www.samajalive.in
Monday, December 8, 2025
13.1 C
Bhubaneswar

ନୀଳାଦ୍ରି ବିଜେ ଅବସରରେ ଶ୍ରୀଜୀଉଙ୍କୁ ରସଗୋଲା ଅର୍ପଣ କରୁଛନ୍ତି ଶ୍ରଦ୍ଧାଳୁ

ପୁରୀ .- ନୀଳାଦ୍ରି ବିଜେ ଅବସରରେ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ଶ୍ରୀମନ୍ଦିରକୁ ରତ୍ନ ବେଦୀକେ ବିଜେ କରିବେ ଚତୁର୍ଦ୍ଧା ବିଗ୍ରହ । ଏହି ଅବସରରେ ଶ୍ରୀଜୀଉମାନଙ୍କୁ  ରସଗୋଲା ଅର୍ପଣ କରୁଛନ୍ତି ଭକ୍ତ । ଏହି ଅବସରରେ ସାରା ରାଜ୍ୟରେ ରସଗୋଲା ଦିବସ ପାଳନ କରାଯାଉଛି । ପ୍ରତି ବର୍ଷ ନୀଳାଦ୍ରୀ ବିଜେ ଦିନ ଆମ ରାଜ୍ୟରେ ରସଗୋଲା ଦିବସ ପାଳନ କରାଯାଇଥାଏ । ପଶ୍ଚିମବଙ୍ଗ ଓ ଓଡିଶା ମଧ୍ୟରେ ରସଗୋଲାକୁ ନେଇ ବିବାଦ ଚାଲିଛି । ପଶ୍ଚିମବଙ୍ଗରେ ଏହା ମାତ୍ର ୧୨୦ ବର୍ଷ ତଳେ ପ୍ରସ୍ତୁତ କରାଯାଉଥିବା କୁହାଯାଉଥିବା ବେଳେ ଓଡିଶାରେ ଏହାକୁ ଦ୍ୱାଦଶ ଶତାଦ୍ଦୀରୁ ଜଗନ୍ନାଥଙ୍କ ନିକଟରେ ଭୋଗ ଦିଆଯାଉଥିବା କୁହାଯାଏ ।

ନୀଳାଦ୍ରୀ ବିଜେ ସମୟରେ ମହାଲକ୍ଷ୍ମୀଙ୍କର ରୋଷ ଭାଙ୍ଗିବା ପାଇଁ ମହାପ୍ରଭୁ ଜଗନ୍ନାଥ ରସଗୋଲା ଦେଉଥିବା ବିଭିନ୍ନ ପୁରାଣରେ ଉଲ୍ଲେଖ ରହିଛି । ଏହା ଓଡିଶାରୁ ଉତ୍ପତି ହୋଇଥିବାର ଦୃଢ ପ୍ରମାଣ ରହିଛି ।

- Advertisement -

ଓଡିଆ ପୁରାଣମାନଙ୍କରେ ରସଗୋଲା ବିଷୟରେ ଉଲ୍ଲେଖ ରହିଛି । ବଳରାମ ଦାସଙ୍କ ଜଗମୋହନ ରାମାୟଣ,. ଭୂପତିଙ୍କ ପ୍ରେମପଞ୍ଚାମୃତ ଓ ନୀଳାଦ୍ରୀ ମହଦୋୟରେ ରସଗୋଲାର ଉଲ୍ଲେଖ ରହିଛି । ମାତ୍ର ବଙ୍ଗୀୟ ଗବେଷକ ଏହାକୁ ଗ୍ରହଣ କରୁ ନଥିବାର ନଜିର ରହିଛି। ମାତ୍ର ଦ୍ୱାଦଶଶ ଶତାଦ୍ଦୀ ରସଗୋଲାକୁ ନୀଳାଦ୍ରୀ ବିଜେ ସମୟରେ ଭୋଗ କରାଯାଉଥିଲା । ଓଡିଶାରେ ଏହା ବହୁ ପୂର୍ବରୁ ପ୍ରଚଳିତ

Hot this week

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

Related Articles

Popular Categories