଏଡ଼ାରେ ୨୮ ହଜାର ୩୨୮ ବର୍ଗ ମିଟରର ଏକ ବେନାମୀ ପ୍ଲଟ ରହିଛି। ୭ ଏକର ବିଶିଷ୍ଟ ଏହି ପ୍ଲଟର ମୂଲ୍ୟ ପାଖାପାଖି ୪୦୦ କୋଟି ଟଙ୍କା ହେବ। ଆନନ୍ଦ କୁମାର ଏବଂ ତାଙ୍କ ପତ୍ନୀ ବିଚିତ୍ର ଲତାଙ୍କର ଏହି ବେନାମୀ ପ୍ଲଟକୁ ଜବତ କରିବା ଲାଗି ଗତ ୧୬ ତାରିଖରେ ଦିଲ୍ଲୀସ୍ଥିତ ଆୟକର ବିଭାଗର ୟୁନିଟ୍‌ ନିର୍ଦେଶ ଦେଇଥିଲା। ଏହା ପରେ ଗୁରୁବାର ଆୟକର ବିଭାଗ ଏହି ପ୍ଲଟକୁ ଜବତ କରିଛି।

- Advertisement -

ଆୟକର ବିଭାଗ ସୂଚନା ମୁତାବକ, ଆନନ୍ଦ କୁମାରଙ୍କର ଆହୁରି କିଛି ବେନାମୀ ସମ୍ପତ୍ତି ରହିଥିବା ଜଣାପଡ଼ିଛି। ଭବିଷ୍ୟତରେ ଏହାକୁ ଜବତ କରାଯାଇପାରେ। ଆୟକର ବିଭାଗ ବ୍ୟତୀତ ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ବି ଏହାର ଯାଞ୍ଚ କରୁଛି।

୭ବର୍ଷରେ ୭କୋଟିରୁ ୧୩୦୦ କୋଟିକୁ ବୃଦ୍ଧି ପାଇଛି ଆନନ୍ଦଙ୍କ ସମ୍ପତ୍ତି

ଆୟକର ବିଭାଗ ପକ୍ଷରୁ କୁହାଯାଇଛି ଯେ, ମାୟାବତୀଙ୍କ ଭାଇ ଆନନ୍ଦ କୁମାରଙ୍କ ୧୩୦୦ କୋଟି ଟଙ୍କାର ସମ୍ପତ୍ତିର ଯାଞ୍ଚ କରାଯାଉଛି। ବିଭାଗ ଅଭିଯୋଗ କରିଛି ଯେ, ୨୦୦୭ରୁ ୨୦୧୪ ମଧ୍ୟରେ ଆନନ୍ଦ କୁମାରଙ୍କ ସମ୍ପତ୍ତିରେ ୧୮ ହଜାର ପ୍ରତିଶତ ବୃଦ୍ଧି ପାଇଁଛି। ୨୦୦୭ରେ ତାଙ୍କର ସମ୍ପତ୍ତି ୭କୋଟି ୧୦ ଲକ୍ଷ ଥିବାବେଳେ ଏହା ବୃଦ୍ଧି ପାଇ ୧୩୦୦ କୋଟିରେ ପହଞ୍ଚିଛି। ଆୟକର ବିଭାଗ ଯାଞ୍ଚ ପରିସରରେ ୧୨ଟି କମ୍ପାନୀ ରହିଛି, ଯେଉଁଥିରେ ଆନନ୍ଦ କୁମାର ନିର୍ଦେଶକ ରହିଛନ୍ତି।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories